ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା

ଅହମଦାବାଦ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାଡ଼ ହୋଇଛି। ଆଜି ସକାଳେ ହାର୍ଦ୍ଦିକ ପଟେଲ ଗୁଜରାଟର ସୁରେନ୍ଦରନଗର ଜିଲ୍ଲାରେ ଚାଲିଥିବା ‘ଜନ ଆକ୍ରୋଶ ସଭା’ରେ ଉଦବୋଧନ ଦେଉଥିବା ବେଳେ, ହଠାତ୍ ଜଣେ ସାଧାରଣ ଲୋକ ମଞ୍ଚ ଉପରକୁ ଆସି ହାର୍ଦ୍ଦିକଙ୍କ ଗାଲରେ ଶକ୍ତ ଚାପୁଡ଼ାଟେ ମାରିଥିବା ଦେଖିବାକୁ ମିଳିଛି। ଏହାପରେ ଉପସ୍ଥିତ ଥିବା ସାଧାରଣ ଲୋକ ଆକ୍ରମଣକାରୀକୁ କାବୁ କରି ନେଇଥିଲେ।

ସୂଚନାଯୋଗ୍ୟ ଯେ, ମାଡ଼ ମାରିଥିବା ଚାଷୀ ବିନୟ ପଟେଲଙ୍କ ଚାଷଜମିରେ ହାର୍ଦ୍ଦିକ ପଟେଲଙ୍କ ଚପର ଓହ୍ଲାଇବାର ଥିଲା। କିନ୍ତୁ ବିନୟ ଏଥିପାଇଁ ଅନୁମତି ଦେଇନଥିଲେ। ଫଳରେ ହାର୍ଦ୍ଦିକ ନିଜ ଚପର ସଭାସ୍ଥଳଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ନିଜ ଚପର ଓହ୍ଲାଇ ସଭାସ୍ଥଳକୁ ଆସିଥିଲେ। ଏହାପରେ ବି ଚାଷୀ ବିନୟ ପଟେଲଙ୍କ ରାଗ ଶାନ୍ତ ହୋଇ ନଥିଲା। ସେ ସଭାସ୍ଥଳକୁ ଆସି ମଂଚଲେ ଭାଷଣ ଦେଉଥିବା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ।

ପଟିଦାର ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ପଟିଦାର ନେତାଙ୍କୁ ନେଇ ହାର୍ଦ୍ଦିକ ପଟେଲ ରାଜନୀତି କରୁଛନ୍ତି ବୋଲି କହି, ଚାଷୀ ବିନୟ ପଟେଲ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଆଜି ଏପରି କାଣ୍ଡ ଭିଆଇଛନ୍ତି।

୨୦୧୫ରୁ ଗୁଜରାଟରେ ‘ପଟିଦାର ଆନ୍ଦୋଳନ’ର ନେତା ସାଜିଛନ୍ତି ୨୫ ବର୍ଷୀୟ ହାର୍ଦ୍ଦିକ ପଟେଲ। ନିକଟରେ ସେ କଂଗ୍ରେସରେ ଯୋଗଦେବା ପରେ ଚଳିତ ସାଧାରଣ ନିର୍ବାଚନରେ ଗୁଜରାଟର ଷ୍ଟାର କ୍ୟାମ୍ପେନର ହୋଇଛନ୍ତି।



from Odisha Reporter http://bit.ly/2XtPXW9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages