ପୁଞ୍ଚରେ ପାକିସ୍ତାନର ଗୁଳିବର୍ଷା, ୩ ସାଧାରଣ ଲୋକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ପୁଞ୍ଚରେ ପାକିସ୍ତାନର ଗୁଳିବର୍ଷା, ୩ ସାଧାରଣ ଲୋକ ଆହତ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚରେ ଆଜି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରାଯାଇଛି। ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନା ପୋଷ୍ଟ ଓ ଜନବସତିକୁ ଟାର୍ଗେଟ କରି ମୋର୍ଟାର ଓ ସ୍ୱୟଂଚାଳିତ ବନ୍ଧୁକ ଦ୍ୱାରା ଆକ୍ରମଣ କରାଯାଇଛି।

ଏଥିରେ ନିକଟସ୍ଥ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ମୋର୍ଟାର ମାଡ଼ରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭାରତୀୟ ସେନା ପକ୍ଷରୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପାକିସ୍ତାନର ଏଭଳି ଗୁଳିମାଡ଼ର ଜବାବ ମଧ୍ୟ ଭାରତ ପକ୍ଷରୁ ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮.୩୦ରେ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ସ୍ୱାଜିଆନ୍‌ ସେକ୍ଟର ନିକଟରେ ପାକ୍‌ ସେନା ପକ୍ଷରୁ ୧୨୦ ଏମଏମ୍‌ ମୋର୍ଟାର ଦ୍ୱାରା ଜନବସତିଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା।

ଏଥିରେ ୩ ଜଣ ଲୋକ ଆହତ ହୋଇଛନ୍ତି। ସେହିପରି ଗନି ମୀର ନାମକ ଜଣେ ବ୍ୟକ୍ତିଙ୍କ ଘର ପାକ୍‌ର ମୋର୍ଟାର ମାଡ଼ରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଛି। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଏବେ ବି ଗୁଳି ବିନିମୟ ଜାରି ରହିଥିବାରୁ ସୀମା ନିକଟବର୍ତ୍ତୀ ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।



from Odisha Reporter http://bit.ly/2GkZQ2O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages