ପାଟକୁରାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ବିଜୟଙ୍କ ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ପାଟକୁରାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ବିଜୟଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆହ୍ୱାନ ଦେଇଛନ୍ତି। କହିଛନ୍ତି,“ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଇନ ଅନୁସାରେ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାରେ ବାଧା ନାହିଁ। ପଛରେ ରହି, ହୀନ ଚକ୍ରାନ୍ତ ନ କରି ଓ ମୁଖ୍ୟମନ୍ତ୍ରୀ ନିଜର କା’କୁ ନ ପଠାଇ ପାଟକୁରାରେ ନିଜେ ଲଢ଼ିଲେ ଠିକ୍ ହୁଅନ୍ତା। ଯଦି ତାଙ୍କର ସତ ସାହସ ଥାଏ, ମୁଁ ଭାବୁଛି ଏ ଅନୁରୋଧକୁ ରକ୍ଷା କରିବେ।”

“ମୁଁ ପ୍ରାର୍ଥୀପତ୍ର ଦାଖଲ କରିବା ଦିନଠୁ ମୁଖ୍ୟମନ୍ତ୍ରୀ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରୁଛନ୍ତି। ଯେଉଁମାନେ ପାରିବେନି, ତାଙ୍କୁ ପ୍ରାର୍ଥୀ କରାଯାଉଛି” ବୋଲି ବିଜୟ କହିଛନ୍ତି।

ସେ କହିଛନ୍ତି,“ ଏ ଦଳର ନିର୍ବାଚନ କମିଟି ନାହିଁ। ଜଣେ ଦୁଇ ଜଣ ବସିଲେ ସେମାନେ କାହାକୁ ପ୍ରାର୍ଥୀ କରିବେ, କାହାକୁ କରିବେନି, ସେମାନେ ନିଷ୍ପତ୍ତି ନିଅନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନିଅନ୍ତୁ। କେନ୍ଦ୍ରାପଡ଼ା ବିଜୁବାବୁଙ୍କ ଜନ୍ମ ଭୂମି ଓ କର୍ମଭୂମି ଥିଲା। ସେଠାରେ ତାଙ୍କ ପୁଅ ହିସାବରେ ନିର୍ବାଚନ ଲଢ଼ିବାରେ କୌଣସି ଆପତ୍ତି ନାହିଁ। ସିଧାସଳଖ ସାମ୍ନା କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ପଛପଟୁ ରହି ହୀନ ଚକ୍ରାନ୍ତ କରିବାକୁ ଲୋକେ ବରଦାସ୍ତ କରିବେନି।”

ବିଜୟ କହିଛନ୍ତି,“ପାଟକୁରାରେ ନିର୍ବାଚନ ବନ୍ଦ କରିବାକୁ ହୀନ ଚକ୍ରାନ୍ତ ଚାଲିଛି। ଏପରି ହୀନ ଚକ୍ରାନ୍ତ ନକରି ମୁଖ୍ୟମନ୍ତ୍ରୀ ନିଜେ ଆସି ପ୍ରାର୍ଥୀ ହୁଅନ୍ତୁ। ଗୋଟିଏ ବ୍ଲକ୍‌ରେ ତିନୋଟି ସଭା କରିବା। ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯିବ। ଲୋକେ ତାଙ୍କର ନିଷ୍ପତ୍ତି ନେବେ। ନିର୍ବାଚନ ଆଉ ଖର୍ଚ୍ଚ ବହୁଳ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖଣି, ଚିଟ୍‌ଫଣ୍ଡ ଓ ବ୍ଲକ୍ ଚୋରି ପଇସା ଅଛି। ଏହି ଟଙ୍କାକୁ ଖର୍ଚ୍ଚ କରିବାକୁ ପଡ଼ିବନି।”

ବିଜୟ କହିଛନ୍ତି,“ ବିଜୁ ଯୁବ ବାହିନୀର ସଦସ୍ୟଙ୍କୁ ବୁଥରେ ସ୍ୱେଚ୍ଛାସେବୀ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ନିର୍ବାଚନ କରାଇ ଦେଉ ନାହାନ୍ତି। ଏ ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ମୁଁ ୩୦ରୁ ୪୦ବର୍ଷ ହେବ ନିର୍ବାଚନ ଦେଖିକି ଆସିଛି। କିନ୍ତୁ ଚଳିତବର୍ଷ ନିର୍ବାଚନ ଐତିହାସିକ ହେବ।”

ଅନ୍ୟପକ୍ଷରେ ମେ’ ୧୯ ତାରିଖରେ ପାଟକୁରା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆହୁରି ଘୁଞ୍ଚାଇବାକୁ ଚାହୁଁଛନ୍ତି। ଯଦି ବାତ୍ୟା ‘ଫୋନି’ ଓଡ଼ିଶାରେ ମାଡ଼ ହୁଏ, ତାହାହେଲେ ନିର୍ବାଚନକୁ ଘୁଞ୍ଚାଇବାକୁ ସେ ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ଅନୁରୋଧ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିଜେଡି ପାଟକୁରା ଆସନ ପାଇଁ ବେଦ ପ୍ରକାଶଙ୍କୁ ପ୍ରାର୍ଥୀ କରିଥିଲା। ସେ ନାମାଙ୍କନପତ୍ର ବି ଦାଖଲ କରିଥିଲେ। ତେବେ ନିର୍ବାଚନର ୯ ଦିନ ପୂର୍ବରୁ ଏପ୍ରିଲ୍ ୨୦ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ ହୋଇଥିଲା। ଫଳରେ ନିର୍ବାଚନ କମିଶନ ପାଟକୁରା ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ।

ଗତକାଲି ବିଜେଡି ସଭାପତି  ତଥା ମୁଖ୍ୟମନ୍ତ୍ରୀ ପାଟକୁରା ଆସନ ପାଇଁ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ ନାଁ ଘୋଷଣା କରିଥିଲେ। ଆଜି ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।



from Odisha Reporter http://bit.ly/2URWFDP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages