ପ୍ରସ୍ତୁତ କରନ୍ତୁ କୁର୍‌କୁରେ ଭେଣ୍ଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ପ୍ରସ୍ତୁତ କରନ୍ତୁ କୁର୍‌କୁରେ ଭେଣ୍ଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତେ କ୍ରିସ୍ପି ଏବଂ କୁର୍‌କୁରା ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି। ଭେଣ୍ଡି ମଧ୍ୟ ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଭେଣ୍ଡିରେ ଆମେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। ତେବେ କେବେ ଆପଣ କୁର୍‌କୁରେ ଭେଣ୍ଡି ଖାଇଛନ୍ତି କି? ଏହି କୁର୍‌କୁରେ ଭେଣ୍ଡି ତିଆରି କରିବା ଅତ୍ୟନ୍ତ ସହଜ ହୋଇଥିବା ବେଳେ ଏହା କମ୍‌ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଥାଏ। ତେବେ କୁର୍‌କୁରେ ଭେଣ୍ଡି କିପରି ପ୍ରସ୍ତୁତ କରିବେ ଜାଣନ୍ତୁ।

ଆବଶ୍ୟକୀୟ ସାମଗ୍ରୀ

ଭେଣ୍ଡି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧଣିଆ ପାଉଡର୍‌, ଗରମ ମସଲା, ଜିରା ପାଉଡର୍‌, ଆମ୍‌ଚୁର୍‌ ପାଉଡର୍‌, ଚାଉଳ ଗୁଣ୍ଡ, ବେସନ, ଲେମ୍ବୁ ରସ ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆପଣଙ୍କ ଆବଶ୍ୟକ ଅନୁସାରେ ଭେଣ୍ଡି ନେଇ କାଟି ଦିଅନ୍ତୁ। ବଡ଼ ଭେଣ୍ଡି ଥିଲେ ୩ ଖଣ୍ଡ ଏବଂ ଛୋଟ ଭେଣ୍ଡି ଥିଲେ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ। ଭେଣ୍ଡିକୁ ଆପଣ ପତଳା ଏବଂ ଲମ୍ବା କରି କାଟି ଦିଅନ୍ତୁ। ଏଥିରୁ ଆପଣ ସବୁ ମଞ୍ଜି ବାହାର କରିଦେବେ।

ଏହା ପରେ ଆପଣ ଏକ ପାତ୍ରରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧଣିଆ ପାଉଡର୍‌, ଗରମ ମସଲା, ଜିରା ପାଉଡର୍‌, ଆମ୍‌ଚୁର୍‌ ପାଉଡର୍‌, ଚାଉଳ ଗୁଣ୍ଡ, ବେସନ ନେଇ ଶୁଖିଲା ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଏକ ଚଉଡ଼ା ପାତ୍ରରେ ଭେଣ୍ଡିକୁ ରଖି ସେଥିରେ ଗୋଳା ହୋଇଥିବା ଶୁଖିଲା ସମଲା ସବୁ ପକାନ୍ତୁ। ଏଥିରେ ଆପଣ ଲୁଣ ପକାଇବେ ନାହିଁ। ନ ହହେଲେ ଏହା ଭେଣ୍ଡିକୁ କୁର୍‌କୁରେ କରିବ ନାହିଁ।

ଏହା ପରେ ମସଲା ସହ ଭେଣ୍ଡିକୁ ଭଲରେ ଗୋଳାଇ ଦିଅନ୍ତୁ। ଏହା ପରେ ଆପଣ ସେଥିରେ ଲେମ୍ବୁ ରସ ପକାନ୍ତୁ। ଏହା ପରେ ସେଥିରେ ଅଳ୍ପ ଲୁଣ ଏବଂ ଅଳ୍ପ ପାଣି ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହାକୁ ଗୋଳାଇବା ସଙ୍ଗେ ସଙ୍ଗେ ହିଁ ଆପଣ ତେଲ ଗରମ କରି ଛାଣନ୍ତୁ।

ଏହାକୁ ହାଇ ଫ୍ଲେମ୍‌ରେ ଦେଇ ହିଁ ଛାଣିବେ। ନ ହେଲେ ଏହା କ୍ରିସ୍ପି ହେବ ନାହିଁ। ଏହାପରେ ଭେଣ୍ଡିକୁ ଲାଲ୍‌ ହେବା ଯାଏ ଛାଣନ୍ତୁ। କିଛି ସମୟ ପରେ ଭେଣ୍ଡି ଲାଲ୍‌ ହୋଇଗଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର କୁର୍‌କୁରରେ ଭେଣ୍ଡି। ଏହାକୁ ଆପଣ ଘରେ ଟିଭି ଦେଖିବା ସମୟରେ ବା ଘରକୁ କେହି ଅତିଥି ଆସିଥିଲେ ଏହିପରି କରି ଖୁଆନ୍ତୁ।



from Odisha Reporter http://bit.ly/2KDuFUv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages