ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର ବେଳେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର ବେଳେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ

aparajita

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର କରୁଥିବା ବେଳେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ୯ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢ଼ୀଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି କର୍ମୀମାନେ ନୀଳାଦ୍ରି ବିହାର ସ୍ଥିତ ମଙ୍ଗଳା ବସ୍ତିରେ ପ୍ରଚାର କରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏପରିକି ପ୍ରଚାର ଗାଡ଼ିକୁ ଭିତରକୁ ପୂରାଇ ଦେଇ ନଥିଲେ।

କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଏହି ଆକ୍ରମଣ କରିଥିବା ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ବିଭିନ୍ନ ସମୟରେ ବିଜେଡିର କିଛି ତୁଙ୍ଗ ନେତାଙ୍କ ସହିତ ଦେଖିବାକୁ ମିଳିଥାଏ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏ ଘଟଣା ନେଇ ବିଜେପି କର୍ମୀମାନେ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ରାଲି ବେଳେ ୟୁନିଟ୍‌-୮ ନିକଟରେ ଟେକାମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ବିଜେଡି କର୍ମୀଙ୍କ କାର୍ଯ୍ୟ ବୋଲି ଜଗନ୍ନାଥ ଅଭିଯୋଗ କରିଥିଲେ। ଏହି ରାଲିରେ ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସାମିଲ ହୋଇଥିଲେ।



from Odisha Reporter http://bit.ly/2UDNwDv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages