ଖରାଦିନେ ପ୍ରସ୍ତୁତ କରନ୍ତୁ ୱାଟର୍‌ମେଲନ୍‌ ପପ୍‌ସିକଲ୍ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଖରାଦିନେ ପ୍ରସ୍ତୁତ କରନ୍ତୁ ୱାଟର୍‌ମେଲନ୍‌ ପପ୍‌ସିକଲ୍ସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଥଣ୍ଡା ଖାଦ୍ୟ, ପାନୀୟ ସମସ୍ତଙ୍କ ପସନ୍ଦ। ଆମେ ମଧ୍ୟ  ଜୁସ୍‌, ଆଇସ୍‌କ୍ରୀମ୍‌ ଆଦି କିଣି ଖାଇବା ପାଇଁ ବହୁତ ପସନ୍ଦ କରିଥାଉ। ହେଲେ କେବେ ଏଭଳି ରେସିପି ଘରେ ତିଆରି କରିବାକୁ ଭାବି ନ ଥାଉ। ତେବେ ଆପଣଙ୍କୁ ଆଜି ତରଭୁଜ ଦ୍ୱାରା ଏକ ଥଣ୍ଡା ରେସିପି ପ୍ରସ୍ତୁତ କରିବା ଶିଖାଇବୁ। ତରଭୁଜର ଟେଷ୍ଟି ସ୍ୱାଦ ମିଳିବା ସହ ଖରାଦିନେ ଏହା ଆପଣଙ୍କୁ ଆଇସ୍‌କ୍ରୀମ୍‌ର ମଧ୍ୟ ସ୍ୱାଦ ଦେବ।

ଆବଶ୍ୟକୀୟ ସାମଗ୍ରୀ

ତରଭୁଜ, ପୁଦିନା ପତ୍ର, ଚାର୍ଟ ମସଲା, ଚିନି ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆପଣ ତରଭୁଜକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ତାକୁ ଗ୍ରାଇଣ୍ଡ କରିବା ପାଇଁ ଜାର୍‌ ନିଅନ୍ତୁ। ଜାର୍‌ରେ ତରଭୁଜ ଖଣ୍ଡ, ୩ରୁ ୪ଟି ପୁଦିନା ପତ୍ର, ଚାର୍ଟ ମସଲା, ଚିନି ଏବଂ ଅଳ୍ପ ଲୁଣ ପକାଇ ଗ୍ରାଇଣ୍ଡ କରିଦିଅନ୍ତୁ।

ଏହା ପରେ ତରଭୁଜ ଜୁସ୍‌କୁ ଏତ ପାତ୍ରରେ କାଢ଼ି ଦିଅନ୍ତୁ। ଛୋଟ ଛୋଟ ତରଭୁଜ ଖଣ୍ଡକୁ ମଧ୍ୟ ସେଥିରେ ପକାନ୍ତୁ। ଆପଣଙ୍କ ପାଖରେ ଯଦି ପପ୍‌ସିକଲ୍ସ କରିବା ପାଇଁ ପାତ୍ର ନାହିଁ ତାହାଲେ ଆପଣ ପ୍ଳାଷ୍ଟିକ୍‌ ଚା’ ଗ୍ଲାସ୍‌ ନେଇ ପାରିବେ।

ଚା’ ଗ୍ଲାସ୍‌ ନେଇ ସେଥିରେ ପୂର୍ବରୁ କରିଥିବା ଜୁସ୍‌ ଭର୍ତ୍ତି କରନ୍ତୁ। ଏହା ପରେ ପପ୍‌ସିକଲ୍ସ ତିଆରି ହେବା ପାଇଁ ଫ୍ରିଜ୍‌ରେ ୪ରୁ ୫ ଘଣ୍ଟା ଯାଏ ରଖି ଦିଅନ୍ତୁ।  ଫ୍ରିଜ୍‌ରୁ କାଢ଼ି ସେଥିରେ ଆପଣ  ଷ୍ଟିକ୍‌ ଲଗାନ୍ତୁ। ଏହା ପରେ ପପ୍‌ସିକଲ୍ସ୍‌ ଭଲରେ ଜମିବା ପାଇଁ ପୁଣି ୪ରୁ ୫ ଘଣ୍ଟା ରଖି ଦିଅନ୍ତୁ।

ପ୍ରସ୍ତୁତ ହୋଇଯିବ ଆପଣଙ୍କର ୱାଟର୍‌ମେଲନ୍‌ ପପ୍‌ସିକଲ୍ସ୍‌। ଗରମ ଦିନେ ଏହାର ମଜା ଉଠାନ୍ତୁ।



from Odisha Reporter http://bit.ly/2OY1sCc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages