
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ଲୋଭରୁ ମୃତ୍ୟୁ। ବହୁ ପୁରୁଣା କାଳରୁ ଏହି ଉକ୍ତି ପ୍ରଚଳିତ ହୋଇ ଆସୁଥିବା ବେଳେ ଏହାର ଯଥାର୍ଥତା ମଧ୍ୟ ରହିଛି। ଅଧିକା ଲୋଭ କରୁଥିବା ବ୍ୟକ୍ତି ବହୁ ସମୟରେ ଅସତ୍ ଉପାୟ ଅବଲମ୍ୱନ କରି ହଇରାଣରେ ପଡିଥାନ୍ତି।
ଯଦି ଆପଣଙ୍କ ପାଖରେ ପ୍ରବଳ ଧନପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଅଛନ୍ତି, ଏହାକୁ ନେଇ କେବେ ଗର୍ବ କରନ୍ତୁ ନାହିଁ ବୋଲି ଅନେକ ପୁସ୍ତକ ବା ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି। ତେବେ ଏହା ଛଡ଼ା ଆହୁରି ମଧ୍ୟ ବହୁତ କିଛି ଅଛି ଯାହା ଜଣେ ବ୍ୟକ୍ତି ପାଖରେ ରହିଲେ ତାର କ୍ଷତି ହିଁ ହୋଇଥାଏ। ଏହା ମନୁଷ୍ୟକୁ ବିନାଶ ଆଡ଼କୁ ହିଁ ଟାଣି ନେଇଥାଏ। ତେବେ ସେ ସବୁ ଜିନିଷ କ’ଣ ପଢ଼ନ୍ତୁ।
୧, ଆପଣଙ୍କ ପାଖରେ ଯଦି ବହୁତ ଧନ ଅଛି ଆଉ ତାହା ଅନ୍ୟ କାହାର ମଙ୍ଗଳ କାମରେ ଲଗାଉ ନାହାନ୍ତି କି ଦାନ ମଧ୍ୟ କରୁନାହାନ୍ତି, ତାହାଲେ ଆପଣଙ୍କ ଧନ ନଷ୍ଟ ହେବାର ଅନେକ ସମ୍ଭାବନା ଥାଏ। ଯେପରି ଆପଣ କୌଣସି ଲଟେରିରେ ହାରି ଯାଇ ପାରନ୍ତି ବା କୌଣସି ବ୍ୟବସାୟରେ ମଧ୍ୟ ନଷ୍ଟ ହୋଇପାରେ। ତେବେ ଆପଣଙ୍କ ପାଖରେ ଅଧିକ ଧନ ଥିଲେ ଖରାପ ଚିନ୍ତା ମୁଣ୍ଡକୁ ଆସି ଆପଣଙ୍କ ପତନର କାରଣ ହୋଇପାରେ।
୨, ଆଳସ୍ୟ ମଧ୍ୟ ହେଉଛି ଏକ ପ୍ରକାର ବିନାଶର କାରଣ। ଯଦି କୌଣସି ବ୍ୟକ୍ତି ତାଙ୍କ କାମକୁ ସଠିକ୍ ଭାବେ କରନ୍ତି ନାହିଁ ବା କାମ କଲାବେଳେ ଠକିଥାନ୍ତି, ସେହିବ୍ୟକ୍ତି କେବେ ହେଲେ ଉପର ସ୍ତରକୁ ଯାଇ ପାରନ୍ତି ନାହିଁ। ଏହିପରି ବ୍ୟକ୍ତିଙ୍କ ପାଖରେ କେବେ ଧନ ରହିପାରେ ନାହିଁ। କୌଣସି ନା କୌଣସି ବାଟରେ ତାହା ନଷ୍ଟ ହୋଇଥାଏ।
୩, ଆଳସ୍ୟ ସହ କ୍ରୋଧ ମଧ୍ୟ ଆପଣଙ୍କୁ ପତନ ଆଡ଼କୁ ନେଇପାରେ। ତେବେ ଆପଣଙ୍କ ପାଖରେ ଅଧିକା ଟଙ୍କା ଅଛି ବୋଲି ଆପଣ ଗର୍ବ କରୁଛନ୍ତି। ଆଉ ଅନ୍ୟମାନଙ୍କ ପାଇଁ ଆପଣଙ୍କ ମନରେ କ୍ରୋଧ ଜାତ ହେଉଛି, ତାହାଲେ ଏହା ମଧ୍ୟ ଆପଣଙ୍କ ବିନାଶର କାରଣ ହୋଇପାରେ।
୪, ଅନ୍ୟମାନଙ୍କର ଖୁସି ଯଦି ଆପଣ ଦେଖିପାରୁ ନାହାନ୍ତି, ବା ସେଥିପାଇଁ ଆପଣ ଖୁସି ନ ହୋଇ ମନେ ମନେ ତାଙ୍କ ପାଇଁ ଖରାପ ଭାବୁଛନ୍ତି ତାହାଲେ ମଧ୍ୟ ଆପଣଙ୍କ ପ୍ରଗତିରେ ଏହା ବାଧା ସୃଷ୍ଟି କରିଥାଏ। ଏହା ଆଗକୁ ଅଧିକା ହୋଇ ବିନାଶରେ ପରିଣତ ହୁଏ। ତେବେ ଅନ୍ୟମାନଙ୍କ ବିଷୟରେ କିଛି ଖରାପ କଥା ଚିନ୍ତା କରନ୍ତୁ ନାହିଁ।
୫, ଅଧିକା ପାଇବାର ଆଶା ମଧ୍ୟ ଆପଣଙ୍କୁ ଖରାପ ବାଟରେ ନେଇ ପାରେ। ତେବେ ଅନେକ ସମୟରେ ଦେଖାଯାଏ ଯେ, ବ୍ୟକ୍ତି କିଛି ଅଧିକା ପାଇବାକୁ ଯାଇ ଭଲ ଜିନିଷ ହରାଇଦେଇଥାନ୍ତି। ଆଉ ତାହା ଜାଣିଲା ବେଳକୁ କିଛି ନ ଥାଏ। ତେବେ ଆପଣ ପାଇବାର ମଧ୍ୟ ଅଧିକା ମୋହ ରଖନ୍ତୁ ନାହିଁ। ଏହା ଆପଣଙ୍କ ବିନାଶ କରିପାରେ।
from Odisha Reporter http://bit.ly/2uZrNGM
No comments:
Post a Comment