ଟଙ୍କା ବାଣ୍ଟୁ ଥିବା ବେଳେ ଧରାପଡ଼ିଲେ ବିଜେଡି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଟଙ୍କା ବାଣ୍ଟୁ ଥିବା ବେଳେ ଧରାପଡ଼ିଲେ ବିଜେଡି ନେତା

bjd1

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ଭୋଟରଙ୍କୁ ଟଙ୍କା ବାଣ୍ଟୁ ଥିବା ବେଳେ ଧରାପଡ଼ିଲେ ଜଣେ ବିଜେଡି ନେତା। ଯେଉଁମାନେ ତାଙ୍କୁ ଧରିଲେ ସେମାନେ ଏହି ନେତାଙ୍କର ଏକ ଭିଡିଓ ବି କରିଥିଲେ। ଆଉ ଏହି ଭିଡିଓ ଏବେ ଭାଇରାଲ୍ ହୋଯାଇଛି।

ଏହି ବିଜେଡି ନେତାଙ୍କ ନାଁ ସ୍ୱପ୍ନରଞ୍ଜନ ବେହେରା। ତାଙ୍କ ଘର ଗଙ୍ଗାରାମପୁରରେ। ତାଙ୍କ ପତ୍ନୀ ଜ୍ୟୋତିର୍ମୟୀ ବେହେରା ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଳକ୍ ଅଧ୍ୟକ୍ଷ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ଗଙ୍ଗାରାମପୁର ପଞ୍ଚାୟତର ଗୁଣୁପୁର ଗାଁରେ ଭୋଟରଙ୍କୁ ଟଙ୍କା ବାଣ୍ଟିବାକୁ ଯାଇଥିଲେ। ତେବେ ସେ କିଛି ଯୁବକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ସେମାନେ ତାଙ୍କୁ ବିରୋଧ କରିଥିଲେ। ସ୍ୱପ୍ନରଞ୍ଜନ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏନେଇ ଆମେ ସ୍ୱପ୍ନରଞ୍ଜନ ଓ ତାଙ୍କ ପତ୍ନୀଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରାୟସ କରିଥିଲୁ। ତେବେ ସେମାନଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଅଛି। ଏପରିକି ସେମାନେ ଗାଁରେ ମଧ୍ୟ ନାହାନ୍ତି।

ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନି। ତେବେ ଏ ଘଟଣା ନେଇ ଜଣେ ବ୍ୟକ୍ତି କରିଥିବା ଟ୍ୱିଟ୍ ଉପରେ ରିଟ୍ୱିଟ୍‌ କରି ଡିଜିପି ଆର୍‌ପି ଶର୍ମା କହିଛନ୍ତି ଯେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ କୁହାଯାଇଛି।



from Odisha Reporter http://bit.ly/2WbGdiZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages