ଫିଫା ରାଙ୍କିଙ୍ଗ୍: ୧୦୧ତମ ସ୍ଥାନକୁ ଉଠିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଫିଫା ରାଙ୍କିଙ୍ଗ୍: ୧୦୧ତମ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମ୍ ସଦ୍ୟ ପ୍ରକାଶିତ ଫିଫା ରାଙ୍କିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠି ୧୦୧ତମ ସ୍ଥାନରେ ପହଞ୍ଚିଛି। ଭାରତୀୟ ଟିମ ମୋଟ ୧୨୧୯ ପଏଣ୍ଟ ହାସଲ କରିଛି ଏବଂ ଏସୀୟ ଦେଶ ଗୁଡ଼ିକ ମଧ୍ୟରେ ୧୮ତମ ସ୍ଥାନରେ ରହିଛି। ୭, ଫେବୃଆରୀରେ ଜାରି ହୋଇଥିବା ରାଙ୍କିଙ୍ଗ୍ ପରଠାରୁ ଭାରତ ଗୋଟିଏ ବି ମ୍ୟାଚ୍ ଖେଳିନାହିଁ।

ଏସୀୟ ଦେଶ ଗୁଡ଼ିକ ମଧ୍ୟରେ ଇରାନ (୨୧ତମ) ଶୀର୍ଷରେ ରହିଥିବା ବେଳେ ଜାପାନ (୨୬ତମ) ଦ୍ୱିତୀୟ, ଦକ୍ଷିଣ କୋରିଆ (୩୭ତମ) ତୃତୀୟ, ଅଷ୍ଟ୍ରେଲିଆ (୪୧ତମ) ଚତୁର୍ଥ ଓ କତାର (୫୫ତମ) ପଞ୍ଚମ ସ୍ଥାନରେ ରହିଛି।

ତେବେ ବିଶ୍ୱ ଫିଫା ରାଙ୍କିଙ୍ଗରେ ବେଲଜିୟମ ୧୭୩୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ବଳବତ୍ତର ରହିଛି। ରାଙ୍କିଙ୍ଗରେ ଇଂଲଣ୍ଡକୁ ଫାଇଦା ହୋଇଛି। ଇଂଲଣ୍ଡ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛି। ତେବେ ଟପ୍-୩ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ବିଶ୍ୱକପ୍ ବିଜେତା ଫ୍ରାନ୍ସ ଦ୍ୱିତୀୟ ଓ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି। ବିଶ୍ୱକପ୍ ରନର୍ସଅପ୍ କ୍ରୋଏସିଆ ଗୋଟିଏ ସ୍ଥାନ ଖସି ପଞ୍ଚମରେ ଥିବା ବେଳେ ଉରୁଗୁଏ ଗୋଟିଏ ସ୍ଥାନ ଉଠି ଷଷ୍ଠରେ ପହଞ୍ଚିଛି। ପର୍ତ୍ତୁଗାଲ ସପ୍ତମ, ସ୍ୱିଜରଲ୍ୟାଣ୍ଡ ଅଷ୍ଟମ, ସ୍ପେନ୍ ନବମ, ଡେନମାର୍କ ଦଶମ ସ୍ଥାନରେ ରହିଛି। ତେବେ ଜର୍ମାନୀ ୧୩ତମ, ନେଦରଲ୍ୟାଣ୍ଡ ୧୬ତମ ଓ ଅଷ୍ଟ୍ରିଆ ୩୩ତମ ସ୍ଥାନରେ ରହିଛି।



from Odisha Reporter https://ift.tt/2TQFUrW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages