ଭାରତରେ ଯେତିକି ଲୋକପ୍ରିୟ ଭାରତ ବାହାରେ ମଧ୍ୟ ମନ କିଣେ ଏହି ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଭାରତରେ ଯେତିକି ଲୋକପ୍ରିୟ ଭାରତ ବାହାରେ ମଧ୍ୟ ମନ କିଣେ ଏହି ଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟମାନେ ଖାଇବାରେ ବହୁତ ସୌଖିନ୍‌ ଅଟନ୍ତି। ପୂରା ବିଶ୍ୱରେ ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି ପାଇଁ ଭାରତର ଲୋକପ୍ରିୟତା ବହୁ ଉଚ୍ଚରେ ରହିଛି। ଦୁନିଆର କୋଣ ଅନୁକୋଣରୁ ଭାରତର ଐତିହ୍ୟ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ଏଠାକାର ଖାଦ୍ୟର ସ୍ୱାଦ ଚାଖିବାକୁ ଭୁଲି ନ ଥାନ୍ତି। ପଞ୍ଜାବର ପନିର୍‌ ଟିକ୍କା ହେଉ ଅବା ଗୁଜୁରାଟ୍‌ର ଫାଫଡା ଏବଂ ତାମିଲ୍‌ନାଡ଼ୁର ଇଡ୍‌ଲି ଦୋଷା। ଏହା କେବଳ ଭାରତ ନୁହେଁ ବହୁ ଦେଶର ଲୋକଙ୍କ ମନ କିଣି ନେଇଛି। ଥରେ ଯିଏ ଏହାର ମଜା ପାଇଛି ସେ ସବୁବେଳେ ଏହାକୁ ଖାଇବାକୁ ଇଚ୍ଛା କରିଥାଏ।

ଏମିତି ତ ଆମ ଦେଶରେ ଅନେକ ସ୍ୱାଦିଷ୍ଟ ଖାଦ୍ୟ ମିଳିଥାଏ। କିନ୍ତୁ ଆଜି ଆମେ କିଛି ଏପରି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଭାରତର ଗଳି ଗଳିରେ ବହୁ ଲୋକପ୍ରିୟ। ଏବଂ ଏହା ସାରା ଦୁନିଆରେ ଖାଦ୍ୟପ୍ରେମୀଙ୍କ ମନ ଜିଣି ସାରିଲାଣି।


ତେବେ ଜାଣନ୍ତୁ କେଉଁ ସବୁ ବ୍ୟଞ୍ଜନ ଯାହା ଘରେ ଘରେ ପରିଚିତ ହେବା ସହ ଦେଶ ବିଦେଶରେ ମଧ୍ୟ ଲୋକପ୍ରିୟ।

ଦୋଷା

ଏହା ଏକ ଲୋକପ୍ରିୟ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ। କିନ୍ତୁ ଏହା ଏବେ କେବଳ ଦକ୍ଷିଣ ଭାରତରେ ନୁହେଁ ସାରା ଭାରତ ଏବଂ ଭାରତ ବାହାରେ ମଧ୍ୟ ଏହା ବହୁତ ଲୋକପ୍ରିୟ ଖାଦ୍ୟ ଭାବେ ପରିଚିତ। ଏହା ଚାଉଳ ଏବଂ ବିରି ଡାଲିରୁ ତିଆରି ହୋଇଥାଏ। ଏହା ଭିତରେ ଆଳୁ ଏବଂ ବିଭିନ୍ନ ପ୍ରକାର ମସଲା  ଦ୍ୱାରା ପ୍ରସ୍ତୁତ ପୁର ଦିଆଯାଇଥାଏ।  ଏହାକୁ ଚଟଣୀ ଏବଂ ସାମ୍ବର ଏହା ପରସା ଯାଏ।

ଏହାକୁ ଆପଣ ଭାରତର ସବୁ ଗଳିରେ ବିକ୍ରୀ ହେଉଥିବାର ଦେଖିବାକୁ ପାଇବେ। ଏହା ତିଆରି କରିବା ପାଇଁ କମ୍‌ ତେଲ ଏବଂ କମ୍‌ ସମୟ ମଧ୍ୟ ଲାଗିଥାଏ। ଏହାକୁ ଆପଣ ଯେ, କୌଣସି ସମୟରେ ମଧ୍ୟ ଖାଇପାରିବେ। ଏହି ଲୋକପ୍ରିୟ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ।

ଚାର୍ଟ

ଆମ ଲୋକପ୍ରିୟ ଖାଦ୍ୟ ଭିତରୁ ଏହି ଷ୍ଟ୍ରୀଟ୍‌ ଫୁଡ୍‌କୁ ବହୁ ଲୋକ ପସନ୍ଦ କରନ୍ତି । ଏହା  ଆମ ଦେଶରେ ଖିଆଯାଉଥିବା ଏକ ସବୁଠୁ ଭଲ ଜଳଖିଆ। ଏହା ମୁଖ୍ୟତଃ ରାସ୍ତା କଡ଼ରେ ଥିବା ଦୋକାନରୁ ସହଜରେ ମିଳିଯାଇଥାଏ।

ପ୍ରାୟ ସବୁ ବୟସର ବ୍ୟକ୍ତି ଏହାକୁ ମଜାରେ ଖାଇଥାନ୍ତି। ଚାର୍ଟରେ ମୁଖ୍ୟତଃ ଆଳୁ, ବିଭିନ୍ନ ପ୍ରକାର ମସଲା, ପାମ୍ପଡ଼ି ଇତ୍ୟାଦି ମିଶା ହୋଇ ପ୍ରସ୍ତୁତ ହୁଏ।

ବିରିୟାନି

ବିରିୟାନି କାହାକୁ ବା ପସନ୍ଦ ନୁହେଁ। ବିଭିନ୍ନ ଭେରାଇଟିର ବିରିୟାନି ଯଥା ଭେଜ୍‌, ନନଭେଜ୍‌  ବିରିୟାନି ବଜାରରେ ସବୁଠି ଉପଲବ୍ଧ ହୋଇଥାଏ ଏବଂ ଏହା ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥାଏ।ଭାରତର ଯେ କୌଣସି ସ୍ଥାନରେ ଖୋଜିବେ ଏହା ଆପଣଙ୍କୁ ମିଳିଯିବ। ଏହା ଭାରତର ଏକ ପ୍ରସିଦ୍ଧ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା କେବଳ ଭାରତରେ ନୁହେଁ ସାରା ଦୂନିଆରେ ମଧ୍ୟ ବହୁ ଲୋକପ୍ରିୟ।

ଏହି ସ୍ୱାଦିଷ୍ଟ ଆଇଟମ୍‌ ଚାଉଳ, ବିଭିନ୍ନ ପ୍ରକାର ମସଲା, ମାଂସ, ପରିବା ଇତ୍ୟାଦିକୁ ନେଇ ତିଆରି ହୋଇଥାଏ। ଏହାର ବାସ୍ନା ହିଁ ମୁହଁରେ ପାଣି ଆଣିଦିଏ। ଏହି ଲୋକପ୍ରିୟ ଏବଂ ସ୍ୱାଦିଷ୍ଟ ଆଇଟମ୍‌କୁ ଭାରତୀୟ ବାହାଘର ଏବଂ ବିଭିନ୍ନ ଉତ୍ସବରେ  ଅତିଥିଙ୍କୁ ପରସାଯାଏ।

ସିଙ୍ଗଡ଼ା

ସ୍ନାକ୍ସ କଥା ଆସିଲେ ପ୍ରଥମେ ଆମ ମନକୁ ଆସେ ସିଙ୍ଗଡ଼ା କଥା। ଏହା ଏପରି ଏକ ସ୍ନାକ୍ସ ଯାହା ପୂରା ଭାତରରେ ବିକ୍ରୀ ହୋଇଥାଏ। ଏହା କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ  ବହୁତ ଲୋକପ୍ରିୟ ସ୍ନାକ୍ସ ଭାବେ ପରିଚିତ।

ଗୋଟେ କପ୍‌ ଚା’ ସହ ଦୁଇଟି ସିଙ୍ଗଡ଼ା ଥିଲେ ଖାଇବାର ମଜା ପୂରା ନିଆରା ହୋଇଯାଏ। ପୂର୍ବରୁ ଏହା କେବଳ ଆଳୁରେ ତିଆରି ହେଉଥିଲା। କିନ୍ତୁ ଏବେ ଏହା ଚାଓମିନ୍‌ ସିଙ୍ଗଡ଼ା, ଚିଜ୍‌ ସିଙ୍ଗଡ଼ା, ନୁଡୁଲସ୍‌ ସିଙ୍ଗଡ଼ା ଇତ୍ୟାଦି ଫ୍ଲେବର୍‌ରେ ତିଆରି ହେଉଛି। ଛୋଟ ପିଲାଙ୍କ ସହ ଏହା ବଡ଼ ଲୋକଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥାଏ।

ପାଓଭାଜି


ଏହା ଏକ ପଶ୍ଚିମ ଭାରତୀୟ ଜଳଖିଆ ଭାବେ ପରିଚିତ। ଏହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ। ମହାରାଷ୍ଟ୍ରରେ ଏହି ଜଳଖିଆ ବହୁତ ଲୋକପ୍ରିୟ। ଏହା ଭାରତ ନୂହେଁ ପୂରା ବିଶ୍ୱରେ ମଧ୍ୟ ବହୁ ଲୋକପ୍ରିୟ। ଏହା ଏକ ସ୍ୱାଦିଷ୍ଟ ଏବଂ ସହଜ ଜଳଖିଆ ଭାବେ ପରିଚିତ।

ଆଳୁ ସହ ବିଭିନ୍ନ ପ୍ରକାର ମସଲା ପକାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହାକୁ ବଟର୍‌ ସହ ସେକା ଯାଇଥିବା ପାଓ ସହ ଖିଆ ଯାଇଥାଏ।



from Odisha Reporter https://ift.tt/2UBTzaZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages