
ଟୋକିଓ : ପିଲାଟିଏ ଜନ୍ମ ହେଲେ ଘରେ ଖୁସି ଖେଳିଯାଏ। ପିଲାର ଯତ୍ନ ନେବା ଲାଗି ସମସ୍ତେ ଲାଗି ପଡ଼ନ୍ତି। ଜନ୍ମ ବେଳେ ଛୁଆର ଯତ୍ନ ୩ କେଜି ହେଲେ ପିଲାର ଠିକ୍ ବିକାଶ ହୋଇଛି ବୋଲି ଧରି ନିଆଯାଏ। ହେଲେ ପିଲାର ଓଜନ ଯଦି ଗୋଟିଏ ସେଓର ଓଜନ ସହ ସମାନ ହେବେ ତେବେ ଆପଣ ଏହାକୁ କ’ଣ କହିବେ।
ଏପରି ଘଟଣା ଦେଖିବାକୁ ମିଳିଛି ଜାପାନରେ। ଅକ୍ଟୋବରରେ ଜନ୍ମ ନେବା ବେଳେ ଏହି ପିଲାର ଓଜନ ଥିଲା ୨୫୮ ଗ୍ରାମ ।
ମହିଳାଜଣକ ଗର୍ଭଧାରଣ ସମୟରେ ଉଚ୍ଚ ରକ୍ତଚାପ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ସେଥିଲାଗି ୯ ମାସ ଗର୍ଭଧାରଣ କରି ନ ପାରି ସେ ମାତ୍ର ୨୪ ସପ୍ତାହ ଓ ୫ ଦିନରେ ସନ୍ତାନ ପ୍ରସବ କରିଥିଲେ। ଜନ୍ମ ବେଳେ ଏହି ସନ୍ତାନର ଲମ୍ବ ୨୨ ସେଣ୍ଟିମିଟର ଥିଲା। କମ୍ ଓଜନ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ନ ଥିବାରୁ ପ୍ରାୟ ୭ ମାସ ଧରି ଆଇସିୟୁରେ ରଖି ଉକ୍ତ ଶିଶୁର ଚିକିତ୍ସା କରାଯାଇଥିଲା
ଉକ୍ତ ଶିଶୁର ଓଜନ ଏବେ ୧୩ ଗୁଣା ବଢି ୩ କେଜିରେ ପହଞ୍ଚିବା ପରେ ମେଡିକାଲରୁ ଛୁଟି ମିଳିଯାଇଛି। ଏଥିଲାଗି ଶିଶୁର ମା’ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜନ୍ମ ବେଳେ ତାଙ୍କ ପୁଅ ବହୁତ ଛୋଟ ଥିଲା। ତାକୁ ଧରିବାକୁ ବି ଡର ଲାଗୁଥିଲା। ହେଲେ ଏବେ ସେ ନିୟମିତ ଭାବେ କ୍ଷୀର ପିଉଛି। ଗାଧୋଉଛି , ଖେଳୁଛି। ତାକୁ ବଡ଼ ହେବାର ଦେଖି ବହୁତ ଖୁସି ଲାଗୁଥିବା ତାଙ୍କ ମା’ କହିଛନ୍ତି।
ଜାପାନରେ ପୂର୍ବ ବର୍ଷ ଜନ୍ମିତ ଅନ୍ୟ ଏକ କମ୍ ଓଜନର ଛୁଆର ରେକର୍ଡ ମଧ୍ୟ ଏହି ପିଲାଟି କାଟି ଦେଇଛି। ଉକ୍ତ ଶିଶୁର ଜନ୍ମ ୨୬୮ ଗ୍ରାମ ଥିଲା। ଏହା ପୂର୍ବରୁ ଜର୍ମାନୀରେ ୨୦୧୫ ମସିହାରେ ୨୫୦ ଗ୍ରାମର ଏକ ଶିଶୁର ଜନ୍ମ ହୋଇଥିଲା।
from Odisha Reporter http://bit.ly/2PoDYq3
No comments:
Post a Comment