ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍‌। କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଯାଇଥାଏ। ବେଳେ ବେଳେ ଦେଖାଯାଏ ଯେ ରୋଷେଇ ଘର ଯେତେ ସଫା ରଖିଲେ ବି ସେଠାରୁ ଦୁର୍ଗନ୍ଧ ବାହାରିଥାଏ। ରୋଷେଇ ଘରେ ପଶିବା ମାତ୍ରେ ଏ ଗନ୍ଧ ସିଧା ନାକରେ ଆସି ପଶିଯାଏ।

ଏହାର କାରଣ ହେଉଛି ଆପଣଙ୍କ କିଚେନ୍‌ର ବେସିନ୍‌ର ଦୁର୍ଗନ୍ଧ, ଯାହାକୁ ନେଇ ଅଧିକାଂଶ ମହିଳା ବହୁ ଚିନ୍ତିତ ରୁହନ୍ତି। ଯଦି ଆପଣବି ବେସିନ୍‌ରୁ ଆସୁଥିବା ଏହି ଗନ୍ଧକୁ ନେଇ ଚିନ୍ତିତ, ତେବେ ଆଜି ଆମେ ଆପଣଙ୍କୁ ଏହାର ସମାଧାନ ପାଇଁ କିଛି ଘରୋଇ ଟିପ୍ସ ଦେବୁ।

ଲୁଣ: ରୋଷେଇଘର ବେସିନ୍‌ରେ ବାସନ ଧୋଇବା ଫଳରେ ବାସନରେ ଲାଗି ରହିଥିବା ଖାଦ୍ୟ ପଡ଼ି ବେସିନ୍‌ ଜାମ୍‌ ହୋଇଯାଏ। ତେଣୁ ଏଥିରୁ ଦୁର୍ଗନ୍ଧ ବାହାରେ। ଆପଣ ବାସନ ସଫା କରିସାରିଲା ପରେ ବେସିନ୍‌ରେ ଲୁଣ ପକାଇ ବ୍ରଶ୍‌ ମାଧ୍ୟମରେ ଭଲରେ ସଫା କରନ୍ତୁ। ଏହା କଲେ ଦୁର୍ଗନ୍ଧ ଦୂର ହେବା ସହ ଜୀବାଣୁ ବ୍ୟାପିବା ଆଶଙ୍କା କମ୍‌ ହୋଇଥାଏ।

ଲେମ୍ବୁ: ବେସିନର ଗନ୍ଧକୁ ଦୂର କରିବାକୁ ହେଲେ ଆପଣଙ୍କୁ ଲେମ୍ବୁ ଓ ଲୁଣରେ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ପେଷ୍ଟରେ ବେସିନକୁ ବ୍ରସ୍‌ ସାହାଯ୍ୟରେ ଭଲ ଭାବେ ସଫା କରନ୍ତୁ। ଏପରି କରିବା ଦ୍ୱାରା ବେସିନ ସଫା ହୋଇ ଚମକିବା ସହ ଗନ୍ଧ ମଧ୍ୟ ଦୂର ହୋଇଯିବ।

କଳା ଭିନେଗାର୍: ଯେପରି ବାସନ ଧୋଇବା ଜରୁରୀ ହୋଇଥାଏ, ସେହିପରି ବେସିନ୍ ସଫା କରିବା ମଧ୍ୟ ଜରୁରୀ ହୋଇଥାଏ। ବେସିନ୍ ସଫା କଲା ସମୟରେ ଆପଣ କଳା ଭିନେଗାରର ବ୍ୟବହାର କରିପାରିବେ। ବାସନ ଧୋଇଲା ପରେ ଭିନେଗାର ଦ୍ୱାରା ବେସିନ ଚାରିପାଖ ବ୍ରସ୍‌ ଦ୍ୱାରା ସଫା କଲେ ବେସିନର ଦୁର୍ଗନ୍ଧ ଦୂର ହେବା ସହ ପରିଷ୍କାର ହୋଇ ଚିକ୍ ଚିକ୍ ଦେଖାଯାଏ।

ବେକିଂ ସୋଡା: ନିଜ ବେସିନ୍‌କୁ ଚମକାଇବା ପାଇଁ ଆପଣ ବେକିଂ ସୋଡାର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ବେସିନ୍‌ରେ ବେକିଂ ସୋଡା ପକାଇ ୫ ମିନିଟ୍ ଛାଡ଼ି ଦେବେ। ଏହାପରେ ସ୍କ୍ରବ ଦ୍ୱାରା ରଗଡ଼ିକି ସଫା କରିବା ଉଚିତ୍। ଏହାଫଳରେ ବେସିନ୍ ପୂରାପୂରି ସଫା ହେବା ସହ ଏଥିରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

 



from Odisha Reporter http://bit.ly/2D7j5dQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages