ପୋଲିଂ ବୁଥ୍‌ରେ ପିଇବେ ଟାଟା ଗ୍ଲୁକୋ, ଉଠାଇବେ ସେଲ୍‌ଫି   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ପୋଲିଂ ବୁଥ୍‌ରେ ପିଇବେ ଟାଟା ଗ୍ଲୁକୋ, ଉଠାଇବେ ସେଲ୍‌ଫି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାରେ ପ୍ରଚଣ୍ଡ ଖରା ଆଉ ମୁଣ୍ଡରେ ଦାୟିତ୍ୱଟିଏ। ବାହାରକୁ ଯିବେ ଆଉ ଭୋଟ୍‌ ଖଣ୍ଡକ ଦେବେ। ଆପଣଙ୍କୁ ଛୋଟ ଲାଗୁଥିବା ଏହି ଦାୟିତ୍ୱ କିନ୍ତୁ ଦେଶ ଗଠନ ପାଇଁ ସବୁଠୁ ବଡ଼ ପଦକ୍ଷେପ। ଏହା ଦେଶର ନୀତି ଏ କଥା ଯେମିତି ଆପଣ ଭୁଲି ନ ଯାଆନ୍ତି। ଖରାକୁ ଡରି ଆପଣ ଯଦି ଭୋଟ ଦେବାକୁ ନ ଯିବେ ତେବେ ଏହା ଆପଣଙ୍କ ଭୁଲ୍‌ ହେବ।  କାରଣ ନାଗରିକ ହିସାବରେ ଆମେ ଆମ ଅଧିକାର କଥା କହୁଥିବା ବେଳେ କର୍ତ୍ତବ୍ୟ ସମ୍ପାଦନା ବେଳେ ବି ପଛ ଘୁଞ୍ଚା ଦେବା ଉଚିତ ନୁହେଁ।  କାରଣ ସରକାର ଗଠନ କରିବା ଦଳ ଆଗାମୀ ୫ ବର୍ଷ ଲାଗି ଦେଶର ନୀତି ନିର୍ଦ୍ଧାରଣ କରିବ।

ଜାଣିଛନ୍ତି, ଏଥର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭୁବନେଶ୍ୱରରେ ହୋଇଛି ମଡ଼େଲ ବୁଥ୍‌।  ନିଆଯାଇଛି ଅଭିନବ ପଦକ୍ଷେପ । ଭୋଟିଂ ପାଇଁ  ବୁଥ୍‌ରେ ଥଣ୍ଡା ପାନୀୟର ବ୍ୟବସ୍ଥା ହୋଇଛି ଆଉ ଛାଇରେ ବସିବାକୁ ପଡିଛି ଚଉକି । ଆପଣଙ୍କୁ ସାଦରେ ଅଭ୍ୟର୍ଥନା କରାଯାଇ ଗୋଲାପଟିଏ ନେଇ ବୁଥ୍‌କୁ ଯିବେ ଆଉ ଆଙ୍ଗୁଠିରେ କାଳି ଲଗାଇ ଭୋଟ ଦେବେ।  ଦେଶ ପାଇଁ ନିଜ କର୍ତ୍ତବ୍ୟ ଆଉ ଅଧିକାର ସାବ୍ୟସ୍ତ କରି ଫେରିବେ।

ଆମେ କହୁଛୁ ଭୁବନେଶ୍ୱର ୬ନଂ ବାଳିକା ବିଦ୍ୟାଳୟରେ ହୋଇଥିବା ମଡେଲ୍‌ ବୁଥ୍‌ର କଥା। ଏଠାରେ ଭୁବନେଶ୍ୱରର ୪୩, ୪୪ ଓ ୪୫ ନଂ ବାସିନ୍ଦାଙ୍କ ଭୋଟ ଦେବା ନିମନ୍ତେ ବ୍ୟବସ୍ଥା ହୋଇଛି।  ଯେଉଁଠି ଏଥର ଏମିତି କିଛି ନୂଆ ବ୍ୟବସ୍ଥା ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ  ଏ ପ୍ରକାର ବ୍ୟବସ୍ଥା କରାଯାଇଛି।

ଏହାବ୍ୟତୀତ ଯୁବ ବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ମଧ୍ୟ ନିଆଯାଇଛି ପଦକ୍ଷେପ। ସେଲଫି ମାନିଆ ଯୁବବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ସେଲଫି ଜୋନ ମଧ୍ୟ ହୋଇଛି।  ତେଣୁ ଏପରି ବୁଥ୍‌କୁ ଯାଇ ଭୋଟ ଦେବା ସୁଯୋଗକୁ ହାତ ଛଡା କରିବା ଉଚିତ ନୁହେଁ।



from Odisha Reporter http://bit.ly/2VZnV4o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages