‘ଭାରତ’ ର ନୂଆ ଗୀତ ‘ ସ୍ଲୋ ମୋଶନ’ ର ଟିଜରକୁ ଜବରଦସ୍ତ ରେସପନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

‘ଭାରତ’ ର ନୂଆ ଗୀତ ‘ ସ୍ଲୋ ମୋଶନ’ ର ଟିଜରକୁ ଜବରଦସ୍ତ ରେସପନ୍ସ

ମୁମ୍ୱାଇ:  ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ ସ୍ଲୋ ମୋଶନ’ ର ଟିଜର ରିଲିଜ ହୋଇଛି। ଏହି ଗୀତରେ ସଲମାନଙ୍କ ସହ ତାଳ ଦେଇ ନାଚିଛନ୍ତି ଦିଶା ପଟାନୀ। ଦିଶା ପ୍ରଥମ ଥର ପାଇଁ ସଲମାନଙ୍କ ସହ ଏହି ଫିଲ୍ମରେ କାମ କରୁଛନ୍ତି। ଏଥିରେ ସେ ଏକ ହାଲକା ଶାଢି ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି।  ଏହି ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିବା ବେଳେ ଗୀତକୁ ମିଳିଛି ଜବରଦସ୍ତ ରେସପନ୍ସ। ସଲମାନ ବି ନିଜ ଅନ୍ଦାଜରେ ଖୁବ୍‌ ଭଲ ଡ୍ୟାନ୍ସ କରିଛନ୍ତି। ‘ଭାରତ’ ଫିଲ୍ମର ଟିଜରକୁ ବି  ଫ୍ୟାନ୍ସ  ଖୁବ୍‌ ପସନ୍ଦ କରୁଛନ୍ତି। ରିଲିଜ ହେବା ମାତ୍ରେ ଏହା ଭାଇରାଲ ହୋଇଯାଇଛି।

ସଲମାନଙ୍କ ଫିଲ୍ମ ‘ଭାରତ’ ର ଟ୍ରେଲର ଏପ୍ରିଲ ୨୨ରେ ରିଲିଜ ହୋଇଥିଲା। ଏହା ଏକ ବ୍ୟକ୍ତି ଓ ଏକ ରାଷ୍ଟ୍ରର କାହାଣୀ। ସଲମାନ ଏହି ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିବେ। ତାଙ୍କ ସହ ସ୍କ୍ରିନ୍‌ ଶେଆର କରିବେ କ୍ୟାଟ୍ରିନା କେଫ ଓ ଦିଶା ପଟାନୀ। ସେମାନେ ମଧ୍ୟ ଅଲଗା ଅନ୍ଦାଜରେ ଏହି ଫିଲ୍ମରେ ନଜର ଆସିଛନ୍ତି ଯାହାକୁ କି ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି।

‘ଭାରତ’ କୁ ଅଲ୍ଲି ଅବାସ ଜଫର ଡାଇରେକ୍ଟ କରିଛନ୍ତି। ସୁନିଲ ଗ୍ରୋଭର, ତବୁ  ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଟି  ସିରିଜ ପକ୍ଷରୁ ନିର୍ମିତ ଫିଲ୍ମ ‘ଭାରତ’ ଦୁନିଆର ସବୁଠୁ ବଡ଼ ୟୁଟ୍ୟୁବ୍‌ ଚ୍ୟାନେଲରେ ଲଞ୍ଚ ହେବାକୁ ଥିବା ପ୍ରଥମ ଫିଲ୍ମ ଅଟେ। ଦର୍ଶକ ବି ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।



from Odisha Reporter http://bit.ly/2Wa8JBO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages