ଲୋକେ ଭୋଟ୍ ଦେଉଥିବା ବେଳେ ଇଭିଏମ୍ ପାଖରେ ଉପସ୍ଥିତ ରହୁଥିବା ଏ ବ୍ୟକ୍ତି ଜଣଙ୍କ କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଲୋକେ ଭୋଟ୍ ଦେଉଥିବା ବେଳେ ଇଭିଏମ୍ ପାଖରେ ଉପସ୍ଥିତ ରହୁଥିବା ଏ ବ୍ୟକ୍ତି ଜଣଙ୍କ କିଏ?

jkl

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ବୁଥ୍‌ରେ ରିଗିଂ ଅଭିଯୋଗ ଆସିଛି। ସିଙ୍ଗିର ବଜାର ସ୍ଥିତ ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥ୍‌ରୁ ଏହି ଅଭିଯୋଗ ଆସିଛି। ଏଠାରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବା ଅଭିଯୋଗ ହୋଇଛି। ଏହି ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି।

ଭାଇରାଲ୍ ହୋଇଥିବା ଭିଡିଓରେ ଏହି ବ୍ୟକ୍ତି ଜଣଙ୍କ ଏକ ଇଭିଏମ୍‌ ମେସିନ୍ ପାଖରେ ଛିଡ଼ା ହୋଇଛନ୍ତି। ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କ ସହିତ କଥା ହେଉଛନ୍ତି। ସେମାନେ ଭୋଟ୍ ଦେଉଥିବା ବେଳେ ସେ ଦେଖୁଛନ୍ତି। ସେମାନଙ୍କୁ କିଛି ନିର୍ଦ୍ଦେଶ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରିକି ସେ ନିଜେ ଏକାଧିକ ଥର ଭୋଟ୍ ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଯେଉଁ ସାଂସଦଙ୍କୁ ବାଛିବା ପାଇଁ ଥିବା ଇଭିଏମ୍ ପାଖରେ ସେହି ବ୍ୟକ୍ତି ଜଣଙ୍କ ଛିଡ଼ା ହୋଇ ଏଭଳି କାମ କରୁଥିଲେ। ସେ ପୋଲିଂ କର୍ମଚାରୀ ଅବା କୌଣସି ଦଳର ଏଜେଣ୍ଟ ମଧ୍ୟ ନୁହନ୍ତି ବୋଲି ଜଣାପଡ଼ିଛି। ତେବେ ସେ କେମିତି ବୁଥ୍‌ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏନେଇ ସେଠାରେ ଉପସ୍ଥିତ ପ୍ରିଜାଇଡିଂ ଅଫିସରଙ୍କୁ ପ୍ରଶ୍ନ କରାଯିବାରେ ସେ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏନେଇ ରିଟର୍ଣ୍ଣି ଅଫିସରଙ୍କ ମତାମତ ମିଳିପାରି ନାହିଁ। ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ, ତାହା ସମ୍ଭବ ହୋଇନାହିଁ।

ତେବେ ବୁଥ୍‌ରେ ଏଭଳି ଘଟଣାକୁ ନେଇ ସଚେତନ ଭୋଟର ଓ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛି।



from Odisha Reporter http://bit.ly/2XQpUZj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages