ଅଭିନେତ୍ରୀ ଜୟାପ୍ରଦାଙ୍କ ପ୍ରତି ଅଭଦ୍ରୋଚିତ ମନ୍ତବ୍ୟ ଦେଇ ହରଡ଼ଘଣାରେ ସମାଜବାଦୀ ପାର୍ଟି ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ଅଭିନେତ୍ରୀ ଜୟାପ୍ରଦାଙ୍କ ପ୍ରତି ଅଭଦ୍ରୋଚିତ ମନ୍ତବ୍ୟ ଦେଇ ହରଡ଼ଘଣାରେ ସମାଜବାଦୀ ପାର୍ଟି ପ୍ରାର୍ଥୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାମପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ବଲିଉଡ଼ ଅଭିନେତ୍ରୀଙ୍କ ବାବଦରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ସମାଜବାଦୀ ପାର୍ଟିର ସାଂସଦ ପ୍ରାର୍ଥୀ ଆଜମ ଖାନ୍। ମହିଳା ପ୍ରାର୍ଥୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ମହିଳା କମିଶନ ମାମଲା ରୁଜୁ କରିବା ସହିତ ଆଜମ ଖାନଙ୍କୁ ଜବାବ ତଲବ କରିଛନ୍ତି। ଆଇପିସିର ଧାରା ୫୦୯ ଅନୁଯାୟୀ ରାମପୁର ଆସନର ସମାଜବାଦୀ ପାର୍ଟି ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଉଭୟ ଆଜମ ଖାନ୍ ଏବଂ ଜୟାପ୍ରଦା ରାମପୁର ଆସନ ପାଇଁ ସମାଜବାଦୀ ପାର୍ଟି ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ମହିଳାଙ୍କ ପ୍ରତି ଏଭଳି ଅଭଦ୍ରୋଚିତ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ନିର୍ବାଚନରୁ ବାସନ୍ଦ କରାଯାଉ ବୋଲି ବିଜେପି ଦାବି କରିଛି। ସେ ଯେଦି ଆଗାମୀ ଦିନରେ ନିର୍ବାଚିତ ହୋଇ ଆସିବେ ତାହେଲେ ଏଠିକାର ମହିଳାଙ୍କ ଅବସ୍ଥା କ’ଣ ହେବ ଚିନ୍ତା କରିବା ଉଚିତ୍ ବୋଲି ବିଜେପି ପ୍ରାର୍ଥୀ ଜୟାପ୍ରଦା କହିଛନ୍ତି। ବୋଧହୁଏ ସେ ଅପମାନିତ କରି ମୋତେ ଆତ୍ମହତ୍ୟା କରାଇବା ପାଇଁ ଚାହିୁଁଛନ୍ତି ବୋଲି ବଲିଉଡ଼ର ଏହି ବରିଷ୍ଠ ଅଭିନେତ୍ରୀ କହିଛନ୍ତି। ତେବେ ମୁଁ ଡ଼ରିବି ନାହିଁ ବରଂ ରାମପୁର ଆସନରୁ ଲଢ଼ି ଲୋକଙ୍କ ସୁରକ୍ଷା କବଚ ସାଜିବି ବୋଲି କହିଛନ୍ତି ଜୟାପ୍ରଦା।

ଗତକାଲି ଏକ ରାଲିରେ ଉଦବୋଧନ ଦେଉଥିବାବେଳେ ଆଜମ ଖାନ ଜୟାଙ୍କ ନାଁ ନନେଇ ପରୋକ୍ଷରେ ଇଙ୍ଗିତ କରି ଅଶାଳୀନ ମନ୍ତବ୍ୟ ରଖିଥିଲେ। ତେବେ ଆଜମ ଖାନ୍ ଆଜି କହିଛନ୍ତି ସେ କେବେ ତାଙ୍କ ବିରୋଧରେ କହି ନାହାନ୍ତି। ଲଗାତର ୯ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ହୋଇଛନ୍ତି। କ’ଣ କହିବା ଦରକାର ନ ଦରକାର ସେ ବାବଦରେ ଭଲ ଭାବରେ ଅବଗତ ଅଛନ୍ତି ବୋଲି ଆଜମ ଖାନ କହିଛନ୍ତି। ଯଦି ସେ ଦେଇଥିବା ମନ୍ତବ୍ୟ ଜୟାପ୍ରଦାଙ୍କ ପ୍ରତି ହୋଇଥିବ ପ୍ରମାଣିତ ହୁଏ ତାହେଲେ ନିର୍ବାଚନରୁ ଓହରିଯିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

୨୦୦୯ରେ ମଧ୍ୟ ସମାଜବାଦୀ ପାର୍ଟିରୁ ରାମପୁର ଆସନରୁ ଜୟାପ୍ରଦା ସାଂସଦ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ଗୋଟିଏ ଦଳରେ ଥାଇ ଜୟାପ୍ରଦାଙ୍କୁ ‘ନାଚ ବାଲି’ ବୋଲି କହି କମେଣ୍ଟ କରି ବିବାଦ ଘେରକୁ ଆସିଥିଲେ ୟୁପିର ଏହି ବିବାଦୀୟ ନେତା।

ମହିଳା କମିଶନ ଆଜମ ଖାନଙ୍କୁ ପଠାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି ଆଜମ ଖାନ୍ ୧୪ ଏପ୍ରିଲ ୨୦୧୯ରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପରୋକ୍ଷରେ ବୟାନ ଦେଇଥିବା ଖବର ରହିଛି। ଅତୀତରେ ମଧ୍ୟ ମହିଳାଙ୍କ ପ୍ରତି ଅଭଦ୍ରୋଚିତ ମନ୍ତବ୍ୟ ଦେଇଥିବାର ପ୍ରମାଣ ରହିଛି। ତେଣୁ ଏହି ନୋଟିସ ଜରିଆରେ ଗତକାଲି ଦେଇଥିବା ମନ୍ତବ୍ୟର ସଠିକ ଉତ୍ତର ଦେବାକୁ ଆଜମ ଖାନଙ୍କୁ ମହିଳା କମିଶନ କହିଛନ୍ତି।

ଏ ବାବଦରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଇଛନ୍ତି ମହିଳା କମିଶନ। ବାରମ୍ବାର ମହିଳାଙ୍କ ପ୍ରତି ଆଜମ ଖାନ୍‌ ଅଶୋଭନୀୟ ମନ୍ତବ୍ୟ ଦେଉଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳା କମିଶନ ଇସିଙ୍କ ନିକଟରେ ଅପିଲ୍ କରିଛନ୍ତି।

ବିଜେପି ମଧ୍ୟ ଆଜମ ଖାନଙ୍କ ଏହି ମନ୍ତବ୍ୟ ବାବଦରେ ମହାମେଣ୍ଟର ଅନ୍ୟତମ ସହଯୋଗୀ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରତିକ୍ରିୟା ଲୋଡ଼ିଛି।

ଜୟାପ୍ରଦାଙ୍କୁ କ’ଣ କହିଥିଲେ ଆଜମ୍?

ମୁଁ ଜୟାପ୍ରଦାଙ୍କୁ ରାମପୁରଙ୍କୁ ଆଣିଥିଲି। ଏଠି ସମସ୍ତେ ସାକ୍ଷୀ ଅଛନ୍ତି, ତାଙ୍କ ଶରୀର ଛୁଇଁବାକୁ ମୁଁ କାହାରିକୁ ସୁଯୋଗ ଦିଏ ନାହିଁ। ହେଲେ ୧୭ ଦିନ ହେଲା ତାଙ୍କ ଅନ୍ତ୍ରବସ୍ତ୍ରରେ ରକ୍ତର ଦାଗ ଲାଗିଛି।



from Odisha Reporter http://bit.ly/2GocZIh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages