ପ୍ରିୟଙ୍କା ଗାନ୍ଧିଙ୍କୁ ‘ଚୋରର ସ୍ତ୍ରୀ’ କହିଲେ ଉମା ଭାରତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ପ୍ରିୟଙ୍କା ଗାନ୍ଧିଙ୍କୁ ‘ଚୋରର ସ୍ତ୍ରୀ’ କହିଲେ ଉମା ଭାରତୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦେଶରେ ଜୋରଦାର ପ୍ରଚାର ଚାଲିଥିବା ବେଳେ ନେତାମାନେ ପ୍ରତିପକ୍ଷ ନେତାଙ୍କୁ ସମାଲୋଚନା କରିବାକୁ ଯାଇ ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରୁଥିବା ଦେଖିବାକୁ ମିଳୁଛି। ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ନେଇ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଅଶାଳୀନ ମନ୍ତବ୍ୟ ଦେଇଥିବାବେଳେ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କାଙ୍କ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି।
 
ସୂଚନାଯୋଗ୍ୟ, ଆଗାମୀ ଦିନରେ ଜାତୀୟ ରାଜନୀତିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଭାବ କେମିତି ରହିବ ବୋଲି ବିଜେପି ନେତ୍ରୀ ଉମା ଭାରତୀଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଥିଲେ ଯେ ଯାହାର ସ୍ୱାମୀ ଚୋରି କରୁଥିବା ଅଭିଯୋଗ ରହିଛି, ତାଙ୍କୁ ଦୁନିଆ କେଉଁ ଦୃଷ୍ଟିରେ ଦେଖୁଥିବ? ପ୍ରିୟଙ୍କା ଗାନ୍ଧି ରାଜନୀତିକୁ ଆସିଲେ କିମ୍ବା ନିର୍ବାଚନ ଲଢ଼ିଲେ ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
 
କିଛି ଦିନ ତଳେ ମଧ୍ୟ ହିମାଚଳ ପ୍ରଦେଶର ବିଜେପି ଅଧ୍ୟକ୍ଷ ସତପାଲ ସିଂହ ରାହୁଲ ଗାନ୍ଧିଙ୍କ ଉପରେ ବ୍ୟକ୍ତିଗତ ସ୍ତରକୁ ଯାଇ କଡ଼ା ମନ୍ତବ୍ୟ ଦେଇଥିବା ବେଳେ ରାହୁଲ ମଧ୍ୟ ନିର୍ବାଚନୀ ରାଲିରେ ପରୋକ୍ଷରେ ମୋଦିଙ୍କୁ ‘ଚୋର’ ବୋଲି କହିଥିଲେ।
 
ସୂଚନାଯୋଗ୍ୟ, ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରୋବର୍ଟ ଭାଡ୍ରା ଜମି ଘୋଟଲା ଏବଂ ମନି ଲଣ୍ଡ୍ରିଂ ମାମଲାରେ ଇଡି ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିବା ବେଳେ ଏବେ ଜାମିନରେ ଅଛନ୍ତି।


from Odisha Reporter http://bit.ly/2UIgkKY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages