
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା ସହ ବିଧାନସଭା ଆସନ ଲାଗି ସମ୍ପନ୍ନ ହୋଇଛି ମତଦାନ। ଆସନ୍ତା ମେ ୨୩ରେ ବାହାରିବ ଫଳାଫଳ। କାହାକୁ ମିଳିଛି ବହୁମତ ଆଉ କିଏ ହରାଇନ୍ତି ଅମାନତ ସେଇଦିନ ହିଁ ଜଣାପଡିବ। ହେଲେ ସେ ଟେନ୍ସେନ୍ ନେବା ଆଗରୁ ଏବେ ଫୁଲ୍ ରିଲାକ୍ସ ମୁଡ୍ରେ ଆମ ରାଜନେତା। ଆରାମରେ ନିଶ୍ୱାସ ମାରିବାକୁ ଏବେ ତର ହେଲା ବୋଲି କହିଲେ ଠିକ୍ ହେବ।
ସମ୍ବଲପୁର ଆସନ ପାଇଁ ଏଥର ନିର୍ବାଚନରେ ଛିଡା ହୋଇଥିଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, କଂଗ୍ରେସରୁ ପ୍ର.ଅଶ୍ୱିନୀ ପୂଜାହାରୀ ଆଉ ବିଜେପିରୁ ଜୟ ନାରାୟଣ ମିଶ୍ର। ଏହି ୩ ପ୍ରାର୍ଥୀ ଏବେ ରିଲାକ୍ସ କରୁଛନ୍ତି। ଜୟନାରାୟଣଙ୍କ ଅଫିସ୍ରେ ଏଥର ବିଶେଷ ଗହଳ ଚହଳ ନ ଥିଲେ ବି ଅଳ୍ପ କିଛି କର୍ମିଙ୍କ ସହ ବସି ସେ ଆଲୋଚନା କରୁଛନ୍ତି। କେଉଁ ବୁଥ୍ରେ କେତେ ପୋଲିଂ ହେଲା, କେଉଁ ଅଞ୍ଚଳରୁ କେତେ ଭୋଟ ତାଙ୍କ ଖାତାକୁ ଆସିଛି, ଏହାକୁ ନେଇ ଚାଲିଛି ହିସାବ। ମନ ହେଲେ ଥଣ୍ଡା ପାନୀୟ ପିଉଛନ୍ତି ଆଉ କର୍ମୀ ବି ତାଙ୍କ ପାଖେ ପାଖେ ରହୁଛନ୍ତି। କେତେବେଳେ ହାତ ମୋଡି ଦେଉଛନ୍ତି ତ କେତେବେଳେ ଆଙ୍ଗୁଳୀ ଫୁଟାଇ ଦେଉଛନ୍ତି।

ଡାକ୍ତର ରାସେଶ୍ୱାରୀ ପାଣିଗ୍ରାହୀ ମଧ୍ୟ ନିର୍ବାଚନ ସରିବା ପରେ ନିଜ ଚିରାଚରିତ ଦିନଚର୍ଯ୍ୟାକୁ ଫେରି ଆସିବା ଭଳି ଲାଗୁଛନ୍ତି। ରୋଗୀ ଦେଖୁଛନ୍ତି, ପ୍ରେସ୍କିପ୍ସନ୍ ଲେଖୁଛନ୍ତି। ଲୋକଙ୍କ ଭଲ ମଧ୍ୟ ପଚାରି ବୁଝୁଛନ୍ତି। ଇଭିଏମ୍ରେ ସିଲ୍ ନିଜ ଭାଗ୍ୟ କ’ଣ ହେବ ତାହାକୁ ନେଇ ସେ ବିଶେଷ ଚିନ୍ତିତ ନାହାନ୍ତି। ତାଙ୍କ ମତରେ ସେ ଗୋଟିଏ ନୋବଲ ପ୍ରଫେସନରେ ଥିବାରୁ ନିଜ କାମ କରି ବେଶ୍ ଆନନ୍ଦିତ। ଅଞ୍ଚଳବାସୀ ଯାହା ସପକ୍ଷରେ ଜନମତ ଦେଇଥିବେ ତାହା ହିଁ ହେବ। ତେଣୁ ତାକୁ ନେଇ ଚିନ୍ତିତ ହେବାର ବର୍ତ୍ତମାନ କିଛି କାରଣ ନାହିଁ। ଏଣୁ ଏବେ ରୋଗୀ, କ୍ଲିନିକ୍ ଆଉ ପରିବାର ସହ ସମୟ କାଟୁଛନ୍ତି ରାସେଶ୍ୱାରୀ।

ଅନ୍ୟପଟେ କଂଗ୍ରେସ ଟିକେଟରୁଏଥର ନିର୍ବାଚନ ଲଢିଥିବା ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କର କଥା ଟିକିଏ ଅଲଗା । ପ୍ରଚାର କାମରେ କିଛି ଦିନ ବ୍ୟସ୍ତ ଥିବା ପୂଜାହାରି ଏବେ ନିଜ ଘରେ ପତ୍ନୀଙ୍କ ସହ ନିର୍ବାଚନ ରଣାଙ୍ଗନର ଅନୁଭୂତି ବଖାଣୁଛନ୍ତି । ଆଗକୁ ବେଙ୍ଗାଲୁରୁ ଚାଲିଯିବାକୁ ଯୋଜନା ଥିଲେ ମଧ୍ୟ ଏବେ ନ ଯାଇ ସମ୍ବଲପୁରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହୁନ୍ତି।

from Odisha Reporter http://bit.ly/2IGV6ql
No comments:
Post a Comment