ଜାଣନ୍ତୁ କେଉଁ ପ୍ରକାରର ତ୍ୱଚା ପାଇଁ କେଉଁ ପ୍ରକାରର ସନ୍‌ସ୍କ୍ରିନ୍‌ ବ୍ୟହବାର କରିବା ଉଚିତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ଜାଣନ୍ତୁ କେଉଁ ପ୍ରକାରର ତ୍ୱଚା ପାଇଁ କେଉଁ ପ୍ରକାରର ସନ୍‌ସ୍କ୍ରିନ୍‌ ବ୍ୟହବାର କରିବା ଉଚିତ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନ ଆସିଗଲାଣି। ଏବେ ନିଜ ତ୍ୱଚା ପ୍ରତି ଆପଣଙ୍କୁ ଅଧିକ ସାବଧାନ ହେବାକୁ ପଡ଼ିବ। ଖରାରେ ଅଧିକ ସମୟ ବୁଲିଲେ ଆପଣଙ୍କ ଚେହେରାରେ ସନ୍‌ ଟ୍ୟାନ୍‌ ପଡ଼ିଯିବ। ଫଳରେ ତ୍ୱଚା କଳା ପଡ଼ିଯିବ ଓ ତ୍ୱଚାର ଚମକ ମଧ୍ୟ ଫିକା ପଡ଼ିଯିବ। ତେଣୁ ଖରାରେ ବାହାରକୁ ଯିବା ପୂର୍ବରୁ ସବୁବେଳେ ସନ୍‌ସ୍କ୍ରିନ୍‌ ଲୋସନ୍‌ ଲଗାଇବା ଉଚିତ୍‌। ହେଲେ ଆପଣ ଯଦି ଆପଣଙ୍କ ତ୍ୱଚାକୁ ସୁହାଇଲା ବଳି ସନ୍‌ସ୍କ୍ରିନ୍‌ ବ୍ୟବହାର ନ କରିବେ ତେବେ ଆପଣ ହଇରାଣରେ ପଡ଼ିପାରନ୍ତି। ତେଣୁ ସବୁବେଳେ ନିଜ ସ୍କିନ୍‌ ଟାଇପ୍‌ ସହ ମେଳ ଖାଉଥିବା ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିବା ଉଚିତ୍‌।

୧) ଅଧିକ ଗୋରା ତ୍ୱଚାକୁ ସୂର୍ଯ୍ୟକିରଣ ଅତି ସହଜରେ କ୍ଷତି ପହଞ୍ଚାଇଥାଏ। ତେଣୁ ଯେଉଁମାନଙ୍କର ତ୍ୱଚା ଅଧିକ ସଫା ସେମାନଙ୍କ ପାଇଁ ଏସପିଏଫ୍ ୩୦ ଥିବା ଲୋସନ୍ ଭଲ ଅଟେ। ଯଦି ତ୍ୱଚାର ରଙ୍ଗ କଳା ହୋଇଥାଏ, ତେବେ ଏସପିଏଫ୍ ୨୦ ଥିବା ଲୋସନ୍ ସଠିକ୍ ଅଟେ।

୨) ଯଦି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ବୁଲିବାକୁ ଯାଉଛନ୍ତି ତେବେ ଏସପିଏଫ୍ ୩୦ରୁ ୫୦ଥିବା ସନ୍‌ସ୍କ୍ରିନ୍‌ ଲୋସନ୍ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ତ୍ୱଚାରେ ଟ୍ୟାନ୍‌ ପଡ଼ିବାକୁ ଦେବ ନାହିଁ।

୩) ଯଦି କୌଣସି ନିର୍ଦ୍ଦିଷ୍ଟ ସନ୍ନ‌ସ୍କ୍ରିନ୍ ଲୋସନ ପ୍ରତି ଆପଣଙ୍କର ଆଲର୍ଜି ରହିଛି ତେବେ ତାହାକୁ ଚିହ୍ନଟ କରିବାକୁ ହେବ।

୪) ଯଦି ଆପଣଙ୍କ ତ୍ୱଚା ତୈଳାକ୍ତ , ତେବେ ଆପଣ ବଜାରରେ  ଅଏଲି ସ୍କିନ୍‌ ପାଇଁ ମିଳୁଥିବା ସନସ୍କ୍ରିନ ଲୋସନ୍ ବ୍ୟବହାର କରିବା ଉଚିତ୍ ।

) ଯଦି ଆପଣଙ୍କ ତ୍ୱଚା ଅତ୍ୟଧିକ ଶୁଷ୍କ ତେବେ ଆପଣ ତୈଳ ଯୁକ୍ତ ବା ଅଏଲ କଣ୍ଟ୍ରୋଲ୍ ସନସ୍କ୍ରିନ୍‌ ଲୋସନ୍ ବ୍ୟବହାର କରି ପାରିବେ। ଏହା ତ୍ୱଚାକୁ ସୂର୍ଯ୍ୟ ରଶ୍ମୀରୁ ସୁରକ୍ଷା ଦେଇଥାଏ। ଏବଂ ତ୍ୱଚାକୁ ଆହୁରି ଆକର୍ଷଣୀୟ କରିଥାଏ।



from Odisha Reporter http://bit.ly/2Z7xUqg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages