୭୦ ବର୍ଷରେ ବି ଫିକା ପଡ଼ିନି ଡ୍ରିମ୍‌ ଗାର୍ଲଙ୍କ ଚେହେରାର ଚମକ, କାରଣ ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

୭୦ ବର୍ଷରେ ବି ଫିକା ପଡ଼ିନି ଡ୍ରିମ୍‌ ଗାର୍ଲଙ୍କ ଚେହେରାର ଚମକ, କାରଣ ଜାଣିଛନ୍ତି କି?

 ମୁମ୍ୱାଇ: ବଲିଉଡ଼ର ଡ୍ରିମ୍‌ ଗାର୍ଲ ହେମାମାଲିନୀ ରାଜନୀତିରେ ବି ବେଶ ସକ୍ରିୟ। ବୟସ ୭୦ରେ ପହଞ୍ଚି ସାରିଥିବା ବେଳେ ଏ ବୟସରେ ବି ସେ ଖୁବ୍‌ ଚଳଚଞ୍ଚଳ। ତାଙ୍କ ଚେହେରାର ଚମକ ବଜାୟ ରଖିବା ସହ ଫିଟ୍‌ନେସ ନିମନ୍ତେ ସେ ଷ୍ଟ୍ରିଟ୍‌ ଡାଏଟ୍‌, ବିୟୁଟି ଟିପ୍ସ ଓ ଡ୍ୟାନ୍ସକୁ ନିଜ ଡେଲି ଲାଇଫରେ ସାମିଲ କରିଛନ୍ତି। ଫଳରେ ଏବେ ବି ତାଙ୍କ ନିକଟରେ ବଲିଉଡ଼ରେ ପାଦ ଦେଉଥିବା ହିରୋଇନମାନେ ଫିକା ପଡିଯାଆନ୍ତି।  ତେଣୁ ସେ ଫଲୋ କରୁଥିବା ବିୟୁଟି ଟିପ୍ସ ଆପଣାଇ ଆପଣ ବି ଚାହିଁଲେ ନିଜ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରାଇ ପାରିବେ।  ଆସନ୍ତୁ ଜାଣିବା ହେମାମାଲିନୀଙ୍କ ବିୟୁଟି ଟିପ୍ସ ବିଷୟରେ ।

 ହେମାମାଲିନୀଙ୍କ ବିୟୁଟି  ଟିପ୍ସ : ବହୁ ଦଶନ୍ଧି ଧରି ବଡ ପରଦାରେ ହିଟ୍‌ ପରେ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟରେ ରାଜ କରିଥିବା ହେମାମାଲିନୀ ପରେ ରାଜନୀତିରେ  ପାଦ ଦେଲେ। ଏବ ସେ ମଥୁରା ଲୋକସଭା ଆସନରୁ ଏମ୍‌ପି ଥିବାବେଳେ ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ସେହି ସିଟ୍‌ରୁ ମଇଦାନକୁ ଓହ୍ଲାଇଛନ୍ତି। ଏ ବୟସରେ ବି  ପ୍ରଚାରରେ ବ୍ୟସ୍ତ ଥିବା ସତ୍ତ୍ୱେ ସେ ନିଜ ଯତ୍ନ ନେବା ଭୁଲୁ ନାହାନ୍ତି।  ଫଳରେ  ତାଙ୍କ ମୁହଁରେ ବୟସର ଛାପ ଜଣାପଡୁ ନାହିଁ।  ହେମାମାଲିନୀ ଜଣେ ପ୍ରବୀଣ  ନୃତାଙ୍ଗନା ହୋଇଥିବା ଯୋଗୁ ସେ ଆଜି ବି ଫିଟ୍‌ ଅଛନ୍ତି।

 ପିଅନ୍ତୁ ପ୍ରଚୁର ପାଣି :  ନିଜ ଚେହେରାରେ ଚମକ ବଜାୟ ରଖିବା ନିମନ୍ତେ ପାଣି ପିଇବା ଉପରେ ଗୁରୁତ୍ୱ ଦେଉଛନ୍ତି ହେମାମାଲିନୀ। ଏହାଦ୍ୱାରା  ଶରୀରରୁ ଟକ୍ସିସସ୍‌ ନିର୍ଗତ ହୋଇଯାଏ। ତେଣୁ ସେ ପ୍ରତିଦିନ ପ୍ରଚୁର ପାଣି ପିଉଥିବା ଜଣାଯାଇଛି।

ହେଲଦି ଡାଏଟ୍‌ : ସୁସ୍ଥ ରହିବା ନିମନ୍ତେ ହେଲଦି ଡାଏଟ୍‌ର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ହେମାମାଲିନୀ ପ୍ରଚୁର ଫଳମୂଳ ଖାଇବା ସହ ତେଲ ମସଲା ପ୍ରାୟତଃ ଆଭଏଡ କରିଥାନ୍ତି। ଏହି ବର୍ଷୀୟାନ ଅଭିନେତ୍ରୀ ଭିଟାମିନ୍ସ ଓ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେଇଥାନ୍ତି। ଏହାଦ୍ୱାରା ତ୍ୱଚାକୁ ସଠିକ ପୋଷଣ ମିଳିଥାଏ ବୋଲି ତାଙ୍କ ବିଶ୍ୱାସ।  ଏହାସହ ତ୍ୱଚାରେ ଥିବା ମୃତ କୋଷିକା ମଧ୍ୟ ନଷ୍ଟ ହୋଇଯାଇଥାଏ।

 ମେକଅପ୍‌  : ହେମାମାଲିନୀ ହାଲକା ମେକଅପ୍‌ ନେବାକୁ ପସନ୍ଦ କରନ୍ତି। ସେ ହାଲକା କାଜଲ ଓ ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି। ଏହାସହ ତ୍ୱଚା ସଫା କରିବାକୁ କ୍ଲିନଜିଂ ମିଲ୍କ ବ୍ୟବହାର କରିଥାନ୍ତି।

ନାଇଟ କେୟାର :   ରାତିରେ ଶୋଇବାକୁ ଯିବା ପୂର୍ବରୁ ହେମାମାଲିନୀ ନିଜ ମୁହଁକୁ ଭଲ ଭାବେ ସଫା କରିଥାନ୍ତି। ଏହାଦ୍ୱାରା ତ୍ୱଚାରେ ଥିବା ବ୍ୟାକ୍ଟେରିଆ, କିଟାଣୁ ସଫା ହୋଇଯାଇଥାନ୍ତି। ଏହାପରେ ସେ ମୁହଁରେ ମଶ୍ଚରାଇଜର ଲଗାଇବାକୁ ଭୁଲି ନ ଥାନ୍ତି। ଏହାଦ୍ୱାରା ତ୍ୱଚାର ନୟନିୟତା ବଜାୟ ରହିଥାଏ ।

ତେଣୁ ଆପଣ ମଧ୍ୟ ଚାହିଁଲେ ଡ୍ରିମ୍‌ ଗାର୍ଲଙ୍କ ବିୟୁଟି ଟିପ୍ସ ଫଲୋ କରି ନିଜ ଚେହେରାରେ ଚମକ ଆଣି ପାରିବେ।



from Odisha Reporter http://bit.ly/2KlGNcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages