ବ୍ରେକ୍‌ଅପ୍‌ ପରେ ନିଜ ବିବାହକୁ ନେଇ ଏପରି କହିଲେ ଏହି ସିରିଏଲ୍‌ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ବ୍ରେକ୍‌ଅପ୍‌ ପରେ ନିଜ ବିବାହକୁ ନେଇ ଏପରି କହିଲେ ଏହି ସିରିଏଲ୍‌ ଅଭିନେତ୍ରୀ

ମୁମ୍ବାଇ: ‘ଇସକ୍‌ବାଜ୍‌’ ‘ବଦଲ୍‌ତେ ରିସ୍ତୋଁ କି ୱାସ୍ତା’ ଏବଂ ‘ହିଟ୍‌ଲର୍‌ ଦିଦି’ ଭଳି ବହୁ ଲୋକପ୍ରିୟ  ଟିଭି ସିରିଏଲ୍‌ରେ ଅଭିନୟ କରି ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଉଥିବା ଅଦିତି ଗୁପ୍ତା  ଏପ୍ରିଲ୍‌ ୨୧ରେ ନିଜ ଜନ୍ମ ଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ସମ୍ପର୍କୀତ କିଛି ରୋଚକ ତଥ୍ୟ ଲାଇମଲାଇଟ୍‌କୁ ଆସିଛି।

ଅଦିତି  ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀରେ କାମ କରୁଥିବା କବୀର୍‌ ଚୋପ୍ରାଙ୍କୁ  ଡିସେମ୍ବର ୧୨ରେ ବିବାହ କରିଥିଲେ। ଏବେ ତାଙ୍କ ଘର ସଂସାର ବେଶ୍‌ ଖୁସିରେ ଚାଲିଛି।  ହେଲେ ଏହା ପୂର୍ବରୁ ଅଦିତିଙ୍କର ଲୋକପ୍ରିୟ ଟିଭି ସିରିଏଲ୍‌ର ନିର୍ଦ୍ଦେଶିକା ଏକ୍‌ତା କପୁର୍‌ଙ୍କ ସାଙ୍ଗ ରିଜ୍‌ୱାନ୍‌ ବାଚବ୍‌ଙ୍କ ସହ ସମ୍ପର୍କ ଥିଲା।

ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ଦୁଇ ଜଣଙ୍କ ବିବାହ ମଧ୍ୟ ହେବାକୁ ଥିଲା। କିନ୍ତୁ ପରେ ଏହି ସମ୍ପର୍କରେ ଫାଟ ଦେଖାଦେଲା। ୨୦୧୭ରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା।

କବୀର୍‌ଙ୍କ ସହ ବିବାହ ପୂର୍ବରୁ  ଅଦିତି କହିଥିଲେ ଯେ, ମୁଁ ଜଣେ ସଚ୍ଚୋଟ୍‌ ଏବଂ ଭଲ ମଣିଷକୁ ଚୟନ କରିଛି। ବିବାହ ପୂର୍ବରୁ ସେ ବହୁ ଟିଭି ସେଲିବ୍ରିଟିଙ୍କ ସହ ବ୍ୟାଚ୍‌ଲର୍‌ ପାର୍ଟି ମଧ୍ୟ କରିଥିଲେ।



from Odisha Reporter http://bit.ly/2INKVQi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages