କଷ୍ଟମ୍‌ ଅଧିକାରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ; ଯାତ୍ରୀଙ୍କୁ ଧମକାଇ ୫ ହଜାର ଟଙ୍କା ନେଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

କଷ୍ଟମ୍‌ ଅଧିକାରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ; ଯାତ୍ରୀଙ୍କୁ ଧମକାଇ ୫ ହଜାର ଟଙ୍କା ନେଇଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ଜଣେ କଷ୍ଟମ୍ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ବ୍ୟାଙ୍କକରୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ବିମାନବନ୍ଦରରେ ଧମକାଇ ସେ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ଯାତ୍ରୀ ଜଣଙ୍କ ସେଠାରୁ ସୁନା ଆଣିଥିବାରୁ ବିଭିନ୍ନ ଆଳ ଦେଖାଇ ଏହି କଷ୍ଟମ୍ ଅଧିକାରୀ ତାଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ବୈଧ ଡକ୍ୟୁମେଣ୍ଟ ଦେଖାଇବା ସତ୍ତ୍ୱେ ତାଙ୍କଠାରୁ ଟଙ୍କା ଆଦାୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ CISFର ହସ୍ତକ୍ଷେପ ପରେ କଷ୍ଟମ୍ ଅଧିକାରୀ ତାଙ୍କୁ ଟଙ୍କା ଫେରାଇଥିଲେ।

ଜିଏସ୍‌ଟିର ଅତିରିକ୍ତ କମିଶନର ସନ୍ତୋଷ ମହାନ୍ତି ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2Pcdgke

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages