ବିଜେପି ବିଧାୟକଙ୍କ ହତ୍ୟାରେ ସାମିଲ ୨ ନକ୍ସଲ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ବିଜେପି ବିଧାୟକଙ୍କ ହତ୍ୟାରେ ସାମିଲ ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ନିକଟରେ ସଂଘଟିତ ବିଜେପି ବିଧାୟକ ଓ ୪ ସୁରକ୍ଷାକର୍ମୀଙ୍କ ହତ୍ୟାକାଣ୍ଡରେ ଏହି ଦୁଇ ମାଓବାଦୀ ସାମିଲ ଥିଲେ।

ଆଜି ଭୋର୍‌ ୫ଟା.୩୦ରେ ଦାଉଲିକାର୍କର ଗାଁ ନିକଟରେ ଥିବା ଜଙ୍ଗଲରେ ଡିଆରଜି ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଥିଲା। ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ଭର୍ଗେସ ଓ ଲିଙ୍ଗା ନାମକ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୩୧୫ ବୋର ବନ୍ଧୁକ ଜବତ ହୋଇଛି।

ସେହିପରି ଏହି ଘଟଣାରେ ଜଣେ ମାଓବାଦୀ ଆହତ ହୋଇଛି। ତା’କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗତ ୯ ତାରିଖରେ ବିଜେପି ବିଧାୟକ ମାଣ୍ଡଭି ପ୍ରଚାର ସାରି ସୁରକ୍ଷାକର୍ମୀଙ୍କ ସହ କୁୱାକୁଣ୍ଡା ଯାଉଥିବା ବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ବିଧାୟକ ଓ ୪ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ। ଆଜି ନିହତ ହୋଇଥିବା ଦୁଇ ମାଓବାଦୀ ଏହି ଆକ୍ରମଣରେ ସାମିଲ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2KNJe82

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages