ଖରା ଦିନେ ତ୍ୱଚାର ଚମକ ବଢାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଟିପ୍ସ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଖରା ଦିନେ ତ୍ୱଚାର ଚମକ ବଢାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଟିପ୍ସ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ): ଖରା ଦିନେ ହେଉଥିବା ଅସହ୍ୟ ତାତି ଫଳରେ ଲୋକେ ଅସ୍ୱସ୍ତି ଅନୁଭବ କରିଥାନ୍ତି। ଖରାର ପ୍ରକୋପ ତଥା ତତଲା ପବନ ମୁହଁରେ ବାଜିବା ଦ୍ୱାରା ଏହା ମଧ୍ୟ ନିଜ ଚମକ ହଜାଇ ଦେଇଥାଏ। ତେଣୁ ଏହି ସମୟରେ ତ୍ୱଚାର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ଆଜି ଏପରି କିଛି ଟିପ୍ସ ବିଷୟରେ କହିବୁ ଯାହାକୁ ଅନୁସରଣ କଲେ ଖରା ଦିନେ ମଧ୍ୟ ଆପଣଙ୍କ ତ୍ୱଚାର ଚମକ କମିବା ପରିବର୍ତ୍ତେ ବଢିବ।

 ୧) ଭିଟାମିନ ‘ସି’ ଯୁକ୍ତ ଫଳ ଖାଆନ୍ତୁ : ତ୍ୱଚା ଲାଗି ଭିଟାମିନ ‘ସି‘ ବହୁତ ଲାଭଦାୟକ। କମଳା, ଲେମ୍ବୁ ଅଁଳା, ଅଙ୍ଗୁର ଟମାଟୋ ଆଦି ଭିଟାସିନ ‘ସି’ ରେ ପରିପୂର୍ଣ୍ଣ ଅଟେ। ଖରା ଦିନେ ଏହି ଫଳ ଖାଇବା ଦ୍ୱାରା ଚେହେରା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ।

 ୨) ତ୍ୱଚାକୁ ହାଇଡ୍ରେଡ କରନ୍ତୁ: ଖର ଦିନେ ତ୍ୱଚାକୁ ମଶ୍ଚରାଇଜ କରିବା ସହ ହାଇଡ୍ରେଡ ମଧ୍ୟ କରନ୍ତୁ । ଏହି ସମୟରେ ସପ୍ତାହରେ ଅତି କମରେ ୨ ଥର ହାଇଡ୍ରେଡ ଫେସ୍‌ ମାସ୍କର ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚା ସତେଜ ଦେଖାଯିବା ସହ ବ୍ରଣ ଆଦି ସମସ୍ୟାରୁ ବି ମୁକ୍ତି ମିଳିଥାଏ।

୩) ସନ୍‌ସ୍କ୍ରିନ୍‌ ଲଗାନ୍ତୁ : ଖରା ଦିନେ ତ୍ୱଚାର ସବୁଠୁ ବଡ ଆବଶ୍ୟକତା ହେଉଛି ସନ୍‌ସ୍କ୍ରିନ୍‌। ଏହା ତ୍ୱଚାକୁ ଖରା ପ୍ରଭାବରୁ ରକ୍ଷା କରିଥାଏ। ତେଣୁ ଖରାଦିନେ ବାହାରକୁ ବାହାରିବା ପୂର୍ବରୁ ତ୍ୱଚା, ହାତ, ବେକ ଆଉ ପାଦରେ ମଧ୍ୟ ଏହି କ୍ରିମ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ।

୪) କମ୍‌ ମେକଅପ୍‌ ନିଅନ୍ତୁ: ଖରା ଦିନେ ଯେତେ ହାଲକା ମେକଅପ୍‌ ନେବେ ସେତେ ଭଲ। ଏଥିଲାଗି ଚେହେରାରେ ବହୁତ କମ୍‌ ମେକଅପ୍‌ର ବ୍ୟବହାର କରନ୍ତୁ। ଅଧିକ ଫାଉଣ୍ଡେସନ ଓ କ୍ରିମ୍‌ର ବ୍ୟବହାରକୁ ଏଡ଼ାଇ ଯାଆନ୍ତୁ। ଅର୍ଗାନିକ୍‌ ଏବଂ ଲାଇଟ୍‌ କସମେଟିକ ଉତ୍ପାଦର ବ୍ୟବହାରକୁ ଗୁରୁତ୍ୱ ଦିଅନ୍ତୁ।

୫) : ଟୋନର ବ୍ୟବହାର କରନ୍ତୁ: ତ୍ୱଚାକୁ ସତେଜ ରଖିବା ନିମନ୍ତେ ଟୋନର ନିୟମିତ ଭାବେ ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର ଦ୍ୱାରା ଅଏଲି ସ୍କିନ୍‌ରୁ ଆପଣ ରକ୍ଷା ପାଇପାରିବେ। ଏହାଦ୍ୱାରା ତ୍ୱଚାର ବହୁ ସମସ୍ୟା ଆପେ ଆପେ ଦୂର ହୋଇଯିବ। ଖରା ଦିନେ କାକୁଡ଼ି କିମ୍ୱା ଏଲୋଭେରା ଯୁକ୍ତ ଟୋନର ବହୁତ ଲାଭଦାୟକ ହୋଇଥାଏ।

୬) ପ୍ରଚୁର  ପାଣି ପିଅନ୍ତୁ: ତ୍ୱଚାକୁ ସୁସ୍ଥ ରଖିବା ସହ ଏହାର ଚମକ ବଜାୟ ରଖିବାକୁ ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ତ୍ୱଚାରୁ ମଇଳା ପଦାର୍ଥ ଝାଳ ହୋଇ ନିଷ୍କାସିତ ହୋଇଯାଇଥାଏ। ଦିନକୁ ଅତି କମ୍‌ରେ ୨ରୁ ୩ ଲିଟର ପାଣି ପିଇବା ଅଭ୍ୟାସ କରନ୍ତୁ। ଏହାଦ୍ୱାରା ଚେହେରା ଉଜ୍ଜ୍ୱଳ ଦେଖାଯିବା ସହ ସଫ୍ଟ ହୋଇଥାଏ ।

 



from Odisha Reporter http://bit.ly/2UFKluZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages