ବଦଳି ଗଲାଣି ବିଜେଡି: ମୁହଁ ଫେରାଉଛନ୍ତି ପୁରୁଣା ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବଦଳି ଗଲାଣି ବିଜେଡି: ମୁହଁ ଫେରାଉଛନ୍ତି ପୁରୁଣା ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪ ଥର କ୍ଷମତାରେ ରହି ରାଜ୍ୟକୁ ଶାସନ କରବା କିଛି କମ୍‌ କଥା ନୁହେଁ । ହେଲେ ଏହାକୁ ସମ୍ଭବ କରିପାରିଛି ବିଜେଡି। ୨୦ ବର୍ଷ ଭିତରେ ଦଳ ନିଜକୁ ପ୍ରତିଷ୍ଠା କରିପାରିଛି, ଜାତୀୟ ରାଜନୀତିରେ ନିଜର ସ୍ଥିତି ଜାହିର କରିପାରିଛି। ଏହା ଭିତରେ ଦଳ ପାଇଛି ଅନେକ ବରିଷ୍ଠ ନେତା, କର୍ମୀ ସାଉଁଟିଛନ୍ତି ଅନେକ ଅଭିଜ୍ଞତା। ଏହି ବରିଷ୍ଠ ବ୍ୟକ୍ତିତ୍ୱ ଏବଂ ଅଭିଜ୍ଞତାକୁ ଦଳର ସମ୍ବଳ ବୋଲି ନିଶ୍ଚୟ କୁହାଯାଇ ପାରିବ।

ଚଳିତ ନିର୍ବାଚନ ବିଜେଡି ପାଇଁ ଆଣିଦେବ ୫ମ ପାଳିର ସୁଯୋଗ, ଯଦି ଜିତେ। ହେଲେ ଏଥର ଜିତିବା ବିଜେଡି ପାଇଁ ସେତିକି ସହଜ ହେବନି ଯେତିକି ପୂର୍ବରୁ ହୋଇଥିଲା। କାରଣ ଏଥର ଦଳୀୟ ଦୃଶ୍ୟପଟ୍ଟ ଧୀରେ ଧୀରେ ଯେମିତି ନେତୃତ୍ୱହୀନ ଦିଶୁଛି। ଭୋଟରଙ୍କ ନଜର ଆଜିକାଲି ଅଟକି ରହିଛି ଟିଭି ପରଦାରେ। ପୁଣି କିଏ ବିଜେଡି ଛାଡ଼ିଲେ କି ? ହଁ,  ଏମିତି ବି ହେଉଛି । ପ୍ରତି ମୁହୂର୍ତ୍ତରେ କେହି ନା କେହି ବରିଷ୍ଠ ବିଜେଡି ଛାଡୁଛନ୍ତି। ଲାଗୁଛି, ଯେମିତି ବିଜେଡି ପାଇଁ ବରିଷ୍ଠମାନେ ବୋଝ ହୋଇଯାଉଛନ୍ତି ! ସେମାନଙ୍କ ଅଭିଜ୍ଞତା ଦଳ ଆଦର୍ଶର ପରିପନ୍ଥୀ ହୋଇପଡ଼ିଛି ! ଏମାନଙ୍କୁ ଦଳ ଛାଡ଼ୁ ବା ଏମାନେ ଦଳ ଛାଡ଼ନ୍ତୁ,  ଏକଥା ସ୍ପଷ୍ଟ ଯେ, ଗୋଟିଏ ପରେ ଗୋଟିଏ ବରିଷ୍ଠ ବ୍ୟକ୍ତିତ୍ୱଙ୍କୁ ହରାଇ ଦଳ ଦିଶାହୀନ ହୋଇ ଯାଉଛି ।

ବୈଜୟନ୍ତ ପଣ୍ଡା:କିଛି ମାସ ତଳେ ଦଳ ଛାଡ଼ିଥିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଦୁଇ ଦୁଇ ଥର ବିଜେଡି ଟିକଟରେ କେନ୍ଦ୍ରାପଡ଼ା ଆସନରୁ ଜିତି ଆସିଛନ୍ତି। କେନ୍ଦ୍ରାପଡ଼ାରେ ତାଙ୍କର ପ୍ରଭାବ, ଲୋକପ୍ରିୟତା ଯେପରି ରହିଛି, ସେଠାରୁ ତାଙ୍କୁ କେହି ହରାଇବା ସହଜ ହେବନି। ବୈଜୟନ୍ତଙ୍କୁ ବିଜେପି ଆପଣେଇଥିବାବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ବରିଷ୍ଠ, ଅଭିଜ୍ଞ ପ୍ରାର୍ଥୀ ପାଇପାରିଲାନି। ଶେଷରେ ଗ୍ଲାମର ଦେଖେଇ ସିଟ ହାତେଇବାକୁ ଚେଷ୍ଟା କରୁଛି। ସେଥିପାଇଁ ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ କରିଛି ଅଭିନେତାରୁ ନେତା ହୋଇଥିବା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ। ତଥାପି କେନ୍ଦ୍ରାପଡା ଆସନ ହାତେଇବ ନା ହାତଛଡା କରିବ ସେ ଅଙ୍କ ଏ ଯାଏ କଷି ପାରି ନ ଥିବ ଦଳ।

 ତଥାଗତ ଶତପଥୀ:ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହି ବିଜେଡିର ପୁରୁଖା ନେତା ତଥାଗତ ଶତପଥୀ ସମସ୍ତଙ୍କୁ ଚମକାଇ ଦେଇଥିଲେ । ତଥାଗତ ବିଜେଡିର ସମ୍ବଳ ବୋଲି କହିଲେ ଭୁଲ ହେବନି । କଂଗ୍ରେସର ଗଡ଼କୁ ଭାଙ୍ଗି ତଥାଗତ ୪ ଥର ଏହି ଆସନକୁ ବିଜେଡି କବ୍‌ଜାରେ ରଖିଥିଲେ। ଏବେ ସେ ଦଳ ଛାଡିବା ପରେ ତାଙ୍କର ସ୍ଥାନରେ ପ୍ରାର୍ଥୀ ବିଜେଡି ବହୁ ବିଳମ୍ବରେ ମହେଶ ସାହୁଙ୍କୁ ଏହି ଅଞ୍ଚଳରୁ ପ୍ରାର୍ଥୀ କରିଛି।

ଅର୍ଜ୍ଜୁନ ଚରଣ ସେଠୀ:ଭଦ୍ରକ ଲୋକସଭା ସାଂସଦ ଅର୍ଜ୍ଜୁନ ଚରଣ ସେଠୀ। ଏହି ଆସନରୁ ସେ ୮ ଥର ଜିତି ଆସିଛନ୍ତି। ପୂର୍ବରୁ ବିଭିନ୍ନ ଦଳରୁ ଜିତିଥିଲେ ମଧ୍ୟ ୧୯୯୮ରୁ ଲଗାତାର ୫ ଥର ବିଜେଡି ଟିକଟରେ ଜିତି ଆସିବା ପରେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିଠାରୁ ଦୂରେଇ ଯାଇଛନ୍ତି। ଏବେ ତାଙ୍କ ପୁଅ ଅଭିମନ୍ୟୁ ସେଠୀ ସେହି ଆସନରୁ ଲଢୁଛନ୍ତି ବିଜେପି ଟିକଟରେ।

ବଳଭଦ୍ର ମାଝି:ନବରଙ୍ଗପୁର ଲୋକସଭା ଆସନରୁ ଗତଥର ବିଜେଡି ଟିକଟରେ ଜିତିଥିଲେ ବଳଭଦ୍ର ମାଝି । ଚଳିତ ନିର୍ବାଚନରେ ସେ ବିଜେଡି ଛାଡ଼ି ମିଶିଛନ୍ତି ବିଜେପିରେ । ସେହି ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ଅନୁପସ୍ଥିତିରେ ନବରଙ୍ଗପୁର ବିଜେଡି ଦୁଇଭାଗ ହୋଇଯାଇଛି ଯାହାର ପ୍ରଭାବ ନିର୍ବାଚନ ଫଳାଫଳରେ ନିଶ୍ଚୟ ଦେଖିବାକୁ ମିଳିବ ।

ସେହିପରି ବିଧାନସଭା କ୍ଷେତ୍ରରେ ଦେଖିଲେ ଅନକ ବରିଷ୍ଠ ନେତା ଦଳକୁ ମୁହଁ ମୋଡି ଦେଇଥବା ଜଣାଯାଇଛି।

ରଘୁନାଥ ମହାନ୍ତି:୨୦୧୪ ନିର୍ବାଚନରୁ ଦୂରରେ ଥିଲେ ମଧ୍ୟ ବିଜେଡି ତଥା ବସ୍ତା ନିର୍ବାଚନ ମଣ୍ଡଳୀରେ ରଘୁନାଥ ମହାନ୍ତିଙ୍କର ରହିଛି ଦବଦବା। ଟିକଟ ନ ପାଇବା କାରଣ ହେଉ କିମ୍ବା ଅନ୍ୟ ଯେ କୌଣସି କାରଣରୁ, ଏଥର ଦଳ ଛାଡି ଦେଇଛନ୍ତି ରଘୁ। ନିକଟରେ ବିଜେଡିରେ ମିଶିଛନ୍ତତି ଏବଂ ବସ୍ତା ବିଧାନସଭା ଆସନରୁ ଲଢିବାର ସମ୍ଭାବନା ରହିଛି। ଯଦି ସେ ଏଠାରୁ ଛିଡା ହୁଅନ୍ତି ତେବେ ତାଙ୍କୁ  ହରାଇବା ବିଜେଡି ପାଇଁ ନିଶ୍ଚୟ ମହଙ୍ଗା ପଡ଼ିବ।

ଦାମ ରାଉତ:ବିଜେଡିର ଜଣେ ବରିଷ୍ଠ ନେତା ଦାମ ରାଉତ। ବିବଦୀୟ ମନ୍ତବ୍ୟ ଦେଇ ଦଳରୁ ବାହାରିଥିଲେ। ସେ ମଧ୍ୟ ବିଜେଡି ଛାଡ଼ି ବିଜେପିରେ। ତେଣୁ ପାରାଦୀପ ବିଧାନସଭା ଆସନ ହାତେଇବା ପାଇଁ ଆଉ କାହାକୁ ନ ପାଇ ଶେଷରେ ଦାମଙ୍କ ପୁଅକୁ ସେଠାରୁ ପ୍ରାର୍ଥୀ କରିଛି ବିଜେଡି।

ଯାହା ବି ହେଉ, ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବିଜେଡି ହରାଇ ନେତୃତ୍ୱହୀନ ହେଉଥିବାବେଳେ ବିଜେପି ଏମାନଙ୍କୁ ନେଇ ନିଜର ଶକ୍ତି ଆଉ ସମ୍ବଳ ବଢାଉଛି।

 

 



from Odisha Reporter https://ift.tt/2TUjc1X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages