ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଗରମ ପାଣି: ମିଳିବ ଏହିସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଗରମ ପାଣି: ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଥଣ୍ଡା ପାଣି ଆମ ଶରୀରର ଶୋଷ ମେଣ୍ଟାଏ। ଆଉ ଗରମ ପାଣି ଆମ ଶରୀରରେ ଥିବା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଗରମ ପାଣି ପିଇବା ଦ୍ଵାରା ଶରୀରରେ ଥିବା ସବୁ  ବ୍ୟାକ୍ଟେରିଆ ବାହାରକୁ ବାହାରି ଯାଏ କିମ୍ବା ମରିଯାଏ । କହିବାକୁ ଗଲେ ଗରମ ପାଣି ପିଇବା ଦ୍ଵାରା ଶରୀରର ଥିବା ଚର୍ବି ମଧ୍ୟ କମି ଯାଏ ଏବଂ ମଣିଷ ଫିଟ ରହିଥାଏ। ପ୍ରାୟ ଅନେକ ଲୋକ ଫିଟ୍‌ ରହିବାକୁ ସକାଳେ ଗରମ ପାଣି ପିଇଥାନ୍ତି।  କିନ୍ତୁ ଆପଣ ଜାଣନ୍ତି ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇଲେ ଅଧିକ ଲାଭ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ରାତିରେ ଗରମ ପାଣି ପିଇବା ଦ୍ଵାରା କ’ଣ ଲାଭ ହୋଇଥାଏ।

୧) କୋଷ୍ଠ କାଠିନ୍ୟ: ସବୁଦିନ ରାତ୍ରି ଭୋଜନର ଅଧ ଘଣ୍ଟା ପରେ ଗୋଟିଏ ଗ୍ଳାସ ଗରମ ପାଣି ପିଇବା ଦ୍ଵାରା ଆପଣଙ୍କର କୋଷ୍ଠ କାଠିନ୍ୟ ବା କବ୍‌ଜ  ସମସ୍ୟା ଦୂର ହୋଇଯାଏ। ଏହା ଆପଣଙ୍କର ପାଚନ ତନ୍ତ୍ର ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

୨) ହୃଦୟକୁ ସ୍ଵସ୍ଥ ରଖେ: ହୃଦ୍ ରୋଗୀ ସବୁଦିନ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଭଲ। ଏହାଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିବା ସହ ହୃଦ୍‌ଘାତର ଆଶଙ୍କା ଅନେକ ପରିମାଣରେ କମିଯାଏ।

୩) ମୋଟାପଣ: ସବୁ ଦିନ ରାତିରେ ଖାଦ୍ୟ ଖାଇସାରିବା ପରେ ଏକ ଗ୍ଲାସ୍ ‌ଉଷୁମ ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରରେ ଥିବା ଅତିରିକ୍ତ ଚର୍ବି କମିଥାଏ।

୪) ପେଟରେ ପଥର ସମସ୍ୟା: ଯଦି ଆପଣଙ୍କର ପେଟରେ ପଥର ସମସ୍ୟା ଅଛି ତେବେ ଆପଣ ପ୍ରତ୍ୟେକ ଦିନ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଗରମ ପାଣି ପିଇଲେ ଏଥିରୁ ଶୀଘ୍ର ଉପଶମ ପାଇ ପାରିବେ।

୫) ଥଣ୍ଡା: ଯଦି ଆପଣଙ୍କୁ ଥଣ୍ଡା ହୋଇଯାଇଛି ତେବେ ଆପଣ ରାତିରେ ଗରମ ପାଣି ପିଇବା ଦ୍ଵାରା ବହୁତ ଭଲ ଲାଗିବ ।

୬) ଗୋଡ଼ର ଦରଜ: ଯଦି ଆପଣଙ୍କ ଗୋଡ଼ ଅଳ୍ପ ଚାଲିଲେ ମଧ୍ୟ ଦରଜ ହେଉଛି କି ଫୁଲି ଯାଉଛି ତେବେ ଉଷୁମ ପାଣି ଏହାର ଏକ ଭଲ ଉପଚାର। ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ଶୁଅନ୍ତୁ ଦେଖିବେ ପରଦିନ ଆପଣଙ୍କ ଗୋଡ଼ ଦରଜ କମିଯିବ।

୭) କେଶ ଓ ତ୍ୱଚା: ଯଦି ଆପଣ ନିଜର ଚେହେରାକୁ ଚମକାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟେକଦିନ ରାତ୍ରିରେ ନିୟମିତ ଭାବେ ଉଷୁମ ପାଣି ପିଇବା ଉଚିତ। ତ୍ୱଚା ସହ ଏହା ଆପଣଙ୍କର କେଶ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ ଓ ଶୀଘ୍ର ଚୁଟି ବଢ଼ାଇଥାଏ।



from Odisha Reporter http://bit.ly/2Pc6wD5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages