ଅବକାରୀ ଟିମ୍‌କୁ ମାଡ଼ ମାରି ଗାଡ଼ି ଓ ଗଞ୍ଜେଇ ଛଡ଼ାଇ ନେଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଅବକାରୀ ଟିମ୍‌କୁ ମାଡ଼ ମାରି ଗାଡ଼ି ଓ ଗଞ୍ଜେଇ ଛଡ଼ାଇ ନେଲେ ଲୋକେ

excise

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ରୁପ୍‌ସା ଅଞ୍ଚଳର ପାଟପୁର ଗାଁରେ ଗଞ୍ଜେଇ ଜବତ କରିବାକୁ ଯାଇଥିବା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍‌କୁ ମାଡ଼ ମାରିଛନ୍ତି ଲୋକେ। ଏହାସହ ଆକ୍ରମଣକାରୀମାନେ ସେମାନଙ୍କ ନିକଟରୁ ଜବତ ଗଞ୍ଜେଇ ଓ ବୋଲେରୋ ଛଡ଼ାଇ ନେଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଫ୍ଲାଇଂ ସ୍କ୍ୱାଡ୍ ଥାନାରେ ଅଭିଯୋଗ କରିଛି।

ଆଜି ସକାଳେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଓ ବାଲେଶ୍ୱର ଅବକାରୀ ବିଭାଗ ଟିମ୍ ପକ୍ଷରୁ ମିଳିତ ଭାବେ ପାଟପୁର ଗାଁରେ ଚଢ଼ାଉ କରାଯାଇଥିଲା। ଗାଁର ମଣ୍ଟୁ ପ୍ରଧାନଙ୍କ ଘରୁ ସେମାନେ ଏକ କୁଇଣ୍ଟାଲ ଗଞ୍ଜେଇ ଓ ଗୋଟିଏ ବୋଲେରୋ ଜବତ କରିଥିଲେ। ତେବେ ଫେରିବା ବେଳେ ଗାଁର କିଛି ପୁରୁଷ ଓ ମହିଳା ମିଶି ସେମାନଙ୍କୁ ଆକ୍ରମଣ କରିଥିଲେ। ଜବତ କରାଯାଇଥିବା ଗଞ୍ଜେଇ ଓ ଗାଡ଼ିକୁ ମଧ୍ୟ ଲୋକେ ଛଡ଼ାଇ ନେଇଥିଲେ। ଏହି ସମୟରେ ଅଭିଯୁକ୍ତ ମଣ୍ଟୁ ପ୍ରଧାନ ସେଠାରୁ ଫେରାର ହୋଇଯାଇଥିଲା।



from Odisha Reporter http://bit.ly/2Kq2kAM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages