ଜୟ ପରାଜୟ ଦୋ ଛକିରେ ‘ଅପରାଜିତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଜୟ ପରାଜୟ ଦୋ ଛକିରେ ‘ଅପରାଜିତା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପରାଜିତା। ଗୋଟିଏ ଫୁଲର ନାଁ ହୋଇପାରେ, ଏମିତି ବି କହିପାରନ୍ତି ଯେଉଁ ବୀରାଙ୍ଗନା ପରାଜିତ ହେବାର ସମ୍ଭାବନା ରଖେନା ତାକୁ ମଧ୍ୟ ଏହି ନାଁରେ ସମ୍ବୋଧନ କରାଯାଇପାରେ। ସେ ଯାହା ହେଉନା କାହିଁକି ଏହି ନାଁକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ଭୁବନେଶ୍ୱର ନିର୍ବାଚନ କ୍ଷେତ୍ରରେ ପ୍ରାକ୍ତନ ଆଇଏଏସ୍‌ ଅପରାଜିତା ଷଡଙ୍ଗୀ ଓ ବିଗତ ଦିନର ଚୁଲବୁଲି ଲାସ୍ୟମୟୀ ନାୟିକା ଅପରାଜିତା ମହାନ୍ତି ଏକ ତୁଙ୍ଗ ଦଳର ପ୍ରାର୍ଥୀ। ୨୦୧୯ ନିର୍ବାଚନ ରଣକ୍ଷେତ୍ରରେ ଉଭୟେ ସାଜିଛନ୍ତି ଯୋଦ୍ଧା। ହେଲେ କିଏ ଜୟଯୁକ୍ତ ହୋଇ ନିଜ ନାଁର ଗାରିମା ରଖିବ ତାହା ସମୟ ହିଁ କହିବ।

୨୦୧୯ ସାଧାରଣ ନିର୍ବାଚନରେ ଏହି ୨ ଅପରାଜିତା ନିଜ ଭାଗ୍ୟ ପରଖୁଛନ୍ତି। ବିଜୟ ହେଲେ ପିତୃଦତ୍ତ ନାଁର ସାର୍ଥକତା ରହିବ ଆଉ ପରାଜୟ ହେଲେ ଆତ୍ମଗ୍ଲାନି। ହେଲେ ଦୁହେଁ ଏବେ ହେଭିଓୱେଟ ଗଣନାରେ ଆସୁଥିବାରେ ଦୁହେଁ ନିଜ ସମର୍ଥୀତ ଦଳର ସମ୍ମାନର ପ୍ରଶ୍ନ ପାଲଟିଛନ୍ତି।

ବିଜେପି ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଛି। ତାଙ୍କ ବିପକ୍ଷରେ ବିଜେଡି ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ତଥା ଡେଲାଙ୍ଗ ପୁଅ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ୱର ପାଇଁ ଆଇଏଏସ୍‌-ଆଇପିଏସ୍‌ ଲଢେଇରେ କାହାର ଦମ୍‌ କେତେ ତାହା ଜଣାପଡିବ। ଅପରପକ୍ଷେ ଦେଖିବାକୁ ଗଲେ ଅପରାଜିତା ମାଡାମ୍‌ ପୂର୍ବରୁ ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ବେସ୍‌ ଦକ୍ଷ ବୋଲି ନିଜକୁ ପ୍ରମାଣିକ କରିଛନ୍ତି। ବିଏମ୍‌ସି କମିଶନର ଭାବେ ତାଙ୍କ କାର୍ଯ୍ୟ ଦେଖିବା ଭଳିଆ ବୋଲି ମଧ୍ୟ କୁହାଯାଏ। ଏଣୁ ଏଥର ପ୍ରତ୍ୟକ୍ଷ ରାଜନୀତିରେ ତାଙ୍କୁ ଉତାରିଛି ବିଜେପି। ଏହି ନିର୍ବାଚନରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିଙ୍କୁ ପରାସ୍ତ କରିପାରିଲେ ହିଁ ତାଙ୍କ ପିତୃଦତ୍ତ ନାଁଟି ସାର୍ଥକ ହେବ ବୋଲି କୁହାଯାଉଛି।

ସେହିପରି ବିଜେପି ପକ୍ଷରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର(ଉତ୍ତର) ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ହେଲେ ସେ ରାଜନୀତି ମଇଦାନରେ ନୂଆ ନୁହଁନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଅପରାଜିତା କଟକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରାଜିତ ହେବା ପରେ ଗତ ବର୍ଷ ଅପରାଜିତା ମହାନ୍ତି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ। ହେଲେ ଏଥର ଭାଗ୍ୟ ସାଥ୍‌ ଦେଲେ ସେ ବିଜୟ ବାନା ଉଡାଇ ନିଜ ନାଁର ସାର୍ଥକତା ରଖିବେ ବୋଲି କୁହାଯାଉଛି।

ଯେତେଯାହା ହେଲେ ବି ରିମୋଟ୍‌ ଏବେ ଭୋଟରଙ୍କ ହାତରେ। ଏଣୁ କିଏ ବାସ୍ତବରେ ଅପରାଜିତା ତାହା ୩ୟ ପର୍ଯ୍ୟାୟ ନିର୍ବାଚନ ହିଁ କହିବ।



from Odisha Reporter https://ift.tt/2CJXFDF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages