ମୋଦିଙ୍କ ବିରୋଧରେ ଲଢ଼ିବେ ବହିଷ୍କୃତ ବିଏସ୍‌ଏଫ୍‌ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ମୋଦିଙ୍କ ବିରୋଧରେ ଲଢ଼ିବେ ବହିଷ୍କୃତ ବିଏସ୍‌ଏଫ୍‌ ଯବାନ

ଲକ୍ଷ୍ନୌ: ବିଏସ୍‌ଏଫ୍‌ରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସେନା ବାହିନୀରୁ ବହିଷ୍କୃତ ହୋଇଥିବା ତେଜବାହାଦୂର ଯାଦବ ଆଜି ସମାଜବାଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି। ତାଙ୍କ ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ କରାଯାଇଛି। ସେ ଆସନ୍ତା ନିର୍ବାଚନରେ ସପା ଟିକେଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢ଼େଇ କରିବେ। ସପା ତାଙ୍କୁ ବାରାଣସୀରୁ ପ୍ରାର୍ଥୀ କରିଛି। ପୂର୍ବରୁ ଦଳ ଏଠାରେ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଦଳ ଏବେ ତାଙ୍କ ବଦଳରେ ତେଜ ବାହାଦୂରଙ୍କ ନାଁରେ ମୋହର ମାରିଛି।

ତେଜବାହାଦୂର ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଫେସବୁକ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହେବା ପରେ ୨୦୧୭ରେ ତାଙ୍କୁ ବିଏସ୍‌ଏଫ୍‌ରୁ ବହିଷ୍କୃତ କରାଯାଇଥିଲା। ଏବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି।

ବାରାଣସୀରେ ଆସନ୍ତା ୧୯ ତାରିଖରେ ଭୋଟ ହେବ।



from Odisha Reporter http://bit.ly/2vrhFXt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages