ଆତ୍ମସମର୍ପଣ କଲେ ନକ୍ସଲ ଭରତ କହଁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଆତ୍ମସମର୍ପଣ କଲେ ନକ୍ସଲ ଭରତ କହଁର

ଫୁଲବାଣୀ(ତ୍ରିନାଥ ସାହୁ): ନିର୍ବାଚନ ପୂର୍ବରୁ କନ୍ଧମାଳ ପୁଲିସକୁ ବଡ ସଫଳତା ମିଳିଛି। ଗତକାଲି କନ୍ଧମାଳ ଏସ୍‌ପିଙ୍କ ନିକଟରେ ଜଣେ ନକ୍ସଲ ଆତ୍ମସମର୍ପଣ କରିଛି। ତାଙ୍କ ନାଁ ଭରତ କହଁର।
ଭରତ ଗତବର୍ଷ ମାର୍ଚ୍ଚ ମାସରେ ସିପିଆଇ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ନକ୍ସଲ ସଂଗଠନରେ ଜଣେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥଲେ ସେ। ଗାଡ଼ିମାସ୍କା ଗାଁରେ ପୁଲିସର ନକ୍ସଲ କ୍ୟାମ୍ପ ଠାବ ଘଟଣା, ଗଗରପଟା ଗାଁରେ ପୁଲିସ ସହ ଗୁଳି ବିନିମୟ ଘଟଣା ଏବଂ ସୁଡ୍ରୁକୁମ୍ପା ଫାଣ୍ଡି ଅଞ୍ଚଳରେ ଠିକାଦାର ସଂସ୍ଥାର ଗାଡ଼ି ପୋଡ଼ି ସହ ଜଣଙ୍କୁ ହତ୍ୟା ମାମଲାରେ ସେ ସମ୍ପୃକ୍ତ ଥିଲେ।

ଭରତଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ନକ୍ସଲ ସଂଗଠନର କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ଭରତ ସଂଗଠନ ଛାଡ଼ିଥିବା କନ୍ଧମାଳ ଏସ୍‌ପି କହିଛନ୍ତି।



from Odisha Reporter http://bit.ly/2UGDnWt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages