
ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବାବା ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ଶୈବପୀଠ ଧୁମ୍ଧାମ୍ରେ ଚାଲିଥିବା ଚଡ଼କ ମେଳା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ଏଠାରେ ନୀଳପର୍ବ ଅନୁଷ୍ଠିତ ହେବ। ଆସନ୍ତାକାଲି ଅର୍ଥାତ୍ ଅନ୍ତିମ ଦିନରେ ପାଟ ପର୍ବ ଅନୁଷ୍ଠିତ ହେବ।
ଚଡ଼କ ମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସରକାରୀ ହିସାବରେ ୭୦ ହଜାର ଉବୀତଧାରୀ ଭକ୍ତ ମେଳାରେ ଯୋଗ ଦେଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହା ଲକ୍ଷେରୁ ଅଧିକ ବୋଲି ଆକଳନ କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ୧୭ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲାପାଳ, ଏସ୍ପି ଓ ଭୋଗରାଇ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମେଳାକୁ ଅନୁଧ୍ୟାନ କରୁଛନ୍ତି।
ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତାକାଲି ସରିବ।
from Odisha Reporter http://bit.ly/2Gj3MAR
No comments:
Post a Comment