
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସକାଳେ ସିଭିୟର ସାଇକ୍ଲୋନ୍ରୁ ଭେରି ସିଭିୟର୍ ସାଇକ୍ଲୋନ୍ର ରୂପ ନେଇ ସାରିଥିବା ‘ଫୋନି’ କେଉଁଠି ଲ୍ୟାଣ୍ଡଫଲ୍ କରିବ, ତାହା ଏବେ ବି ସ୍ପଷ୍ଟ ହୋଇନି। ତେବେ ଏହା ପୁରୀ ନିକଟରେ କେଉଁଠି ଲ୍ୟାଣ୍ଡଫଲ୍ କରିପାରେ ବୋଲି ଅନୁମାନ କରାଯାଉଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୩ ତାରିଖ ଅପରାହ୍ଣରେ ‘ଫୋନି’ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଉଛି। ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବୋଲି ଅନୁମାନ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଏହା କେଉଁଠି ଓ କେତେବେଳେ ଲ୍ୟାଣ୍ଡଫଲ୍ କରିବ, ତାହା ଆଜି ସନ୍ଧ୍ୟାରେ ସ୍ପଷ୍ଟ ହେବ।”
ସେ କହିଛନ୍ତି,“ ଫୋନି ଏବେ ପୁରୀଠାରୁ ୮୩୦ କିଲୋମିଟର ଦୂରରେ ରହିଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ। ୨ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏହି ଦିନ ୪୦ରୁ ୫୦ କିମି ବେଗରେ ପବନ ବହିବ। କିନ୍ତୁ ୩ ତାରିଖରେ ସାରା ଓଡ଼ିଶାରେ ବର୍ଷା ହେବ। ଆଉ ସେହି ଦିନ ସକାଳେ ପବନର ବେଗ ୬୦ରୁ ୭୦ କିମିକୁ ବଢ଼ିବ। ଅପରାହ୍ନରେ ଏହା ଯେଉଁଠି ଲ୍ୟାଣ୍ଡଫଲ୍ କରିବ ସେଠାରେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିମି ରହିବ।”
from Odisha Reporter http://bit.ly/2WfDBAK
No comments:
Post a Comment