ଜାଣନ୍ତୁ,କେଉଁ ବିଧାୟକଙ୍କ ଆୟ କେତେ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଜାଣନ୍ତୁ,କେଉଁ ବିଧାୟକଙ୍କ ଆୟ କେତେ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ନିର୍ବାଚନ ଲଢୁଥିବା ୧୧୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କଟକ ବାରବାଟୀରୁ ଲଢୁଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ୍‌ଙ୍କ ବାର୍ଷିକ ଆୟ ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି। ମୋକିମ ଓ ତାଙ୍କ ପତ୍ନୀ ଉଭୟ ବ୍ୟବସାୟ କରନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଉଭୟ ପତି-ପତ୍ନୀଙ୍କ ଆୟ ୪ କୋଟି ୯୩ ଲକ୍ଷ ୮୧ ହଜାର ବୋଲି ଦର୍ଶାଯାଇଛି। ଏହି ଆର୍ଥିକ ବର୍ଷରେ ମୋକିମ୍‌ଙ୍କର ବ୍ୟକ୍ତିଗତ ଆୟ ୪ କୋଟି ୮୦ ଲକ୍ଷ ୨୦ ହଜାର।

ତାଙ୍କ ତଳକୁ ଅଛନ୍ତି ଚିରଞ୍ଜୀବ ବିଶ୍ୱାଳ। ଚିରଞ୍ଜୀବ ଜଗତ୍‌ସିଂହପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଏଥର ନିର୍ବାଚନ ଲଢୁଛନ୍ତି। ତାଙ୍କର ସପତ୍ନୀକ ୪ କୋଟି ୭୨ ଲକ୍ଷ ୬୪ ହଜାର ରୋଜଗାର କରୁଥିବା ବେଳେ ଏକୁଟିଆ ଚିରଞ୍ଜୀବଙ୍କ ଆୟ ୪ କୋଟି ୪୭ ଲକ୍ଷ ୩୦ ହଜାର ।

ତୃତୀୟ ସ୍ଥାନରେ ଅଛନ୍ତି ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ନବ କିଶୋର ଦାସ। ୨୦୧୭-୧୮ ଆର୍ଥିକ ବର୍ଷରେ ନବ ଓ ତାଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୧ କୋଟି ୯୮ଲକ୍ଷ ୮୪ ହଜାର ଥିବାବାଳେ ତାଙ୍କର ଏକୁଟିଆ ବାର୍ଷିକ ଆୟ ୧୯ ଲକ୍ଷ ୮୩ ହଜାର ବୋଲି ନାମାଙ୍କପତ୍ରରେ ସେ ଦର୍ଶାଇଛନ୍ତି। ତାଙ୍କ ତଳକୁ ଅଛନ୍ତି କଟକ ଜିଲ୍ଲା ବଡମ୍ବା ବିଧାୟକ ପ୍ରାର୍ଥୀ ବବି ମହାନ୍ତି। ତାଙ୍କର ସପତ୍ନୀକ ବାର୍ଷିକ ଆୟ ୧ ‌କୋଟି ୮୧ ଲକ୍ଷ ୬୧ ହଜାର। ବବିଙ୍କର ଏକୁଟିଆ ବାର୍ଷିକ ଆୟ ୧ କୋଟି ୩୨ ଲକ୍ଷ ୫୬ ହଜାର।

୫ମ ସ୍ଥାନରେ ଅଛନ୍ତି ଢେଙ୍କାନାଳର ବିଜେଡି ବିଧାୟକ ପ୍ରାର୍ଥୀ ସୁଧୀର ସାମଲ। ତାଙ୍କ ସପତ୍ନୀକ ବାର୍ଷିକ ଅୟ ୧ କୋଟି ୨୩ ଲକ୍ଷ ୭୬ ହଜାର ଥିବାବେଳେ ସୁଧୀରଙ୍କ ବ୍ୟକ୍ତିଗତ ଆୟ ୪୭ ଲକ୍ଷ ୨୫ ହଜାର। ୬ଷ୍ଠ ସ୍ଥାନରେ ଅଛନ୍ତି ଭଦ୍ରକ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ। ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ବାର୍ଷିକ ଆୟ ୧ କୋଟି ୧୪ ଲକ୍ଷ ୨୯ ହଜାର ଥିବାବେଳେ ସଞ୍ଜୀବଙ୍କ ବ୍ୟକ୍ତିଗତ ବାର୍ଷକ ଆୟ ୮୨ ଲକ୍ଷ ୪୬ ହଜାର।

୭ମ, ୮ମ, ୯ମ ଓ ୧୦ମ ସ୍ଥାନରେ ଅଛନ୍ତି ଯଥାକ୍ରମେ ବାରବାଟୀ କଟକର ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, ଭଦ୍ରକ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଡ. ପ୍ରଦୀପ ନାୟକ, ଗଜପତି ବିଧାୟକ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ ଓ ଧର୍ମଶାଳା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ।
ଦେବାଶୀଷ ଓ ପତ୍ନୀଙ୍କ ବାର୍ଷିକ ଆୟ ମିଶି ୯୯କୋଟି ୯୪ ଲକ୍ଷ ୭୬୦ ହଜାର ଥିବାବେଳେ ଏକୁଟିଆ ଦେବାଶିଷଙ୍କ ଆୟ ୭ ଲକ୍ଷ ୨୧ ହଜାର। ଡ. ପ୍ରଦୀନ ନାୟକଙ୍କ ବ୍ୟକ୍ତିଗତ ଆୟ ୪୫ ଲକ୍ଷ ୩୦ ହଜାର ହୋଇଥିବାବେଳେ ତିରୁପତି ପାଣିଗ୍ରାହୀଙ୍କ ବ୍ୟକ୍ତିଗତ ଆୟ ୭୦ ଲକ୍ଷ ୫୩ ହଜାର। ପ୍ରଣବ ବଳବନ୍ତରାୟଙ୍କ ବ୍ୟକ୍ତିଗତ ଆୟ ୫୫ ଲକ୍ଷ ୧୪ ହଜାର ବୋଲି ଜଣାଯାଇଛି।



from Odisha Reporter http://bit.ly/2GSEWIE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages