ନେଟ୍‌ରୁ ଫର୍ମୁଲା ଶିଖି ସରକାରୀ ଘରେ ତିଆରି କରୁଥିଲେ ବନ୍ଧୁକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ନେଟ୍‌ରୁ ଫର୍ମୁଲା ଶିଖି ସରକାରୀ ଘରେ ତିଆରି କରୁଥିଲେ ବନ୍ଧୁକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା। ନେଟ୍‌ରୁ ଶିଖି ବନ୍ଧୁକ ତିଆରି କରୁଥିଲେ। ପ୍ରଥମେ ବାଣ ତିଆରି କରିବା ଶଖିଥିଲେ। ପରେ ବନ୍ଧୁକ ଆଉ ଶେଷରେ ବୋମା ତିଆରି କରିବାରେ ସକ୍ଷମ ହୋଇଥିଲେ। ରାଜଧାନୀ ଭୁବନେଶ୍ୱରର ଓୟୁଏଟିର ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ ଓ ବୋମାର ଏହି କୁଟିର ଶିଳ୍ପ କାରଖାନା ଠାବ କରିଛି କମିଶନରେଟ ପୁଲିସ। ଏହାଛଡ଼ା ମାଷ୍ଟର ମାଇଣ୍ଡ୍ ନୃସିଂହ ନାୟକଙ୍କୁ ଗିରଫ କରିଛି। ସେ ଓୟୁଏଟି ଡିପିପି ବିଭାଗର ସୁପରଭାଇଜର ଭାବେ କାମ କରନ୍ତି। ସେ ଗୋଟିଏ ଘରେ ନିଜେ ରହୁଥିବା ବେଳେ ଅନ୍ୟ ଏକ ଘର ଭଡ଼ାକୁ ନେଇ ଚଳାଇଥିଲା ଚୋରା ବନ୍ଧୁକ କାରଖାନା।

ଗତକାଲି ରାତିରେ ନୃସିଂହ ଭଡ଼ାରେ ନେଇଥିବା କ୍ୱାର୍ଟର୍ସରୁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ପୁଲିସ ଏ ସମ୍ପର୍କରେ ଖବର ପାଇ ଅତର୍କିତ ଚଢ଼ଉ କରିଥିଲା। ଆଉ ଏହାପରେ ଖୋଲିଥିଲା ଏହି ଚୋରା ବନ୍ଧୁକ କାରଖାନାର ଗୁମର।

ପୁଲିସ ନୃସିଂହଙ୍କ ହାତ ତିଆରି ଅର୍ଦ୍ଧ ନିର୍ମିତ ବନ୍ଧୁକ ଜବତ କରିଥିଲା। ଯାହାକୁ ୪ରୁ ୫ ହଜାର ଟଙ୍କାରେ ସେ ଅପରାଧୀଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ପୁଲିସ ସେଠାରୁ ୩ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି, ବନ୍ଧୁକ ତିଆରି ସରଞ୍ଜାମ, ବୋମା ତିଆରି ସରଞ୍ଜାମ ଯଥା ପଟାସ, କାର୍ବନ, ବେରିୟମ, ଆଲୁମିନିୟମ୍ ଗୁଣ୍ଡ, ଲେଦ୍ ମେସିନ୍, ଡ୍ରିଲିଂ ମେସିନ୍ ଓ ମାରଣାସ୍ତ୍ର ଜବତ କରିଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ପୁଲିସ ସୂଚନା ଅନୁସାରେ, ନୃସିଂହଙ୍କ ନିଜ ଘର ଖଣ୍ଡଗିରି ସରକନ୍ତରାରେ। ତାଙ୍କ ନାଁରେ ବମ୍ବିଂ ଓ ଫାୟାରିଂ ଭଳି ୪ଟି ମାମଲା ରହିଛି। ନୃସିଂହଙ୍କ ବାପା ବୋମା ତିଆରି କୌଶଳ ଜାଣିଥିଲେ। ୨୦୦୪ରେ ବୋମା ଫୁଟିଯାଇ ନୃସିଂହଙ୍କ ଭାଇ ପ୍ରାଣ ହରାଇଥିଲେ।

ଏଠି ପ୍ରଶ୍ନ ଉଠୁଛି, ଏତେ ନିର୍ଭୟରେ କିଭଳି ନୃସିଂହ ବନ୍ଧୁକ ତିଆରି କାରଖାନା ଚଳାଇଥିଲେ? ଦୀର୍ଘଦିନ ଧରି ବନ୍ଧୁକ ତିଆରି କରୁଥିଲେ ମଧ୍ୟ ପୂର୍ବରୁ କିଏ କିପରି ଏକଥା ଜାଣି ପାରିଲେନି? କାହାକୁ ଓ କେତେ ବନ୍ଧୁକ ତିଆରି କରି ବିକ୍ରି କରିଛି ନୃସିଂହ? ନିଜେ ଏହି ବନ୍ଧୁକ ତିଆରି କରୁଥିଲେ ନା ଆଉ କିଏ ସହଯୋଗୀ ଥିଲେ? ବନ୍ଧୁକ ଓ ବୋମା ତିଆରି ପାଇଁ କଞ୍ଚାମାଲ କେଉଁଠୁ ଆଣୁଥିଲେ? ପୁଲିସ ଏବେ ଏସବୁ ଦିଗ ଉପରେ ତଦନ୍ତ କରୁଛି।



from Odisha Reporter http://bit.ly/2GiK5rX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages