‘ନମୋ ଟିଭି’କୁ ନେଇ ସୂଚନା ମନ୍ତ୍ରଣାଳୟକୁ ଜବାବ ମାଗିଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

‘ନମୋ ଟିଭି’କୁ ନେଇ ସୂଚନା ମନ୍ତ୍ରଣାଳୟକୁ ଜବାବ ମାଗିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାବେଳେ ମାର୍ଚ୍ଚ ୩୧ରେ ଶୁଭାରମ୍ଭ ହୋଇଥିବା ‘ନମୋ ଟିଭି’ ବାବଦରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ କମିଶନ। ‘ନମୋ ଟିଭି’ର ଲୋଗୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଛି। ଏହି ଚ୍ୟାନେଲରେ କେବଳ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରାଲି ଓ ପ୍ରଚାରକୁ ପ୍ରସାରଣ କରାଯାଉଛି।

ଏଥିସହିତ ମାର୍ଚ୍ଚ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମକୁ ଦୁରଦର୍ଶନ କିଭଳି ଲମ୍ବା ସମୟ ଧରି ପ୍ରସାରଣ କଲା, ସେ ନେଇ ଦୂରଦର୍ଶନକୁ ନିର୍ବାଚନ କମିଶନ ଜବାବ ମାଗିଥିବା ଇଂରାଜୀ ଖବରକାଗଜ ଇକୋନମିକ ଟାଇମ୍ସ ପ୍ରକାଶ କରିଛି।

ବିରୋଧୀ କଂଗ୍ରେସ, ଆମ ଆଦମି ପାର୍ଟି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ ଅଭିଯୋଗ କରିଥିଲେ। ବିଜେପି ଏହି ଟିଭି ଚ୍ୟାନେଲକୁ ଚଲାଉଥିବା ଆମ ଆଦମି ପାର୍ଟି ଚିଠି ଲେଖି ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି।

ନମୋ ଟିଭିରେ ପ୍ରସାରଣ ହେଉଥିବା ସୂଚନା ବାବଦରେ କିଏ ନିରୀକ୍ଷଣ କରିବ? ବିଜେପି ଏଥିପାଇଁ ମିଡିଆ ସାର୍ଟିଫିକେଟ କମିଟି ପାଇଁ ଆବେଦନ କରିଛି କି, କାହିଁକି ଏ ବାବଦରେ ବିଜେପିକୁ କାରଣ ଦର୍ଶାଅ ନୋଟିସ ମଗାଯିବ ନାହିଁ ବୋଲି ଆମ ଆଦମି ପାର୍ଟିର ଲିଗାଲ ସେଲ ନିର୍ବାଚନ କମିଶନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

କଂଗ୍ରେସ ମଧ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଛି ଯେ ନମୋ ଟିଭିର ନାମ ପୂର୍ବରୁ କଣ୍ଟେଣ୍ଟ ଟିଭି ଥିଲା। ମାର୍ଚ୍ଚ ୩୧ରୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହୋଇଛି। ମୋଦିଙ୍କ ବ୍ୟକ୍ତିଗତ ଲାଭ ଓ ବିଜେପିର ପ୍ରଚାର ପାଇଁ ଏହି ଟିଭି ଚ୍ୟାନେଲକୁ ବ୍ୟବହାର କରାଯାଉଥିବା କଂଗ୍ରେସ କହିଛି।

ଏହାପରେ “ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଥିଲା କଂଗ୍ରେସ।



from Odisha Reporter https://ift.tt/2VdVPlG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages