ଖେଳ ରତ୍ନ ପାଇଁ ବଜରଙ୍ଗ ଓ ଭିନେଶଙ୍କ ନାମ ସୁପାରିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଖେଳ ରତ୍ନ ପାଇଁ ବଜରଙ୍ଗ ଓ ଭିନେଶଙ୍କ ନାମ ସୁପାରିସ୍

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲୁଏଫଆଇ) ନିକଟରେ ଏସିଆନ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ବଜରଙ୍ଗ ପୁନିଆ ଓ ଏସିଆନ୍ ଗୋଲ୍ଡ ମେଡାଲିଷ୍ଟ ଭିନେଶ ଫୋଗତଙ୍କ ନାମ ସୁପାରିସ୍ କରିଛି।

ଗତ କିଛି ବର୍ଷ ହେବ ବଜରଙ୍ଗ ଓ ଭିନେଶଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଡବ୍ଲୁଏଫଆଇ ସୋମବାର ଦୁହିଁଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ କରିଛି। ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ନିକଟରେ ସିଆନରେ ଆୟୋଜିତ ଏସିଆନ୍ ଚାମ୍ପିଅନଶିପର ପୁରୁଷ ୬୫ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହି ୨୫ ବର୍ଷୀୟ ରେସଲର୍ ଗତବର୍ଷ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ। ସେହିପରି ଭିନେଶ ଏସିଆନ୍ ଚାମ୍ପିଅନଶିପରେ କେବଳ ବ୍ରୋଞ୍ଜ ପଦକ ଜିତିପାରି ଥିଲେ। ଯେହେତୁ ଭିନେଶ ନୂଆ ଓଜନ ବର୍ଗ ୫୩ କେଜିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ, ଏହି କାରଣରୁ ଏହି ବ୍ରୋଞ୍ଜ ପଦକ ତାଙ୍କ ପାଇଁ ବଡ଼ ଉପଲବ୍ଧି।

ସେ ୨୦୧୮ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ରେସଲର୍ ହୋଇଥିଲେ। ବଜରଙ୍ଗ ଓ ଭିନେଶଙ୍କ ବ୍ୟତୀତ ଡବ୍ଲୁଏଫଆଇ ରାହୁଲ ଆୱାରେ, ହରପ୍ରୀତ ସିଂହ, ଦିବ୍ୟା କାକରନ୍ ଓ ପୂଜା ଧାନ୍ଦାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି।

୨୫ ବର୍ଷୀୟ ପୂଜା ଗତବର୍ଷ ୱାର୍ଲ୍ଡ ଚାମ୍ପିଅନଶିପରେ ବ୍ରୋଞ୍ଜ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ୨୧ ବର୍ଷୀୟ ଦିବ୍ୟା ଏସିଆନ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହାଛଡ଼ା ସେ ଗତବର୍ଷ ଉଭୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ତୃତୀୟ ସ୍ଥାନରେ ରହିଥିଲେ।

ଆୱାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ହରପ୍ରୀତ ରବିବାର ଏସିଆନ୍ ଚାମ୍ପିଅନଶିପରେ ରୌପ୍ୟ ପଦକ ହାସଲ କରିଥିଲେ। ଗତବର୍ଷ ‘ଖେଳ ରତ୍ନ’ ନମିଳିବାରୁ ବଜରଙ୍ଗ ନିରାଶ ପ୍ରକାଶ କରିଥିଲେ ଏବଂ କୋର୍ଟ ଯିବାକୁ ଧମକ ମଧ୍ୟ ଦେଇଥିଲେ। ସେତେବେଳେ କ୍ରିକେଟର ବିରାଟ୍ କୋହଲି ଓ ଭାରୋତ୍ତୋଳକ ମୀରାବାଈ ଚାନୁଙ୍କୁ ଏହି ପୁରସ୍କାର ମିଳିଥିଲା।

ଡବ୍ଲ୍ୟୁଏଫଆଇ ପ୍ରଶିକ୍ଷକଙ୍କୁ ଦିଆଯାଉଥିବା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବୀରେନ୍ଦ୍ର କୁମାର ସୁଜିତ୍ ମାନ୍, ନରେନ୍ଦ୍ର କୁମାର ଓ ବିକ୍ରମ କୁମାରଙ୍କ ନାମ ସୁପାରିସ୍ କରିଛି। ଭୀମ୍ ସିଂହ ଓ ଜୟ ପ୍ରକାଶଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି।



from Odisha Reporter http://bit.ly/2XQUIJr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages