ଶ୍ରୀଲଙ୍କା ଗଣସଂହାର ଘଟଣା, କର୍ଣ୍ଣାଟକର ୨ ଜେଡିଏସ ନେତା ମୃତ, ୫ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଶ୍ରୀଲଙ୍କା ଗଣସଂହାର ଘଟଣା, କର୍ଣ୍ଣାଟକର ୨ ଜେଡିଏସ ନେତା ମୃତ, ୫ ନିଖୋଜ

କର୍ଣ୍ଣାଟକ: ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣ ଘଟଣାରେ କର୍ଣ୍ଣାଟକ ମେଣ୍ଟ ସରକାରର ଅନ୍ୟତମ ଦଳ ଜେଡ଼ିଏସର ୨ କର୍ମୀଙ୍କ ମୃତ୍ୟୁ ହୋଇଛି। ମୋଟ ୭ ଜଣ ଜେଡିଏସ ନେତା ଶ୍ରୀଲଙ୍କା ବୁଲିବାକୁ ଯାଇଥିଲେ। ତେବେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ବାକି ୫ ଜଣଙ୍କର କୌଣସି ଖୋଜ ଖବର ନଥିବା ଜଣାପଡ଼ିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡ଼ିଏସ ସଭାପତି ଏଚ୍‍ ଡି କୁମାରସ୍ୱାମୀ ଏହା ସ୍ପଷ୍ଟ କରିଛନ୍ତି।

ମୃତ ଦୁଇ ଜେଡିଏସ ନେତାଙ୍କ ଘର କର୍ଣ୍ଣାଟକର ନିଲମଙ୍ଗଳା ଏବଂ ବେଙ୍ଗାଲୁରୁ ବୋଲି ଜଣାପଡ଼ିଛି। ଜଣଙ୍କର ନାମ କେ.ଜି ହନୁମନଥାରୟପ୍ପା ଏବଂ ଏମ୍‍ ରଙ୍ଗପ୍ପା ବୋଲି କୁମାରସ୍ୱାମୀ କହିଛନ୍ତି। ଆଜି ଏହି ଦୁଇ ମୃତକଙ୍କ ବାବଦରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତବାସ ସ୍ପଷ୍ଟ କରିଥିଲା। ଭାରତୀୟ ଦୂତବାସ ସହ କୁମାରସ୍ୱାମୀ ଯୋଗାଯୋଗରେ ଥିବା କହିଛନ୍ତି।

ଗତକାଲି ଇଷ୍ଟର ସଣ୍ଡେ ପାଳନ ହେଉଥିବା ବେଳେ ଶ୍ରୀଲଙ୍କାରେ ମୋଟ ୮ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏଥିରେ ମୋଟ ୭ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଛି।



from Odisha Reporter http://bit.ly/2IyAIYz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages