ତିତ୍‌ଲି’ ଠାରୁ ‘ଫୋନି’ର ପ୍ରଭାବ ବେଶୀ ରହିବ; ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ହେବ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ତିତ୍‌ଲି’ ଠାରୁ ‘ଫୋନି’ର ପ୍ରଭାବ ବେଶୀ ରହିବ; ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ହେବ ବର୍ଷା

biswas

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ର ପ୍ରଭାବ ‘ତିତ୍‌ଲି’ ଅପେକ୍ଷା ବେଶୀ ପଡ଼ିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି,“ବାତ୍ୟା ‘ଫୋନି’ ଆଜି ସକାଳେ ସିଭିୟର ସାଇକ୍ଲୋନ୍‌ରୁ ଭେରି ସିଭିୟର୍‌ ସାଇକ୍ଲୋନ୍‌ର ରୂପ ନେଇଛି। ଏବେ ଏହା ମଛିଲିପଟନମ୍‌ ଠାରୁ ୭୬୦ କିମି ଦୂରରେ ରହିଛି। ତେବେ ମେ’ ୧ ତାରିଖରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ଓଡ଼ିଶା ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହାସହ ଦକ୍ଷିଣ ଓଡ଼ିଶା ଉପକୂଳରେ ଥିବା ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି।”

ସେ କହିଛନ୍ତି,“ଦକ୍ଷିଣ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାରେ ମେ’୨ରେ ବର୍ଷା ହେବ। ମେ’ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ। ଏହାସହିତ ଉପକୂଳ ଓଡ଼ିଶାର ପ୍ରବଳ ପବନ ବହିପାରେ। ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ଦୂରରେ ଥିବାରୁ ବନ୍ଦର ଗୁଡ଼ିକରେ ୨ ନମ୍ୱର ସଙ୍କେତ ଜାରି କରାଯାଇଛି। ‘ତିତ୍‌ଲି’ ଅପେକ୍ଷା ‘ଫୋନି’ର ପ୍ରଭାବ ବେଶୀ ରହିବ ବୋଲି ଆଶଙ୍କା କରାଯାଉଛି।”

ବାତ୍ୟା ‘ଫୋନି’ର ମୁକାବିଲା ନେଇ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି,“ ଆସନ୍ତା ୩ ତାରିଖ ସୁଦ୍ଧା ବାତ୍ୟା ଫୋନି ଓଡ଼ିଶା ଉପକୂଳ ଛୁଇଁପାରେ। ତେଣୁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ କର୍ମଚାରୀଙ୍କୁ ଆଗୁଆ ପଠାଯିବ। ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ମେ’୨ ତାରିଖରୁ ବର୍ଷା ଓ ୩ରେ ଅଧିକ ପବନ ବହିବା ସମ୍ଭାବନା ରହିଛି।”

ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବାକୁ ମଧ୍ୟ କୁହାଯାଇଛି।

‘ଫୋନି’ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର, ପୁଡୁଚେରୀ, କେରଳ ଏବଂ ଲାକ୍ଷାଦ୍ୱୀପର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ବିଭାଗ ଆଡଭାଇଜାରୀ ଜାରି କରିଛନ୍ତି।



from Odisha Reporter http://bit.ly/2VsfGkz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages