ଘରେ ତିଆରି କରନ୍ତୁ ଟେଷ୍ଟି ‘ଚିଜ୍ ପିଜ୍ଜା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ଘରେ ତିଆରି କରନ୍ତୁ ଟେଷ୍ଟି ‘ଚିଜ୍ ପିଜ୍ଜା’

ଆବଶ୍ୟକ ସାମଗ୍ରୀ: ମଇଦା, ଖାଇବା ସୋଡ଼ା, ଚିନି, ଦହି, ରିଫାଇନ୍‌ ତେଲ, ଅଲିଭ୍‌ ଅଏଲ୍‌, ପିଜ୍ଜା ସସ୍‌, କଟା ପିଆଜ, କଟା କ୍ୟାପ୍‌ସିକମ୍‌, କଟା ଜଲ୍‌ପେନୋ(ଏକ ପ୍ରକାରର ଲଙ୍କା), କପ୍‌ କଟା ବ୍ଲାକ୍‌ ଅଲିଭ୍‌, ମୋଜାରେଲା ଚିଜ୍‌, ଇଟାଲିୟାନ ମସଲା ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଇଦା, ଖାଇବା ସୋଡ଼ା, ଲୁଣ, ଚିନି ଓ ଦହି ଭଲ ଭାବେ ମିଶାନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ନରମ ହେଲା ଯାଏ ଚକଟନ୍ତୁ। ଚକଟି ସାରିବା ପରେ ଏହାକୁ ୨ ଘଣ୍ଟା ଯାଏ ଘୋଡ଼େଇ ରଖିଦିଅନ୍ତୁ। ଦୁଇ ଘଣ୍ଟା ପରେ ଏହାକୁ ପୁଣି କିଛି ସମୟ ଚକଟନ୍ତୁ। ଏବେ ଏହାକୁ  ପିଜ୍ଜା ବେସ୍‌  ପରି ବା ମୋଟା ରୁଟି ଭଳି ବେଲନ୍ତୁ। ବେଲି ସାରିବା ପରେ ଏଥିରେ ଛୋଟ ଛୋଟ କଣା କରନ୍ତୁ।

ଏବେ ବେକିଂ ଟ୍ରେରେ ଚାରିଆଡ଼େ ଅଲିଭ୍‌ ଅଏଲ୍‌ ଲଗାଇ ଏବେ ପିଜ୍ଜା ବେସ୍‌କୁ ରଖନ୍ତୁ ଓ ଏହା ଉପରେ ପିଜ୍ଜା ସସ୍‌ ଢାଳି ଚାରିଆଡ଼କୁ ଖେଳାଇ ଦିଅନ୍ତୁ। ଏବେ ଏହା ଉପରେ କଟା ପିଆଜ, କ୍ୟାପ୍‌ସିକମ୍‌, ଜଲ୍‌ପେନୋ, ବ୍ଲାକ୍‌ ଅଲିଭ୍‌ ଏବଂ ମୋଜେରାଲା ଚିଜ୍‌ ରଖନ୍ତୁ।

ଏବେ ଏହା ଚାରିପାଖରେ ଅଳ୍ପ ଅଳ୍ପ ଅଲିଭ୍‌ ଅଏଲ୍‌ ଦେଇ ୫ ମିନିଟ୍‌ ପର୍ଯ୍ୟନ୍ତ ମାଇକ୍ରୋୱେଭ୍‌ରେ ବସାଇଦିଅନ୍ତୁ। ୫ ମିନିଟ୍‌ ପରେ କାଢ଼ି ଦେଖନ୍ତୁ ଏହା ଠିକ୍‌ ଭାବେ ହୋଇଛି କି ନାହିଁ। ଯଦି ନା ତେବେ ଆଉ ଦୁଇ ମିନିଟ୍‌ ଛାଡ଼ିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ଚିଜ୍‌ ପିଜ୍ଜା’। ସନ୍ଧ୍ୟା ବେଳେ ପିଲାଙ୍କୁ ସ୍ନାକ୍ସରେ ଖାଇବାକୁ ଦିଅନ୍ତୁ।



from Odisha Reporter http://bit.ly/2UDxtES

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages