କ୍ୟାନସର୍‌ରୁ ରକ୍ଷା କରିବ ଛତୁ, ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

କ୍ୟାନସର୍‌ରୁ ରକ୍ଷା କରିବ ଛତୁ, ଜାଣିଛନ୍ତି କି ?

ଭାରତୀୟ ଖାଦ୍ୟରେ ଛତୁର ଲୋକପ୍ରିୟତା ବେଶି ରହିଛି। ଭାରତର ଛୋଟ ଢାବା, ହୋଟେଲଠୁ ଆରମ୍ଭ କରି ବଡ଼ ବଡ଼ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ଛତୁକୁ ନେଇ ନାନା ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ବିଶେଷଜ୍ଞଙ୍କ ମତରେ ସପ୍ତାହକୁ ଅନ୍ତତଃ ଥରେ ଛତୁ ଖାଇବା ନିହାତି ଆବଶ୍ୟକ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ। ଛତୁରେ ମହଜୁଦ୍ ଥିବା ଆଣ୍ଟି-ଅକ୍ସିଡାଣ୍ଟ ବିଭିନ୍ନ ରୋଗରୁ ମଣିଷକୁ  ରକ୍ଷା କରେ।

୧) ନିୟମିତ ଭାବେ ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ହୃଦରୋଗ ତଥା ଯକୃତ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ୍ ହେବ ବୋଲି ପ୍ରକାଶ।

୨) ଛତୁ ଖାଇଲେ ରକ୍ତଚାପ ନିୟନ୍ତ୍ରିତ ରହିବା ସହ ମଧୁମେହ ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ।

୩) କର୍କଟ ରୋଗୀ ପ୍ରତିଦିନ ଛତୁ ଖାଇଲେ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ସାଧାରଣ ଲୋକେ ଏହା ଖାଇବା ଦ୍ୱାରା ସେମାନଙ୍କ ଶରୀରରେ କର୍କଟବିରୋଧୀ ଶକ୍ତି ବଢ଼ିଥାଏ।

୪) ଛତୁରେ ଥିବା ଲିନ୍ ପ୍ରୋଟିନ୍ ଓଜନ କମ୍ କରିବାରେ ସହାୟକ ହୋଇଥାଏ।

୫) ଏହା ସହ ଏଥିରେ ଥିଭା ଭିଟାମିନ୍ ମଧ୍ୟ ଶରୀରକୁ ଶକ୍ତି ପ୍ରଦାନ କରେ। ନିୟମିତ ଭାବେ ଛତୁ ଖାଇଲେ ଶରୀରକୁ ଥକ୍କା ଲାଗେନାହିଁ।

୬) ଛତୁ ଖାଇଲେ କୋଲେଷ୍ଟୋରଲ ନିୟନ୍ତ୍ରିତ ହେବା ସହ ଶରୀରର ହାଡ଼ ଶକ୍ତ ହୋଇଥାଏ।

୭) ଛତୁ ଆମ ତ୍ୱଚା ଓ କେଶ ପାଇଁ ଉପକାରୀ। ଏହା ଶରୀରରେ  ହିମୋଗ୍ଲୋବିନର ମାତ୍ରା ଠିକ୍ ରଖିଥାଏ।

୮) ଏକ ଗବେଷଣାରୁ ଜଣାପଡ଼ିଛି ଯେ ସଲୋକାଇବିନ୍‌ ମସରୁମ୍‌ ବା ଆମ ବାଡ଼ିରେ ଫୁଟୁଥିବା ପାଳଛତୁ ଦ୍ୱାରା ଡିପ୍ରେସନ ବା ମାନସିକ ଚାପର ସଫଳ ଚିକିତ୍ସା କରାଯାଇ ପାରିବ। ଏ ପ୍ରକାର ଛତୁ ମାନସିକ ଚାପରେ ଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ପ୍ରମୁଖ ତନ୍ତୁକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ।



from Odisha Reporter https://ift.tt/2TTzrfM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages