ଓଡ଼ିଶାରେ ମୋଦି ହାୱା କାମ ଦେବନି, ବାଜିବ ଡବଲ ଶଙ୍ଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ଓଡ଼ିଶାରେ ମୋଦି ହାୱା କାମ ଦେବନି, ବାଜିବ ଡବଲ ଶଙ୍ଖ

ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଏଥର ବିଜେଡି ପାଇଁ ପ୍ରାର୍ଥୀ ହୋଇଛନ୍ତି ଭେଟେରାନ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ୍ ରାଜା ସ୍ୱାଇଁ। ଆଉ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ପ୍ରଚାର ମଇଦାନରେ ଜମିଛି ତାଙ୍କ ପ୍ରଚାର। ଏହି ଅବସରରେ ଆମ ପ୍ରତିନିଧି ନୀଳକଣ୍ଠ ଦୋରା ତାଙ୍କୁ ସାକ୍ଷାତ କରିଥିଲେ। କ’ଣ କହିଥିଲେ ରାଜା ଆସନ୍ତୁ ଜାଣିବା।

ପ୍ରଶ୍ନ : ୧୯୯୦ରୁ ୨୦୧୯, ଆପଣଙ୍କ ସୁଦୀଘ୍ର ଯାତ୍ରାପଥ। ରାଜନୀତିର ଏ ଯାତ୍ରା ସମ୍ପର୍କରେ ଆପଣ କ’ଣ କହିବେ ?

ଉତ୍ତର : ବିଜୁବାବୁଙ୍କ ସହ ଏ ଯାତ୍ରା ଆରମ୍ଭ କରିଥିଲି, ଏବେ ତାଙ୍କ ସୁପୁତ୍ର ନବୀନଙ୍କ ସହ ଚାଲିଛି। ଏହା ଏକ ସାଧନାର ପଥ, ତପସ୍ୟାର କାର୍ଯ୍ୟକ୍ରମ। ଆନ୍ତରିକତା ନ ଥିଲେ, ଆଠଗଡବାସୀଙ୍କ ଆଶୀର୍ବାଦ ଆଉ ଦୟା ନ ଥିଲେ ଜନସେବା କରିବା ମୋ ପକ୍ଷରେ ସମ୍ଭବ ହୁଅନ୍ତା ନାହିଁ। କୋଉଟା ଠିକ୍‌ କୋଉଟା ଭୁଲ୍‌ ଲୋକେ ଜାଣନ୍ତି। କାହାର ଆନ୍ତରିକତା ଅଛି ତାହା ଆଠଗଡବାସୀ ଭଲ ଭାବେ ଜାଣନ୍ତି।

ପ୍ରଶ୍ନ : ୩୦ ବର୍ଷରେ ଆଠଗଡ଼କୁ ୧ ନମ୍ବର କରିବା ଆପଣଙ୍କ ଲକ୍ଷ ଥିଲା। ଏଥର ୨୦୧୯ରେ ମଧ୍ୟ ଆପଣ ସେଭଳି ନାରା ଦେଇଛନ୍ତି। ଆଠଗଡ଼ ୧ ନମ୍ବର କରିବାକୁ ଏଥର ଆପଣଙ୍କ ପଦକ୍ଷେପ ରହିବ ?

ଉତ୍ତର : ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବୁ। ଆଠଗଡ଼ ସାକ୍ଷରତା ଅଭିଯାନରେ ୮୨ ପ୍ରତିଶତ ଊର୍ଦ୍ଧ୍ୱରେ ଅଛି। ଏଣୁ ଏଥର ମଧ୍ୟ ଶିକ୍ଷା କ୍ଷେତ୍ରରେ ଉନ୍ନତୀ ପାଇଁ ବିଶେଷ ପଦକ୍ଷେପ ନେବୁ।

ପ୍ରଶ୍ନ : ଚାଷୀଙ୍କ ପାଇଁ କିଛି ସୁବିଧା ନାହିଁ। ଧର୍ମେନ୍ଦ୍ର ସବୁଥିରେ ଫେଲ୍‌ ହୋଇଥିବା ଅଭିଯୋଗ ହୁଏ। ଶୀତଳ ଭଣ୍ଡାରଟିଏ ନାହିଁ। ଏ ନେଇ ଆପଣ କ’ଣ କହିବେ ?

ଉତ୍ତର :  ମୁଁ ଏମ୍‌ଏଲ୍ ନ ଥିବା ବେଳେ ଶୀତଳଭଣ୍ଡାର ବିକି ଦିଆଗଲା। ଯାହା ଏବେ ଲିଟିଗେଜନ ଭିତରେ ଅଛି। ବର୍ତ୍ତମାନ ଆର୍ଥିକ ସୁଧାର ପାଇଁ ନୀତି ଅୟୋଗ ପ୍ରାଇଭେଟ ପାଟର୍ନର ସିପ୍‌ରେ କାର୍ଯ୍ୟ କରିବାକୁ  ପ୍ରବର୍ତ୍ତାଉଛନ୍ତି। ଯାହା ଆମ ଅଞ୍ଚଳରେ ଆଗାମୀ ଦିନରେ କରାଯିବ। ୨୦୧୯ରେ ମୋ ନିର୍ବାଚନ ମଣ୍ଡଳୀରେ ବହୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ।

ପ୍ରଶ୍ନ: ବସ୍‌ଷ୍ଟାଣ୍ଡ, ଡାକ୍ତରଖାନା ଓ ଷ୍ଟାଡିୟମ୍‌ ସମସ୍ୟା ରହିଛି। କ’ଣ କରିବେ ?

ଉତ୍ତର : ଗୋଟିଏ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ଅଛି। ଅନ୍ୟ ବସ୍‌ଷ୍ଟାଣ୍ଡ ପାଇଁ ଟେଣ୍ଡର ଫାଇନାଲ ହୋଇପାରି ନାହିଁ। ଖୁବ୍‌ ଶିଘ୍ର ଏହା ହେବ। ଷ୍ଟାଡିୟମ୍‌ କାର୍ଯ୍ୟ ସରିଛି ଓ ଏହା ନବୀକରଣ କାର୍ଯ୍ୟ ହେଉଛି। ୨ୟ ଷ୍ଟାଡିୟମ୍‌ ପାଇଁ ଟେଣ୍ଡର ସରିଛି। ନିର୍ବାଚନ ପରେ ଏହା ଆରମ୍ଭ ହେବ।

ପ୍ରଶ୍ନ: ବିରୋଧୀ କହୁଛନ୍ତି, କିଛି କରିନାହାନ୍ତି ଧର୍ମେନ୍ଦ୍ର , ଏହା କ’ଣ ସତ ?

ଉତ୍ତର : ଆମ ନିର୍ବାଚନମଣ୍ଡଳୀ ଶିକ୍ଷା କ୍ଷେତ୍ରରେ ଆଗୁଆ। ଏମିତି କୋଉ ଗାଁ ନାହିଁ ଯେଉଁଠିକି ରାସ୍ତା ନାହିଁ। ଶିଳ୍ପାୟନରେ ମଧ୍ୟ ଆଠଗଡ଼ ୧ ନମ୍ବର। ୪ଟି ସିମେଣ୍ଟ ଫ୍ୟାକ୍ଟ୍ରି ହେବାକୁ ଯାଉଛି । ପ୍ରାଥମିକ ଭିତ୍ତିରେ ଏଠାରେ ୬ ହଜାର ପିଲା ଚାକିରି ପାଇଛନ୍ତି।

ପ୍ରଶ୍ନ: ମୋଦୀ ଲହର ପ୍ରଭାବ ପକାଇବ କି ?

ଉତ୍ତର : ଓଡ଼ିଶାରେ ଡବଲ ଶଙ୍ଖ ବାଜିବ, ଉପରେ ଶଙ୍ଖ, ତଳେ ଶଙ୍ଖ। ନବୀନ ପଟ୍ଟନାୟକଙ୍କ ଲହରି ଏଠି ଅଛି। ତାଙ୍କର କେହି ନାହାନ୍ତି। ଓଡ଼ିଶାର ନୂଆ ପରିଚୟକୁ ଦେଇଛନ୍ତି ନବୀନ। ଏଣୁ ନବୀନଙ୍କ ବିଜୟ ସୁନିଶ୍ଚିତ।

ପ୍ରଶ୍ନ: ରାଜାଙ୍କ ସହ ସ୍କୁଟରର ସମ୍ପର୍କ କ’ଣ ?

ଉତ୍ତର : ୧୯୭୦ରୁ ସ୍କୁଟର ସହ ମୋର ସମ୍ପର୍କ। ସ୍ମୃତିକୁ ଭୁଲି ହୁଏନା। ଏଥିରେ ଗୋଟା ଊର୍ଜ୍ଜା ଆସେ । ଯାହାକୁ ନେଇ ଆଜି ମୁଁ ରାଜନୀତି କରୁଛି। ଗରିବଙ୍କ ପାଇଁ ଲଢେଇ କରୁଛି।

ପ୍ରଶ୍ନ: ସ୍କୁଟରରେ ମଜା ଅଛି ନା ଫର୍ଚୁନରରେ?

ଉତ୍ତର : ସ୍ମୃତିରେ ମଜା ଅଛି। ସ୍କୁଟରରେ ମଜା ଅଛି।

ପ୍ରଶ୍ନ: ଶେଷରେ ଏ ମାଟିରେ ମୋ ଜୁଇ ଜଳିବ। କ’ଣ ପାଇଁ ଏ ମାଟି ପ୍ରତି ଏତେ ମମତା।

ଉତ୍ତର : ଏ ମାଟି ମତେ ଯାହା ଦେଇଛି, ମୋ ବାପା ମୁଁ ମତେ ଦେଇ ନାହାନ୍ତି। ମୋ ଅନ୍ତରାତ୍ମା ଏଇ ମାଟି ପାଇଁ । ଏଣୁ ମୁଁ ଯାହା କହିଛି ତାହା ହିଁ ହବ। ଏଇ ମାଟିରେ ମୋର ଜୁଈ ଜଳିବ।



from Odisha Reporter http://bit.ly/2UCv79o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages