ଅପରାଜିତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ହଟହଟା ହେଲେ ପୂର୍ବତନ କର୍ପୋରେଟର   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ଅପରାଜିତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ହଟହଟା ହେଲେ ପୂର୍ବତନ କର୍ପୋରେଟର  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ କରିଥିବା ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରି ହଟହଟା ହୋଇଛନ୍ତି ବିଏମ୍‌ସିର ୫ ପୂର୍ବତନ କର୍ପୋରେଟର। ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଏହି ପୂର୍ବତନ କର୍ପୋରେଟରମାନେ। ସେମାନଙ୍କ ଅଭିଯୋଗ ଥିଲା ଯେ, ଅପରାଜିତା ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ନ କରୁ।

ଅଭିଯୋଗ କରିବା ବେଳେ ୫ କର୍ପୋରେଟର ଅପରାଜିତା ବିଏମ୍‌ସି କମିଶନର ଥିବା ସମୟରେ ହୋଇଥିବା କିଛି କାର୍ଯ୍ୟ ବାବାଦରେ ପ୍ରଶ୍ନ ଉଠାଇଥିଲେ। କହିଥିଲେ, ୨୦୦୭ରେ ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଫିଲିପ୍ସ ସଂସ୍ଥା ସହ ଚୁକ୍ତି କରିଥିଲେ ଅପରାଜିତା। ହେଲେ ପରବର୍ତ୍ତି ସମୟରେ ବଜାଜ ସଂସ୍ଥା ସହ ସହବନ୍ଧନରେ ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିଲା। ଆଉ କୋଟି କୋଟି ଟଙ୍କା ଅର୍ଥ ହଡପ୍‌ ହୋଇଥିଲା। ଏପରିକି ବିଭିନ୍ନ ଖଣି ସଂସ୍ଥା ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ଟଙ୍କା ଦେଇଥିଲେ ମଧ୍ୟ ଅପରାଜିତା ଓ ତାଙ୍କ ସ୍ୱାମୀ ମିଶି ଉକ୍ତ ଟଙ୍କା ହଡପ କରିଛନ୍ତି।

ସାମ୍ବାଦିକମାନେ ଅଭିଯୋଗ ଶୁଣିବା ପରେ, ପଚାରିଥିଲେ, ଏ ସମ୍ପର୍କରେ ଆପଣଙ୍କ ପାଖରେ କ’ଣ ପ୍ରମାଣ ରହିଛି। ଯାହା ଶୁଣି ଉକ୍ତ ମହିଳାମାନେ ଅପ୍ରସ୍ତୁତ ହୋଇ ପଡିଥିଲେ। କୋର୍ଟରେ ମାମଲା ଚାଲିଛି, ବିଏମ୍‌ସିରେ କାଗଜ ପତ୍ର ଅଛି ଓ ଚାହିଁଲେ ମିଳିଯିବ ଭଳି ଖାମଖିଆଲ ଉତ୍ତାର ଦେଇ ଲୋକହସା ହୋଇଥିଲେ।

ଏହି ମହିଳା କର୍ପୋରେଟରମାନେ କାହା ପ୍ରରୋଚନାରେ ଦୀର୍ଘ ୧୦ ବର୍ଷ ପରେ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି। ଯେଉଁ ସମୟରେ ଏହି ଦୁର୍ନୀତି ହୋଇଥିଲା ସେ ସମୟରେ ବିଜେଡି ସରକାରରେ ଥିଲା। ଏଣୁ ଏହାର ତଦନ୍ତ ସେତେବେଳେ କାହିଁକି କରାଯାଇ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି ମୁଖପାତ୍ର ସମୀର ମହାନ୍ତି। ଏପରିକି ଅପରାଜିତା ନିର୍ବାଚନ ଜିତିବାର ଶତ ପ୍ରତିଶତ ସମ୍ଭାବନା ଥିବାରୁ ବିଜେଡି ଭୟଭୀତ ହୋଇ ଏପରି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।



from Odisha Reporter http://bit.ly/2D3kxOJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages