୫୦ ହଜାର କୋଟିର ବୁଡ଼ାଜାହାଜ କିଣିବ ନୌସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

୫୦ ହଜାର କୋଟିର ବୁଡ଼ାଜାହାଜ କିଣିବ ନୌସେନା

ନୂଆଦିଲ୍ଲୀ: ଜଳ ଭାଗରେ ସେନାକୁ ସଶକ୍ତ କରିବା ପାଇଁ ଭାରତ ସରକାର ୬୫ଟି ଵିଧ୍ଵଂସକାରୀ ବୁଡ଼ାଜାହାଜ କିଣିବେ। ନୌସେନା ପକ୍ଷରୁ ଏଭଳି ବୁଡ଼ାଜାହାଜ ଆଣିବାକୁ ପ୍ରସ୍ତାବ ଦିଆଯାଇଥିଲା। ଆମ୍ବିସିଅସ୍‌ ପ୍ରୋଜେକ୍ଟ-୭୫ ଇଣ୍ଡିଆ ଅଧୀନରେ ଏଭଳି ବୁଡ଼ାଜାହାଜ ଅଣାଯିବ।

ଏଥିପାଇଁ ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ନୌସନା ପକ୍ଷରୁ ବିଦେଶୀ କମ୍ପାନୀଗୁଡ଼ିକ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରୋଜେକ୍ଟ-୭୫ ଇଣ୍ଡିଆ ଅଧୀନରେ ନୌସେନା ପକ୍ଷରୁ ୬ଟି ପାରମ୍ପରିକ ଡିଜେଲ୍‌- ଇଲେକଟ୍ରିକ୍‌ ବୁଡ଼ାଜାହଜ ନିର୍ମାଣ ହେବ। ଏହା ମୁମ୍ବାଇର ମାଜଗାଓଁ ଡକୱାର୍ଡରେ ନିର୍ମାଣଧୀନ ସ୍କର୍ପିଅନ କ୍ଲାସ ବୁଡ଼ାଜାହାଜଠାରୁ ୫୦ ଗୁଣ ଅଧିକ ବଡ଼।

ନୌସେନା ପକ୍ଷରୁ କୁହାଯାଇଛି ଯେ ଟେଣ୍ଡର ପାଇଁ ପ୍ରସ୍ତୁତ କରାଯାଇଥିବା ଚିଠାକୁ ବିଦେଶୀ ଭେଣ୍ଡର ଓ ସମ୍ଭାବ୍ୟ ଭାରତୀୟ କମ୍ପାନୀମାନଙ୍କୁ ପଠାଯାଇଛି। ଏମାନେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବା ପ୍ରସଙ୍ଗରେ ସେମାନଙ୍କ ମତାମତ ଦେବାକୁ କୁହାଯାଇଛି। ଏହି ବୁଡ଼ାଜାହାଜରେ ୧୨ଟି ଲ୍ୟାଣ୍ଡ ଆଟାକ୍‌ କ୍ରୁଜ ମିସାଇଲ୍‌ ସହ ଜାହାଜ ଧ୍ୱଂସ କରିପାରୁଥିବା କ୍ରୁଜ ମିସାଇଲ୍‌ ମଧ୍ୟ ରହିବ।

ସେହିପରି ପାଣି ଉପରୁ ଏବଂତଳୁ ଶତ୍ରୁପକ୍ଷକୁ ମାତ ଦେଇ ପାରୁଥିବା ୧୮ଟି ଓଜନିଆ ଟର୍ପିଡୋକୁ ଏହି ବୁଡ଼ାଜାହାଜରେ ଖଞ୍ଜା ଯିବ। ନୌସେନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୁଡ଼ାଜାହାଜକୁ ନିର୍ମାଣ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସବୁଜ ସଙ୍କେତ ମଧ୍ୟ ଦେଇଛି। ଏହା ଏକ ଯୁଦ୍ଧ ଜାହାଜ ଭଳି ମଧ୍ୟ କାର୍ଯ୍ୟ କରିବ।

ଦିନକୁ ଦିନ ଜଳପଥରେ ଚାଇନା ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ସେହିପରି ପାକିସ୍ତାନ ପଟୁ ମଧ୍ୟ ଜଳ ପଥରେ ବିପଦ ରହିଛି। ଏସବୁକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଏଭଳି ଅତ୍ୟାଧୁନିକ ବୁଡ଼ାଜାହାଜ ଆଣିବାକୁ ଚେଷ୍ଟା କରୁଥିବା କୁହାଯାଉଛି।



from Odisha Reporter https://ift.tt/2WE6I0q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages