ମୋହାଲିରେ ପଞ୍ଜାବ ବିଜୟଧାରା ରୋକିଲା ଆରସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ମୋହାଲିରେ ପଞ୍ଜାବ ବିଜୟଧାରା ରୋକିଲା ଆରସିବି

ଚଣ୍ଡିଗଡ଼: ଲଗାତାର ୬ଟି ମ୍ୟାଚରେ ପରାଜୟଧାରା ଭାଙ୍ଗିବାରେ ସଫଳ ହୋଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ମୋହାଲିରେ ରବିବାର ରାତିରେ ଖେଳାଯାଇଥିବା ଆଇପିଏଲର ୨୭ତମ ମ୍ୟାଚରେ ଆରସିବି ୮ ୱିକେଟରେ ଘରୋଇ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରି ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି।

ଅନ୍ୟପକ୍ଷରେ ମୋହାଲିରେ ଲଗାତାର ୭ଟି ବିଜୟ ହାସଲ କରିଥିବା ପଞ୍ଜାବର ଏହି ଧାରାରେ ବ୍ରେକ୍ ଲାଗିଛି। ଆରସିବି ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ ଏବି ଡି’ଭିଲିୟର୍ସ ଓ ଅଧିନାୟକ ବିରାଟ୍ କୋହଲି। ପଞ୍ଜାବ ଦ୍ୱାରା ଧାର୍ଯ୍ୟ ୧୭୪ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଆରସିବି ୧୯.୨ ଓଭରରେ ୨ ୱିକେଟ ହରାଇ ଆବଶ୍ୟକ ରନ୍ କରିନେଇଥିଲା।

ଦଳ ପକ୍ଷରୁ ଦୁଇ ଓପ୍ନର ପାର୍ଥିବ ପଟେଲ (୧୯) ଓ ବିରାଟ୍ ପ୍ରଥମ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ। ଏହା ପରେ ବିରାଟ ଓ ଏବି ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୮୫ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ବିରାଟ ଫର୍ମକୁ ଫେରି ୫୩ ବଲରେ ୮ ଚୌକା ସହ ୬୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ବିରାଟଙ୍କ ଆଉଟ୍ ପରେ ଏବି ଓ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଧୂଆଁଧାର ବ୍ୟାଟିଂ କରି ଆରସିବିକୁ ଚାରୋଟି ବଲ୍ ବାକି ଥାଇ ବିଜୟୀ କରାଇଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବି ୩୮ ବଲରେ ୫ ଚୌକା ଓ ୨ ଛକା ସହ ୫୯ ଓ ଷ୍ଟୋଇନିସ୍ ୧୬ ବଲରେ ୪ ଚୌକା ସହ ୨୮ ରନ୍ ଅପରାଜିତ ଥିଲେ।

ପୂର୍ବରୁ ଟସ ହାରି ବ୍ୟାଟିଂ କରିଥିବା ଆୟୋଜକ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା। ଦଳ ପକ୍ଷରୁ କ୍ରିସ୍ ଗେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ରୁ ଅଧିକ ରନ୍ କରିପାରିନଥିଲେ। ଗେଲ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୯୯ (୬୪ ବଲ, ୧୦ ଚୌକା, ୫ ଛକା) ରନର ଇନିଂସ୍ ଖେଳିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ (୧୮), ମୟଙ୍କ ଅଗ୍ରୱାଲ୍ (୧୫), ସର୍ଫରାଜ ଖାନ୍ (୧୫) ଓ ସାମନ୍ କରାନ୍ (୧) ନିରାଶ କରିଥିବା ବେଳେ ମନଦୀପ ସିଂହ ୧୮ ରନ୍ କରି ଅପରାଜିତ ଥିଲେ। ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ୨ଟି ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2KKoqhQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages