ବହୁ ଚେଷ୍ଟା ସତ୍ତ୍ୱେ ପାଇ ପାରୁନାହାନ୍ତି ଚମକଦାର ତ୍ୱଚା, କାରଣ ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ବହୁ ଚେଷ୍ଟା ସତ୍ତ୍ୱେ ପାଇ ପାରୁନାହାନ୍ତି ଚମକଦାର ତ୍ୱଚା, କାରଣ ଜାଣିଛନ୍ତି କି ?

ଭୁବନେଶ୍ୱର:  ନିଜ ତ୍ୱଚାକୁ ନେଇ ଯୁବବର୍ଗ ସବୁବେଳେ ଅଧିକ ସଚେତନ। ସୁନ୍ଦର ଚେହେରା ପାଇବା ଲାଗି ଘରୋଇ ଉପଚାର ସମେତ ନାମିଦାମୀ କ୍ରିମ୍‌ କିଣିବାରେ ବି ଦିଅନ୍ତିନି ପଛଘୁଞ୍ଚା। କିନ୍ତୁ ଆପଣ ଦିନ ସାରା ବ୍ୟସ୍ତତା ଏପରି କିଛି ଭୁଲ କରି ଦେଉଛନ୍ତି, ଯାହା ଯୋଗୁ ଆପଣଙ୍କ ଶତଚେଷ୍ଟା ବିଫଳ ହେଉଛି। ଚମକଦାର ତ୍ୱଚା ପାଇବା ପରିବର୍ତ୍ତେ ଆପଣଙ୍କ ତ୍ୱଚା ରୁକ୍ଷ ହୋଇଯାଉଛି। ଆସନ୍ତୁ ଜାଣିବା ଏହି ଭୁଲ ବିଷୟରେ।

ଚିନି, ଲୁଣ କମ ଖାଆନ୍ତୁ

ଖାଇବାରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରୁଥିଲେ ଏହା ଆମ ତ୍ୱଚା ଲାଗି କ୍ଷତିକାରକ। ସେହିପରି ଚିନି ମଧ୍ୟ ମୁହଁର କୋଲଜନ ଲେଭଲକୁ ପ୍ରଭାବିତ କରିଥାଏ। ଯାହାଦ୍ୱାରା ତ୍ୱଚା ବୟସ୍କଙ୍କ ପରି ଲାଗିଥାଏ।

ଅଧିକ ସୁଇମିଂ କରିବା

ଖରାର ତାତିରୁ ସାମୟିକ ରକ୍ଷା ପାଇବା ଲାଗି ସମସ୍ତେ ସୁଇମିଂ କରିବାକୁ ଭଲ ପାଆନ୍ତି। ଏହା ଆପଣଙ୍କ ଶରୀର ଏବଂ ଫିଟନେସ ଲାଗି ଏକ ଭଲ ଏକ୍ସରସାଇଜ। ହେଲେ ସୁଇମିଂ ପୁଲ ପାଣିରେ  ମିଶିଥିବା କ୍ଲୋରିନ ତ୍ୱଚାର ସବୁଠୁ ବଡ ଶତ୍ରୁ। ସୁଇମିଂ ପରେ ଆପଣ ପୁଣି ଥରେ ଗାଧୋଇବା ସତ୍ତ୍ୱେ କ୍ଲୋରିନ ପୁରାପୁରି ଛାଡ଼ି ନ ଥାଏ। ଏହା ତ୍ୱଚାର ଛିଦ୍ର ଦେଇ ଗଭୀରକୁ ଯାଇ ତାହାକୁ ବନ୍ଦ କରି ଦେଇଥାଏ। ତେଣୁ ବହୁତ ଅଧିକ ସୁଇମିଂ କରିବା ତ୍ୱଚା ଲାଗି କ୍ଷତିକାରକ ଅଟେ।

 

ଗରମ ପାଣିରେ ସ୍ନାନ 

ରିଲାକ୍ସ ହେବା ଲାଗି ଲୋକେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି। ନଚେତ ସନ ବାଥ୍‌, ହଟ୍‌ ସାୱାର କରିଥାନ୍ତି। କିନ୍ତୁ ଏହା ତ୍ୱଚା ଲାଗି ହୋଇପାରେ କ୍ଷତିକାରକ।  ଗରମ ପାଣି ତ୍ୱଚାକୁ ବହୁ ମାତ୍ରାରେ ଡ୍ରାଏ କରିଦେଇଥାଏ। ଏହାସହ ତ୍ୱଚାରେ ଥିବା ପ୍ରାକୃତିକ ନମନିୟତା ବି ହଜି ଯାଇଥାଏ।

କଡ଼ ଲେଉଟାଇ ଶୋଇବା

ଯଦି ଆପଣଙ୍କର ବାମ କଡ଼ ମାଡ଼ିକରି ଶୋଇବା ଅଭ୍ୟାସ ଅଛି, ଆଜି ହିଁ ବଦଳାଇ ଦିଅନ୍ତୁ।  ଚିତ ହୋଇ ଶୋଇବାକୁ ଚେଷ୍ଟା କରନ୍ତୁ।  କଡ଼ ଲେଉଟାଇ ଶୋଇବା ଦ୍ୱାରା ଆପଣଙ୍କ ଚେହେରା ତକିଆ ଦ୍ୱାରା ରଗଡ଼ି ହୋଇଯାଏ। ଏଥିଯୋଗୁ ଆପଣ ବୟସ ପୂର୍ବରୁ ବୟସ୍କ ଲାଗିଥାନ୍ତି। ମୁହଁରେ ଭାଙ୍ଗ ପଡ଼ିବା ଆରମ୍ଭ ହୋଇଯାଏ।

ଖରା ଦିନେ ତ୍ୱଚା ଲାଗି ନାନା ପ୍ରକାର ସମସ୍ୟା ସୃଷ୍ଟି ହୁଏ। ଅତ୍ୟଧିକ ଝାଳ, ବୋହିବା ଓ ସୂର୍ଯ୍ୟଙ୍କ ପ୍ରଖର କିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ମୁହଁ ଶୁଷ୍କ, ରୁକ୍ଷ, ହେବା ସହ ଟ୍ୟାନିଙ୍ଗ ଆଦି ସମସ୍ୟା ଦେଖାଦିଏ।  ତେଣୁ ଆପଣ ଯଦି ଖରା ଦିନେ ମଧ୍ୟ ଚମକଦାର ତ୍ୱଚା ପାଇବା ଲାଗି ଆଶାୟୀ ଅଛନ୍ତି, ତେବେ ଆପଣଙ୍କ ଅଭ୍ୟାସରେ କିଛିଟା ପରିବର୍ତ୍ତନ ଆଣନ୍ତୁ।



from Odisha Reporter http://bit.ly/2IYBuNW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages