
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର ୧୭୧ ନମ୍ବର ବୁଥ୍ର ଦୁଇ ଜଣ ପୋଲିଂ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ସେମାନେ ହେଲେ ପ୍ରିଜାଇଡିଂ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ ଓ ପଞ୍ଚମ ପୋଲିଂ ଅଧିକାରୀ ଯୁଧିଷ୍ଠିର ପଣ୍ଡା।
ଗତ ୨୩ ତାରିଖରେ ଏଠାରେ ହୋଇଥିବା ନିର୍ବାଚନ ବେଳେ ଭୋଳ ନୂଆଁ ଗାଁର ୟୁଜିଏମ୍ଇ ସ୍କୁଲରେ ହୋଇଥିବା ୧୭୧ ନମ୍ବର ବୁଥ୍ରେ ଉଭୟ ଅଧିକାରୀଙ୍କ ଡ୍ୟୁଟି ପଡ଼ିଥିଲା। ହେଲେ ଜଣେ ଭୋଟରଙ୍କୁ ଦୁଇ ଅଧିକାରୀ ପ୍ରଭାବିତ କରିଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଭିଡିଓରେ ଦେଖାଯାଉଥିବା ଦୁଇ ଅଧିକାରୀଙ୍କ ଜିଲ୍ଲା ନିର୍ବାଚନ ଅଧିକାରୀ ଚିହ୍ନଟ କରିଥିଲେ। ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବନ ପାଇଁ ସଂପୃକ୍ତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି।
from Odisha Reporter http://bit.ly/2VzUKYA
No comments:
Post a Comment