ଖାଲି ପଡ଼ିଲା ଚେୟାର, କାନ୍ଦି ପକାଇଲେ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଖାଲି ପଡ଼ିଲା ଚେୟାର, କାନ୍ଦି ପକାଇଲେ ସାଂସଦ

ଆଜମଗଡ଼, ଉତ୍ତର ପ୍ରଦେଶ: ୟୁପିରେ ବିଜେପି ୭୪ରୁ ଅଧିକ ଆସନ ଜିତିବ ବୋଲି ଡେଙ୍ଗୁରା ପିଟୁଥିବାବେଳେ ତୃଣମୁଳ ସ୍ତରରେ ସ୍ଥିତି କିନ୍ତୁ ଓଲଟା ବୋଲି ଦେଖିବାକୁ ମିଳିଛି। ରାଲିରେ ନିଜେ ସାଂସଦ ଓ ବିଜେପି ରାଜ୍ଯ ସଭାପତି ଉପସ୍ଥିତ ଥିବା ବେଳେ କୌଣସି ଲୋକ ନଆସିବା ବିଜେପିର ବିଜୟ ସମ୍ଭାବନା ଉପରେ ପ୍ରଶ୍ନ ଉଠାଇଛି।

ଆଜମଗଡ଼ରେ ଆୟୋଜିତ ଏକ ସଭାରେ ମୁଖ୍ଯ ଅତିଥି ବିଜେପି ରାଜ୍ଯ ସଭାପତି ମହେନ୍ଦ୍ର ନାଥ ପାଣ୍ଡ୍ଯା, ନିଜେ ସାଂସଦ ନୀଲମ ସୋନକର ଉପସ୍ଥିତ ଥିବା ବେଳେ ସାଧାରଣ ଲୋକ ଏତେ ନ ଆସିବାରୁ ଖାଲିପଡ଼ିଥିଲା ଚେୟାର। ସଭାର ଏପରି ସ୍ଥିତି ଦେଖି ନିଜେ ସାଂସଦ କାନ୍ଦିପକାଇଥିବା ଦେଖିବାକୁ ମିଳିଛି।

ଶନିବାର ଅମ୍ବୋରି ଜିଲ୍ଲାରେ ଆୟୋଜିତ ହୋଇଥିବା ଏହି ସଭାରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଡ୍ଯାନ୍ସର ମଧ୍ଯ ଆସିଥିଲେ। ହେଲେ ୧୦୦ରୁ ୧୫୦ ଦଳୀୟ କର୍ମୀ ଛଡ଼ା ଆଉ କେହି ଆସିନଥିବା ଦେଖିବାକୁ ମିଳିଛି। ସଭାକୁ ସାଧାରଣ ଲୋକଙ୍କୁ ଆଣିବା ପାଇଁ ସମସ୍ତ ପ୍ରୟାସ ହୋଇଥିଲା, ହେଲେ ବିଜେପି ରାଜ୍ଯ ଅଧ୍ଯକ୍ଷ ମଞ୍ଚରେ ପହଞ୍ଚିବା ପରେ ଲୋକଙ୍କ ସଂଖ୍ଯା କମି ଯାଇଥିବା ଦେଖିବାକୁ ମିଳିଛି।

ତେବେ ଏହି ଆସନ ପାଇଁ ମହାମେଣ୍ଟର ବିଏସପି ନେତ୍ରୀ ସଙ୍ଗୀତା ଆଜାଦ୍ ପ୍ରାର୍ଥୀ ହୋଇଛନ୍ତି। ଷଷ୍ଠ ପର୍ଯ୍ଯାୟରେ ଆଜମଗଡ଼ ଆସନ ପାଇଁ ମେ ୧୨ରେ ମତଦାନ ରହିଛି।



from Odisha Reporter http://bit.ly/2KBp94R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages