ଅଲିମ୍ପିକ ବିଜେତା ସୁଶୀଲ କୁମାର ଲଢ଼ିବେ ନିର୍ବାଚନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଅଲିମ୍ପିକ ବିଜେତା ସୁଶୀଲ କୁମାର ଲଢ଼ିବେ ନିର୍ବାଚନ!

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୧୪ ଲୋକସଭା ନିର୍ବାଚନ ଫଳାଫଳର ପୁନରାବୃତି ଯେମିତି ନହୁଏ ସେଥିପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଆମ ଆଦମି ପାର୍ଟି ସହ ମେଣ୍ଟ ହେବନି ବୋଲି ସ୍ଥିର ହେବା ପରେ ସଠିକ୍ ପ୍ରାର୍ଥୀ ଦେବାକୁ ଦଳ ଚିନ୍ତା କରିଛି। ପୂର୍ବ ଦିଲ୍ଲୀରେ ପୂର୍ବତନ ମୁଖ୍ଯମନ୍ତ୍ରୀ ଶୀଲା ଦୀକ୍ଷିତ ଲଢ଼ିବେ ବୋଲି କଂଗ୍ରେସ ସ୍ଥିର କରିଛି। ଯଦି ଶୀଲା ଦୀକ୍ଷିତ ରାଜି ନୁହନ୍ତି ତାହେଲେ ତାଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।

ସେହପରି ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ ଅଲିମ୍ପିକ ବିଜେତା ସୁଶୀଲ କୁମାରଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଛି । ଦକ୍ଷିଣ ଦିଲ୍ଲୀରେ ଜାଟ୍ ସମ୍ପ୍ରଦାୟର ଲୋକଙ୍କ ସଂଖ୍ଯା ଅଧିକ ରହିଛି। ସୁଶୀଲ ଜାଟ୍ ସମ୍ପ୍ରଦାୟର ହୋଇଥିବାରୁ କଂଗ୍ରେସ ସୁଶୀଲଙ୍କ ଚେହେରାରେ ନିର୍ବାଚନ ଲଢ଼ିବ ବୋଲି ଯୋଜନା କରିଛି।

ହେଲେ ସୁଶୀଲ ଏ ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ଯଦି ସେ ନିର୍ବାଚନ ଲଢ଼ିବେ ତାହେଲେ ଭାରତୀୟ ରେଳ ବିଭାଗରେ କରିଥିବା ଚାକିରୀ ଛାଡ଼ିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଦକ୍ଷିଣ ଦିଲ୍ଲୀ ଆସନ ପାଇଁ ଆମ ଆଦମି ପାର୍ଟି ମଧ୍ଯ ଜାଟ୍ ନେତାଙ୍କୁ ଟିକେଟ ଦେଇଥିବା ବେଳେ ବିଜେପି ମଧ୍ଯ ସମାନ ରଣନୀତି ଆପଣାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ଯ ଶୁକ୍ରବାର ଦିଲ୍ଲୀର ୭ଟି ଲୋକସଭା ଆସନରୁ ୪ଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି। ଅଜୟ ମାକେନ, ନୂଆ ଦିଲ୍ଲୀ ଲୋକସଭା ଆସନ, କପିଲ ସିବଲ ଚାନ୍ଦିନୀ ଚୌକ, ଜେପି ଅଗ୍ରୱାଲ ନର୍ଥ ଇଷ୍ଟ, ରାଜ କୁମାର ଚୌହ୍ବାନ ନର୍ଥ ଦିଲ୍ଲୀରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିସାରିଛି କଂଗ୍ରେସ।



from Odisha Reporter http://bit.ly/2KxofpL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages