
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଜିସୁଦ୍ଧା ମୋଟ ୧୨୩ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜିଠୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୪୨ଟି ବିଧାନସଭା ପାଇଁ ମୋଟ ୧୦୪ଜଣ ଓ ୬ ଲୋକସଭା ଆସନରେ ମୋଟ ୧୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲେ ମଧ୍ୟ ପ୍ରଥମ ଦିନରେ ବିଧାନସଭା ଆସନ ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି। କେବଳ ଯାଜପୁର ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଆଜିସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାୟ ୨.୬୦ କୋଟି ଟଙ୍କା ମୂଲ୍ୟର ମଦ ଜବତ ହୋଇଛି। ରାଜ୍ୟସ୍ତରର କଂଟ୍ରୋଲ ରୁମକୁ ଏବେ ସୁଦ୍ଧା ୫୧୭ଟି କଲ୍ ବା ଅଭିଯୋଗ ଆସିଛି। ରାଜ୍ୟସ୍ତରୀୟ ଭୋଟର ହେଲପଲାଇନକୁ ଆଜିସୁଦ୍ଧା ୧୨୭୦୪ଟି ଅଭିଯୋଗ ଆସିଥିବାବେଳେ ଏହାର ତ୍ୱରିତ୍ ସମାଧାନ କରାଯାଇଛି ବୋଲି କୁହାଯାଇଛି।
from Odisha Reporter https://ift.tt/2FUPd6B
No comments:
Post a Comment