ଆଜି ବିଶ୍ୱ ହୋମିଓପାଥି ଦିବସ, ଆସନ୍ତୁ ଜାଣିବା ମିଠା ଗୋଲି ବିଷୟରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ଆଜି ବିଶ୍ୱ ହୋମିଓପାଥି ଦିବସ, ଆସନ୍ତୁ ଜାଣିବା ମିଠା ଗୋଲି ବିଷୟରେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଛୋଟ ବେଳେ ଜ୍ୱର, ଥଣ୍ଡା ହେଲେ ସମସ୍ତେ ନିହାତି ହୋମିଓପାଥି ମିଠା ଗୋଲି ଖାଇଥିବେ। ବିଭିନ୍ନ ଔଷଧ ଭିତରୁ ଛୋଟ ଛୁଆ ଏହାକୁ ଖାଇବାକୁ ବାହାନା ଖୋଜିଥାନ୍ତି।  ତେଣୁ କରି ସମସ୍ତଙ୍କର ଏଡି ଧଳା ଏବଂ ମିଠା ଗୋଲି ବିଷୟରେ ମନେ ଥିବ ନିହାତି । ପ୍ରତିବର୍ଷ ୯ ଏବଂ ୧୦ ଏପ୍ରିଲ୍‌କୁ ବିଶ୍ୱ ହୋମିଓପାଥି ଦିବସ ବୋଲି ପାଳନ କରାଯାଏ। ହୋମିଓପାଥି ଚିକିତ୍ସାର ଜନ୍ମ ୧୭୯୬ରେ ଜର୍ମାନୀରେ ହୋଇଥିଲା। ଡ. ସାମୁଏଲ୍‌ ହାନିମନ୍‌ ହିଁ ପ୍ରଥମେ ହୋମିଓପାଥି ଔଷଧକୁ ଆର୍ବିଭାବ କରିଥିଲେ।

ଡ. ସାମୁଏଲ୍‌ ହାନିମନ୍‌ଙ୍କୁ ମନେ ପକାଇ ଏହି ଦିବସ ପାଳନ କରାଯାଏ। ଆଜିକା ଯୁଗରେ ଏହା ଆମେରିକା ଫ୍ରାନ୍ସ ଏବଂ ଜର୍ମାନୀରେ ବହୁ ଲୋକପ୍ରିୟ ଚିକିତ୍ସା ଭାବେ ପ୍ରଚଳିତ । ଆର୍ୟୁବେଦ ଚିକିତ୍ସା ଭଳି ହୋମିଓପାଥି ମଧ୍ୟ ଚିକିତ୍ସାର ଏକ ପଦ୍ଧତି। ହୋମିଓପାଥିକୁ ଏକ ପ୍ରକାର ବରଦାନ ବୋଲି ଧରାଯାଏ।
ତେବେ ଆଜି ବିଶ୍ୱ ହୋମିଓପାଥି ଦିବସ ଅବସରରେ ଆମେ ଆପଣଙ୍କୁ ଏହା ବିଷୟରେ କିଛି ଅଧିକ ସୂଚନା ଦେବାକୁ ଯାଉଛୁ ଯାହାକୁ ଆପଣ ଜାଣି ନଥିବେ। ତେବେ ପଢ଼ନ୍ତୁ ଏହା ମିଠା ଗୋଲି ବିଷୟରେ।

ଏହାର ସାଇଡ୍‌ ଇଫେକ୍ଟ ବହୁତ କମ୍‌। ସାଇଡ୍‌ ଇଫେକ୍ଟ ହୁଏ ନାହିଁ କହିଲେ ମଧ୍ୟ ଚଳେ। ବେଳେ ବେଳେ ଦେଖାଯାଏ ଯେ, ଜ୍ୱର ହୋଇଥିବା ରୋଗୀ ହୋମିଓପାଥି ଖାଇଲା ପରେ ଲୁଜ୍‌ ମୋସନ୍‌, ବାନ୍ତି ଏବଂ ଆଲର୍ଜି ହୋଇଥାଏ। ଏହାର କାରଣ ନୁହେଁ ଯେ, ଏହା ହୋମିଓପାଥିର ସାଇଡ୍‌ ଇଫେକ୍ଟ। ଏହା ହୋମିଓପାଥି ଚିକିତ୍ସାର ଏକ ଅଂଶ। କିନ୍ତୁ ଲୋକମାନେ ଏହାକୁ ସାଇଡ୍‌ ଇଫେକ୍ଟ ବୋଳି ମାନି ନେଇଥାନ୍ତି। ଏହି ପ୍ରକିୟାକୁ ହିଲିଙ୍ଗ୍‌ କ୍ରାଇସିସ୍‌ ବୋଲି କୁହାଯାଏ। ଏକି ପ୍ରକିୟା ଯୋଗୁ ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟ ବାହାରକୁ ବାହାରିଯାଏ।

ପୁରୁଣା ରୋଗ ପାଇଁ ଏହା ଏକ ଭଲ ଚିକିତ୍ସା ବୋଲି ଧରାଯାଏ। ହୋମିଓପାଥି ଆଲର୍ଜି, ଅସ୍ଥମା, ମାଇଗ୍ରେନ୍‌ ଆଦି ରୋଗକୁ ମୂଳରୁ ନାଶ କରିଥାଏ।


ହୋମିଓପାଥି ଛୋଟ ଛୋଟ ଡବାରେ ଭର୍ତ୍ତି ଥିବାର ଆପଣ ଦେଖିଥିବେ। ତେବେ ଡାକ୍ତରମାନେ ଏହି  ମିଠା ଗୋଲିକୁ ଛୋଟ ଛୋଟ ଡବାରେ ଭର୍ତ୍ତି କରି କମ୍‌ କମ୍‌ ହିଁ ଦେଇଥାନ୍ତି। ଆଉ ଏହା ଖାଇଲେ ପିଆଜ, ରସୁଣ ଇତ୍ୟାଦି ଖାଇବାକୁ ଡାକ୍ତର ମନା କରିଥାନ୍ତି। ଏହା କ’ଣ ପାଇଁ ଆପଣ ଜାଣିଛନ୍ତି କି? ଏହା ଏଥିପାଇଁ ମନା କରିଥାନ୍ତି ଯେ, ପିଆଜ ଏବଂ ରସୁଣ ଭଳି ଦ୍ରବ୍ୟର ଗନ୍ଧରେ ଔଷଧ ସଠିକ୍‌ ପ୍ରଭାବ ପଡ଼ି ନ ଥାଏ ।

ତେବେ ଯଦି ଆପଣଙ୍କ ଶରୀରରେ କୌଣସି ଭିଟାମିନ୍‌ର ଅଭାବ ଅଛି ତାହାଲେ ହୋମିଓପାଥିରେ ଏହାର ଚିକିତ୍ସା ନାହିଁ। ସମସ୍ତଙ୍କ ଶରୀରରେ ଏହା ସଠିକ୍‌ ଭାବେ କାମ କରେ ନାହିଁ। ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କ ଶରୀରରେ ଏହା ଭିନ୍ନ ଭିନ୍ନ ଫଳ ଦେଇଥାଏ।



from Odisha Reporter http://bit.ly/2D8GQCr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages